Union Education Minister visits Jharsuguda Head Post Office Heritage Building

0
53

By Our Correspondent

BHUBANESWAR:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିବା ଝାରସୁଗୁଡ଼ାର ମୁଖ୍ୟ ଡାକଘର ଐତିହ୍ୟ ଭବନ ପରିଦର୍ଶନ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତା ପୂର୍ବରୁ ଝାରସୁଗୁଡ଼ା ସମେତ ଆଖପାଖ ଅଞ୍ଚଳକୁ ଅର୍ଥନୈତିକ ପେଣ୍ଠସ୍ଥଳୀରେ ପରିଣତ କରିବା ଦିଗରେ ୧୮୯୨ ମସିହାରେ ସ୍ଥାପିତ ଏହି ପୁରୁଣା ପୋଷ୍ଟ ଅଫିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । କେନ୍ଦ୍ର ଦୂରସଂଚାର, ରେଳ, ଇଲେକଟ୍ରନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସେ ଅନୁରୋଧ କରିବା ପରେ ବ୍ରିଟିଶ ଶାସନର ମୁକସାକ୍ଷୀ ହୋଇଥିବା ଏହି ପୋଷ୍ଟ ଅଫିସର ପୁନଃଉଦ୍ଧାର ହୋଇଥିଲା । ଭାରତୀୟ ଡାକ ସେବାର ଗୌରବମୟ ଇତିହାସ, ସାମାଜିକ ଓ ସାଂସ୍କୃତିକ ମହତ୍ୱକୁ ଦୃଷ୍ଟିରେ ରଖି ପୋଷ୍ଟ ଅଫିସ୍‌କୁ ଐତିହ୍ୟ ପୋଷ୍ଟ ଅଫିସର ମାନ୍ୟତା ଦିଆଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଡାକଘର ପରିସରରେ ଜନସାଧାରଣଙ୍କ ପାଇଁ ଶ୍ରୀ ପ୍ରଧାନ ଏକ ପୁସ୍ତକାଗାରର ମଧ୍ୟ ଲୋକାର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here