Mahila PS Case No-23, accused forwarded to Court

0
725
Biswa Darshi Das (41), S/O- Late Amiya Kumar Das, Plot No. 301, Badsaha Corner Apartment, Shree Vihar, PS- CS Pur, Bhubaneswar UPD

By Biswanath Dash

BHUBANESWAR:  Mahila PS Case No-23, dtd.15.02.2023, U/S-498 (A)/323/494/294/506/313 IPC.PO:          PS- Mahila PS, Bhubaneswar UPD.

Gist of the FIR:

ଗତ ତା.୧୫.୦୨.୨୦୨୩ ଅଭିଯୋଗକରିଣୀଙ୍କ ଅଭିଯୋଗକ୍ରମେ ମହିଳା ଥାନା ପୁଲିସ ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୀଡ଼ିତା ଜଣକ ଏକ ବେସରକାରୀ ସଂସ୍ଥାରେ ଚାକିରି କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ସେ ଗତ ତା.୨୬.୦୬.୨୦୧୬ ରିଖରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ହିନ୍ଦୁ ରୀତିନୀତି ଅନୁଯାଇ ବିବାହ କରିଥିଲେ । ଉଭୟଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି । ବିବାହ ପରେ ପୀଡ଼ିତା ଜଣକ ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ ଯେ, ନିମ୍ନୋକ୍ତ ଅଭିଯୁକ୍ତ ପୂର୍ବରୁ ମଧ୍ୟ ବିବାହିତ ଥିଲେ ।

ଏ ସମ୍ପର୍କରେ ସେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ପଚାରିବାରୁ, ଅଭିଯୁକ୍ତ ଜଣକ ତାଙ୍କୁ ନିୟମିତ ଭାବେ ମାନସିକ ଓ ଶାରୀରିକ ଅତ୍ୟାଚାର କରିଥିଲେ । ଏହି କାରଣରୁ ସେ ନିଜ ଝିଅକୁ ନେଇ ଅଲଗା ରହୁଥିଲେ । ଗତ ତା.୧୨.୦୨.୨୦୨୩ ରିଖରେ ଅଭିଯୁକ୍ତ ଜଣକ ସେ ରହୁଥିବା ଅପାର୍ଟମେଣ୍ଟକୁ ଯାଇ ବିଶୃଙ୍ଖଳା ସୃଷ୍ଟି କରିବା ସହିତ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିଥିଲେ ଏବଂ ଛୋଟ ଝିଅକୁ ଅପହରଣ କରିନେବାର ଧମକ ମଧ୍ୟ ଦେଇଥିଲେ ।

 ପୀଡ଼ିତା ଜଣକ ପିସିଆର ଭ୍ୟାନକୁ ସୂଚନା ଦେବା ଦେଖି ଅଭିଯୁକ୍ତ ଜଣକ ସେଠାରୁ ଖସି ପଳାଇଯାଇଥିଲେ । ପୁନର୍ବାର ଅଭିଯୁକ୍ତ ଜଣକ ତା.୧୪.୦୨.୨୦୨୩ ରିଖରେ ପିଡ଼ିତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ । ଅଭିଯୋଗକାରିଣୀଙ୍କ ଅଭିଯୋଗ ପରେ, ମହିଳା ଥାନା ପୁଲିସ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ତଦନ୍ତ ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ୨୦୨୧ ମସିହାରେ ସମ୍ପୃକ୍ତ ମହିଳା ଥାନାରେ ଏକ ମାମଲା ରହିଥିବା ତଦନ୍ତ ବେଳେ ଜଣା ପଡିଛି ।

ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । 

Name and Address of Accused Persons:

1.         Biswa Darshi Das (41), S/O- Late Amiya Kumar Das, Plot No. 301, Badsaha Corner Apartment, Shree Vihar, PS- CS Pur, Bhubaneswar UPD.

LEAVE A REPLY

Please enter your comment!
Please enter your name here