Balianta PS Case No-262, accused arrested, know details

0
397
Narayan Behera aka Kalia (22), S/O- Rabindra Behera of Vill- Puranpradhan, Balakati, PS- Balianta, Bhubaneswar UPD.

By Biswanath Dash

BHUBANESWAR:  Balianta PS Case No-262, dtd.12.07.2023, U/S-452/341/323/294/506/307/384/34 IPC.PO-The Unique Hair Spa, Near Manjari Devi Public School, Purana Pradhan, PS- Balianta, BBSR UPD.

Gist of the Case:

ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ବାଲିଅନ୍ତା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଦିଲୀପ ନାୟକଙ୍କ ପୁରଣପ୍ରଧାନ ଗ୍ରାମରେ “ଦି ୟୁନିକ ହେୟାର ସ୍ପା” ନାମରେ ଏକ ସେଲୁନ ଅଛି । ଦୁଇଜଣ ପୁଅ ଏହି ସ୍ପା ରେ କାମ କରନ୍ତି | ଘଟଣା ଦିନ ରାତିରେ ସେଲୁନରେ କାମ କରୁଥିବା ଜଣେ ପୁଅ, ଅଭିଜିତ୍ ବାରିକ ଏବଂ ଅଭିଯୋଗକାରୀଙ୍କ ସାନ ଭିଣୋଇ ଦୀନେଶ ପ୍ରଧାନ ସେଲୁନ ଭିତରେ ଶୋଇଥିଲେ। ସେହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ନାରାୟଣ ବିହେରା ଏବଂ ତାଙ୍କ ସହଯୋଗୀ ସ୍ପା ନିକଟକୁ ଯାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ସଟର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ମାସକୁ ୮୦,୦୦୦ ଟଙ୍କା ଲେଖାଏଁ ଦାଦାବଟି ଦେବ ଲାଗି ଦାବି କରିଥିଲେ ।

ଅଭିଜିତ୍ ଦୋକାନ ଖୋଲିବାକୁ ମନା କରିବାରୁ, ଅଭିଯୁକ୍ତ ଜଣକ ପାଟ୍ରୋଲି ଢାଳି ଦୋକାନରେ ନିଆଁ ଲଗାଇଦେବେ ବୋଲି ଧମକ ଦେଇଥିଲେ । ଫଳରେ ଭୟରେ ଅଭିଜିତ୍ ଦୋକାନ ସଟର ଖୋଲିଦେଇଥିଲେ । ଅଭିଯୁକ୍ତ ନାରାୟଣ ବେହେରା ଭିତରେ ପଶି ଏକ ଚେୟାରରେ ବସି ଅଭିଜିତଙ୍କୁ ଏସି ଲଗାଇବାକୁ ନିର୍ଦ୍ଦେଶ ଦେବା ସହିତ ଭିତରେ ମଦ୍ୟପାନ କରିବେ ବୋଲି ଅଭିଜିତଙ୍କୁ କହିଥିଲେ ।

ଅଭିଜିତ୍ ତାଙ୍କୁ ମଦ ପିଇବାକୁ ବାରଣ କରିବାରୁ, ଅଭିଯୁକ୍ତ ଜଣକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହିତ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଏହି ସମୟରେ ଦୀନେଶ ପ୍ରଧାନ ନିଦରୁ ଉଠି ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ତାଙ୍କୁ ଏକ ଗାଡି ଚାବି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାଫଳରେ ଦୀନେଶ ପ୍ରଧାନ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ ।

 ଏହି ସମୟରେ ଅଭିଯୋଗକାରୀଙ୍କ ବଡ ଭିଣୋଇ ପିଙ୍କୁଲ ପ୍ରଧାନ ଘଟଣାସ୍ଥଳକୁ ଆସି ଅଭିଯୁକ୍ତଙ୍କୁ ବାଧା ଦେବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତ ଜଣକ ଅଧିକ ଉତ୍ତେଜିତ ହୋଇ ଏକ କିଙ୍ଗଫିସର ବିୟର ବୋତଲ ସାହାଯ୍ୟରେ ପିଙ୍କୁଲ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଅହି ଆକ୍ରମଣରେ ପିଙ୍କୁଲ ପ୍ରଧାନ ମଧ୍ୟ ଗୁରୁତର ଆହତ ହୋଇଥିଲେ ।

ସୂଚନା ପାଇ ବାଳକାଟି ଫାଣ୍ଡି ପିସିଆର ଘଟଣାସ୍ଥଳରେ ପହଞ୍ଚିବା ସହିତ ଗ୍ରାମବାସୀଙ୍କ ସହଯୋଗରେ ପୀଡିତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଳକାଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । ଘଟଣାର ଅଭିଯୋଗ ପରେ ବାଲିଅନ୍ତା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତଙ୍କ ନାମରେ ସମ୍ପୃକ୍ତ ଥାନାରେ ପୂର୍ବରୁ ମଧ୍ୟ ଦୁଇଟି ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।

ଏହି ମାମଲା ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ଚଢଉ ଜାରି ରହିଛି ।

Name and Address of Accused Persons:

1.         Narayan Behera aka Kalia (22), S/O- Rabindra Behera of Vill- Puranpradhan, Balakati, PS- Balianta, Bhubaneswar UPD.

LEAVE A REPLY

Please enter your comment!
Please enter your name here