
By Our Correspondent
NEW DELHI: ଆଜି ଭାରତ ଭଳି ଦେଶରେ ଡିଜିଟାଲ୍ ସାକ୍ଷରତାରେ ଅନେକ ମହିଳାମାନେ ଡିଜିଟାଲ ଜ୍ଞାନକୌଶଳକୁ ଭଲରେ ବୁଝିପାରୁଛନ୍ତି, ଯାହା ଭାରତ ପାଇଁ ଏକ ଶୁଭ ସଙ୍କେତ ବୋଲି ବୁଧବାର ନୂଆଦିଲ୍ଲୀରେ ଅନ୍ତଃରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ଅବସରରେ ଆୟୋଜିତ “ନୀତି ସମ୍ବାଦ” କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଇପିଇ ଗ୍ଲୋବାଲ ଲିମିଟେଡର ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କିଛି ବର୍ଷ ପୂର୍ବରୁ ମୋବାଇଲରେ ଫେସବୁକ୍ ଓ ହ୍ୱାଟ୍ସଆପକୁ ଏକ ଏଣ୍ଟରଟେନମେଣ୍ଟର ଜରିଆ ଭାବରେ ବିବେଚିତ କରାଯାଉଥିଲା । ମାତ୍ର ଏବେ ଏହି ଆପ୍ ମାଧ୍ୟମରେ ମହିଳାମାନେ ବ୍ୟବସାୟ କରିପାରୁଛନ୍ତି । ବର୍ତ୍ତମାନ ଭାରତରେ ଅଧିକ ଡିଜିଟାଲ୍ କାରବାର ବା ୟୁପିଆଇ ପେମେଣ୍ଟ ଅଧିକ ହେଉଛି । ଅର୍ଥାତ୍ ମହିଳାମାନେ ହି ଏଥିରେ ଯୋଡି ହୋଇ ଏଥିରେ ନିଜକୁ ଯୋଡି ଦେଶରେ ଡିଜିଟାଲ ସାକ୍ଷରତାକୁ ବଢାଇଛନ୍ତି ।
ଶିଶୁକନ୍ୟାଙ୍କ ବିକାଶ ନେଇ ଆୟୋଜିତ କଥାବସ୍ତୁ ଉପରେ ମତ ରଖି ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ୯ ବର୍ଷରେ ମୋଦି ସରକାରରେ ଝିଅ ଓ ମହିଳାଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛି । ମୋଦି ସରକାର ଦାୟିତ୍ୱ ନେବା ପରେ ସବୁ ଗାଁ ସ୍କୁଲରେ ଛାତ୍ରୀଙ୍କ ପାଇଁ ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ମହିଳାଙ୍କ ଖାତା ଖୋଲିବା, ମୁଦ୍ରା ଯୋଜନାରେ ମହିଳାମାନେ ପ୍ରମୁଖ ଲାଭାର୍ଥୀ ।
ମହିଳାଙ୍କୁ କମ ସୁଧରେ ଋଣ ଦେବାର ବ୍ୟବସ୍ଥା ହୋଇଛି । କରୋନା ସମୟରେ ଗରିବ କଲ୍ୟାଣ ଯୋଜନାରେ ମୁଣ୍ଡ ପିଛା ମାଗଣା ଚାଉଳ ଦେବାର ବ୍ୟବସ୍ଥା କରାଗଲା । ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଦକ୍ଷତା ବିକାଶରେ ମଧ୍ୟ ଯୋଡାଯାଇଛି । ଏହି ସବୁ ଯୋଜନାରେ ମାଆମାନେ ଲାଭ ପାଇଛନ୍ତି । କାହିଁକି ନା ମାଆ ମାନେ ସୁରକ୍ଷିତ ରହିଲେ ପିଲାମାନେ ସୁସ୍ଥ ଓ ସୁରକ୍ଷିତ ରହିବେ ।
ଆଜି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ଜାତୀୟ ଶିକ୍ଷା ନୀତି ସମାଜରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେଇଛି । ଶିକ୍ଷା ନୀତିରେ ମାତୃଭାଷାକୁ ଅଧିକ ପ୍ରାଥମିକତା ଦିଆଯାଇଛି । ପୂର୍ବରୁ ଭାଷାକୁ ଏକ ବିଷୟ ଭାବରେ ଗଣାଯାଉଥିଲା ମାତ୍ର ଏବେ ଭାଷାକୁ ଅନ୍ତରର ସହ ଯୋଡିହେବାର ବ୍ୟବସ୍ଥା ହୋଇଛି । ମାତୃଭାଷାରେ ପିଲାମାନେ ପ୍ରାରମ୍ଭିକ ସମୟରେ ପାଠ ପଢିଲେ ସେମାନଙ୍କୁ ସବୁ ବୁଝିବାରେ ସହଜ ହେବ ।
ବୌଦ୍ଧିକ କ୍ଷମତା ଓ ବିଶ୍ଲେଷଣ କରିବାର କ୍ଷମତା ବଢିବ । ଆମେ ଯେତେବେଳେ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଅଗ୍ରସର ହେଉଛୁ, ସେହି ସମୟରେ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଏବଂ ପ୍ରତ୍ୟେକ କନ୍ୟା ସନ୍ତାନଙ୍କୁ ବିଭିନ୍ନ କ୍ଷେତ୍ରରେ ସମାନ ସୁଯୋଗ ଦେବା ସହିତ ସଶକ୍ତ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।








![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)


















