କଟକ-ଅନୁଗୋଳ-ସମ୍ବଲପୁର ରାଜପଥ, ରିଙ୍ଗ୍ ରୋଡ୍, କୋଷ୍ଟାଲ ହାଇଓ୍ୱେ, ରାଜଧାନୀ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନେଇ ହେଲା ଆଲୋଚନା

0
251
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ।

By Our Correspondent

NEW DELHI/BHUBANESWAR:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି । 

ଶ୍ରୀ ପ୍ରଧାନ ଏହି ବୈଠକ ପରେ ଟ୍ୱିଟ୍ କରି କହିଛନ୍ତି ଯେ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଏନଏଚ୍ -୫୫ ଅନ୍ତର୍ଗତ ଦୁଇଟି ପ୍ୟାକେଜରେ ନିର୍ମାଣାଧୀନ କଟକ – ଅନୁଗୋଳ ରାଜପଥର ଅଗ୍ରଗତି, ଅନୁଗୋଳ- ସମ୍ବଲପୁର ସେକ୍ସନ, ଏନଏଚ-୫୩ ଅନ୍ତର୍ଗତ ତାଳଚେରରୁ କାମାକ୍ଷାନଗର ବାଇପାସ, ସମ୍ବଲପୁର ରିଙ୍ଗ୍ ରୋଡ, କୋଷ୍ଟାଲ ହାଇଓ୍ୱେ ଏବଂ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ କାର୍ଯ୍ୟର ଅଗ୍ରଗତି ଓ ନିର୍ମାଣ କାର୍ଯ୍ୟ ନେଇ ଆଲୋଚନା ହେଲା । ଏନଏଚଏଆଇ ପ୍ରକଳ୍ପ ଗୁଡ଼ିକର ଆଲାଇନମେଣ୍ଟ, ଟେଣ୍ଡର ପ୍ରକ୍ରିୟା,ପରିବେଶ ମଞ୍ଜୁରୀ ଏବଂ ଅନ୍ୟାନ୍ୟ ସମସ୍ୟା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

 ଓଡ଼ିଶାରେ ଏନଏଚଏଆଇ ଦ୍ୱାରା ଅନେକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ କିଛି କାର୍ଯ୍ୟ ସମାପ୍ତ ହେବାର ଅଛି । ଏହି ସବୁ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

 ‘ପୂର୍ବୋଦୟ’ ମିଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାରେ ସଡକପଥ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଏହି ସବୁ ରାଜପଥର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ଦ୍ୱାରା ଲୋକଙ୍କ ଯାତାୟତ ସୁରକ୍ଷିତ ହେବ । ସ୍ଥାନୀୟ ଅଞ୍ଚଳରେ ଶିଳ୍ପ କ୍ଷେତ୍ରର ବିକାଶ ହେବା ସହ ସାମାଜିକ ଓ ଆର୍ଥିକ ବିକାଶରେ ଅଭିବୃଦ୍ଧି ଘଟିବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here