By Our Correspondent
SAMBALPUR/ BHUBANESWAR: ରାଜ୍ୟ ସରକାର ଆଦିବାସୀ ବିରୋଧୀ ସରକାର । ଦଳିତ ଓ ପଛୁଆ ଜାତି ବିରୋଧୀ ସରକାର । ଆଦିବାସୀ ମାନଙ୍କର ଜମି ବିକ୍ରି ହୋଇପାରିବ ନାହିଁ ବୋଲି ସମ୍ବିଧାନରେ ଉଲ୍ଲେଖ ଅଛି । ମାତ୍ର ଆଦିବାସୀଙ୍କ ଜମିକୁ ଛଡାଇ ସେମାନଙ୍କୁ ତଳିତଳାନ୍ତ କରିବା ପାଇଁ ହୀନ ଚକ୍ରାନ୍ତ କିଏ କରିଥିଲେ ? ଆଦିବାସୀଙ୍କ ଜମି ବିକ୍ରି କରିବା ପାଇଁ ଓଡ଼ିଶା ସରକାର କ୍ୟାବିନେଟ୍ ନିଷ୍ପତି ନେଇନଥିଲେ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନିର୍ବାଚନ ପ୍ରଚାର ବେଳେ ନବରଙ୍ଗପୁର ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଫେକ୍ ଭିଡିଓ ଆଧାରରେ ଗୁମାସ୍ତାଙ୍କ କଥାରେ ମନ୍ତବ୍ୟ ଦେଇଛନ୍ତି । ଉକ୍ତ ଭିଡିଓ ନକଲି ବୋଲି ପ୍ରମାଣିତ ହୋଇ ସାରିଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ ହୋଇସାରିଛି । ନିର୍ବାଚନ ପ୍ରଚାର ସମୟରେ ଅପପ୍ରଚାର କରିବା, ମିଛର ସାହାରା ନେବା ବିଜେଡି ବିଶେଷ ଭାବରେ ଗୁମାସ୍ତାଙ୍କ ଅଭ୍ୟାସ ହୋଇଛି ।
ରାଜ୍ୟ ବାହାରର ଗୁମାସ୍ତାଙ୍କ ପ୍ରରୋଚନାରେ ଶ୍ରୀ ମାଝୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଏପରି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । ତାଙ୍କର ଏପରି ବୟାନ ଗଣମାଧ୍ୟମରେ ଘୁରିବୁଲୁଛି । ମନଗଢା ଓ ଭ୍ରମାତ୍ମକ ଉଦ୍ଦେଶ୍ୟ କଥା ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିବେଦନ, ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଦେଶର ଗୃହମନ୍ତ୍ରୀଙ୍କ ଉପରେ ଏପରି ଅପପ୍ରଚାର ଗ୍ରହଣୀୟ ନୁହେଁ । ଏହାକୁ ବିଜେପି ପକ୍ଷରୁ କୋଠର ଶବ୍ଦରେ ନିନ୍ଦା କରାଯାଉଛି । ଖୁବ ଶୀଘ୍ର ବିଜେପିର ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ସହ ଦାବି ପତ୍ର ଦେବେ ଏବଂ ଥାନାରେ ଏତଲା ଦାୟର ମଧ୍ୟ କରାଯିବ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶର ଗୃହମନ୍ତ୍ରୀଙ୍କ ନାଁରେ ଭୁଲ ମନ୍ତବ୍ୟ ଦେବା ଭଳି ସଙ୍ଗୀନ ଅପରାଧ କିଛି ହୋଇନପାରେ । ଆଦିବାସୀ ସୁରକ୍ଷା ନେଇ ରାଜ୍ୟ ସରକାର ଅନ୍ତତଃ କହିବା ଠିକ୍ ନୁହେଁ । ଆଦିବାସୀଙ୍କ ଜମି ବିକିବା ପାଇଁ କିଏ କ୍ୟାବିନେଟ୍ ନିଷ୍ପତ୍ତି କରିଥିଲା ? ମୁଖ୍ୟମନ୍ତ୍ରୀଙ୍କର ଯଦି ଟିକିଏ ନୈତିକତା ଅଛି, ସେ ନିଜ ଦଳର କଥା ପ୍ରକାଶ କରନ୍ତୁ । ସେ ପୁଞ୍ଜିପତିଙ୍କୁ ଦେବା ପାଇଁ ଗତବର୍ଷ ଆଦିବାସୀଙ୍କ ଜମି ବିକ୍ରି କରିବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲେ କି ନାହିଁ ? ପୁଣି ଅଦିବାସୀଙ୍କ ଚାପରେ କ୍ୟାବିନେଟ୍ ନିଷ୍ପତି ବଦଳାଇ ନଥିଲେ କି ? ସମ୍ବିଧାନକୁ ବଦଳାଇ ଆଦିବାସୀଙ୍କୁ ତଳିତଳାନ୍ତ କରିବାର ଷଡଯନ୍ତ୍ରୀ କିଏ କରିଥିଲା ?
ଗୁମାସ୍ତା ମୁଖ୍ୟମନ୍ତ୍ରୀ ଦରଦୀ ବୋଲି କହୁଛନ୍ତି । ସେମାନେ ପ୍ରଥମେ ଆଦିବାସୀଙ୍କ ବିରୋଧରେ ୫୦ ହଜାରରୁ ଅଧିକ ଅବକାରୀ,ଜଙ୍ଗଲ ଓ ଅନ୍ୟାନ୍ୟ ମାମଲା ରୁଜୁ କରାଇଲେ । ପରେ ୫୦ ହଜାର ମାମଲା ଉଠାଇ ଦେବା କଥା କହିଲେ । ଆଦିବାସୀ ଲୋକ ମହୁଲ ଗୋଟାଇବନି ତ କଣ କରିବ ? ଜଙ୍ଗଲଜାତ ଦ୍ରବ୍ୟ ଆଣି ଭରଣପୋଷଣ କରିବେ ନାହିଁ ତ କଣ କରିବେ? ଝାଡଖଣ୍ଡର ମଦ ମାଫିଆକୁ ନିଜର ବ୍ୟବସାୟକୁ ବଢାଇବା ପାଇଁ ଓଡ଼ିଶା ସରକାର ସ୍ୱାଧୀନତା ଦେଉଛନ୍ତି ଅଥଚ ଆଦିବାସୀଙ୍କ ନାଁରେ ଏଭଳି ବିଷୟରେ ମାମଲା ରୁଜୁ କରୁଛନ୍ତି । ତାଙ୍କର ନୀରବତା ଓ ସରଳତାକୁ ଗୁମାସ୍ତା ଓ ସରକାର ବୋକାମୀ ଭାବୁଛନ୍ତି ।
ଡାହାଣୀ ହୋଇ ଲାଗିବା, ଗୁଣିଆ ହୋଇ ଛଡାଇବା ବିଜେଡି ନେତାଙ୍କ ନୀତି । ବଡ ବଡିଆଙ୍କୁ ସରକାରୀ ଟିକସ ପଇସାରେ ଚିକିତ୍ସା କରାଇବେ କିନ୍ତୁ ଗରିବ ଆଦିବାସୀଙ୍କ ଚିକିତ୍ସା ପାଇଁ ସେମାନଙ୍କ ଜମି ବିକ୍ରି କରିବାକୁ କହିବେ । ଓବିସିଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ୨୭ ପ୍ରତିଶତ ସଂରକ୍ଷଣ ପ୍ରଦାନ ନକରିବାରେ ନବୀନ ପଟ୍ଟନାୟକଙ୍କ ସରକାର ଆଗରେ ଅଛନ୍ତି । ଟ୍ରାଇବାଲ ଆଡ଼ିଭାଇଜରୀ କମିଟିର ବୈଠକ ବସୁନାହିଁ । ଏଥର ନିର୍ବାଚନରେ ଆଦିବାସୀ ବିରୋଧୀ ସରକାରକୁ ଲୋକମାନେ ହଟାଇବେ ।
ସେହିପରି ଆଉ ଏକ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ୫ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ବି ଗଞ୍ଜାମ ଜିଲ୍ଲା ଦାଦନର ଏନ୍ତୁଡିଶାଳ ଏବଂ ହିଞ୍ଜିଳି ତା’ର ମୂଳ କେନ୍ଦ୍ର ହୋଇଛି । କଣ୍ଟାବାଞ୍ଜିରେ ମଧ୍ୟ ଅନୁରୂପ ସ୍ଥିତି । ମୁଖ୍ୟମନ୍ତ୍ରୀ ଆଜି ହିଞ୍ଜିଳି ପାଇଁ ପ୍ରାର୍ଥି ପତ୍ର ଦାଖଲ କରିଥିବା ବେଳେ ଦୀର୍ଘ ୨୪ ବର୍ଷ ଶାସନରେ ହିଞ୍ଜିଳିର ଯୁବକ ଯୁବତୀଙ୍କ ରୋଜଗାର ପାଇଁ କ’ଣ ବ୍ୟବସ୍ଥା କରିଛନ୍ତି, ସେ ଏହା ଉପରେ ଶ୍ୱେତପତ୍ର ପ୍ରକାଶ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଦାବିକୁ ଦୋହରାଇଛନ୍ତି ।









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)


















