ଅତ୍ୟାଧୁନିକ ପରିବେଶ ଅନୁକୂଳ ବସଷ୍ଟାଣ୍ଡର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ କ୍ଯାବିନେଟ ବୈଠକରେ Rs ୩୭୩.୧୩ କୋଟି ମଞ୍ଜୁର

0
276
Chief Minister Naveen Patnaik -file

By Our Correspondent

BHUBANESWAR: ରାଜ୍ୟରେ ସାର୍ବଜନୀନ ଯାତ୍ରୀ ପରିବହନ ଭିତ୍ତିଭୂମିର ହେଉଛି ବିକାଶ। ଲୋକଙ୍କୁ ଉନ୍ନତ ପରିବହନ ସେବା ଯୋଗାଇଦେବା ଲକ୍ଷ୍ୟରେ ୨୩ଟି ଜିଲ୍ଲାର ୫୫ଟି ବ୍ଲକସ୍ତରୀୟ ବସଷ୍ଟାଣ୍ଡର ନିର୍ମାଣ ଓ ନବୀକରଣ କରାଯିବ। ଏଥିସହ ବିକଶିତ ହୋଇଥିବା ଆଠଗଡ଼, ବଲାଙ୍ଗିର, ଜୟପୁର ଓ ମୋଟୁ ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ବ୍ୟାପକ ସୁବିଧା କରିଛନ୍ତି ରାଜ୍ୟ ସରକାର। 

ଅତ୍ୟାଧୁନିକ ପରିବେଶ ଅନୁକୂଳ ବସଷ୍ଟାଣ୍ଡର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ କ୍ଯାବିନେଟ ବୈଠକରେ ₹୩୭୩.୧୩ କୋଟି ମଞ୍ଜୁର ହୋଇଛି। ଏହି ବସଷ୍ଟାଣ୍ଡଗୁଡ଼ିକ ସ୍ଥାନୀୟ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ସହ ପର୍ଯ୍ୟଟନ ଓ ବ୍ୟବସାୟ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।

LEAVE A REPLY

Please enter your comment!
Please enter your name here