By Our Correspondent
BHUBANESWAR: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ବିଦ୍ୟାଳୟ ଅଧୀନସ୍ଥ କୃଷି ମହାବିଦ୍ୟାଳୟ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅକ୍ଷୀ ମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ନୂଆଗାଁ ସ୍ଥିତ ଆଇଏନ୍ଏସ୍ ଫାର୍ମରେ ଅନୁଷ୍ଠିତ ଏହି ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ଭିତିକ ପର୍ବ ଅକ୍ଷୟ ତୃତୀୟାର ତାତ୍ପର୍ଯ୍ୟ ସମ୍ବନ୍ଧରେ ସମ୍ୟକ୍ ଆଲୋକପାତ କରିଥିବା ବେଳେ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କୃଷି ବିଜ୍ଞାନର ଅଗ୍ରଗତି ଓ କୃଷି ଭିତିକ ଗବେଷଣାକୁ ନେଇ ବକ୍ତବ୍ୟ ରଖିଥିଲେ ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଂଝଗିରି ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ଗବେଷଣା କେନ୍ଦ୍ର (ଏଆର୍ଏସ୍) ରେ ଅକ୍ଷୀ ମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଇଏଏସ୍ ଡିନ୍ ପ୍ରଫେରସ ରାଉତ ଓ ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଯୋଗ ଦେଇଥିଲେ ।
ଏହି ଉଭୟ ଉତ୍ସବରେ ପ୍ରଫେସର ସରୋଜ ମହାନ୍ତି, ପ୍ରଫେସର ବିବୁଧ ପରାଶର, ଡକ୍ଟର ମନତୋଷ ବୈରାଗ୍ୟ ସମେତ ଫ୍ୟାକଲ୍ଟି, ଗବେଷଣାରତ ଛାତ୍ରଛାତ୍ରୀ, ଗବେଷଣା କର୍ମଚାରୀ ତଥା କୃଷକମାନେ ଯୋଗ ଦେଇଥିଲେ ।









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)
















