ଓଡିଶାରେ ୧୭ ଜିଲ୍ଲାରେ ନିଅଣ୍ଟିଆ , ଗୋଟିଏ ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ, ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ

0
1011

By Our Correspondent

BHUBANESWAR:  ଚଳିତ ମୌସୁମୀ ଋତୁରେ , ୧ ଜୁନ ରୁ ଆଜି ୧୩ ଜୁଲାଇ ମଧ୍ୟରେ ୨୪୩.୯  ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୩୩୪.୪  ମିମି ତୁଳନାରେ ୨୭  ପ୍ରତିଶତ କମ ରହିଛି. ଏହି ପରିଧି ମଧ୍ୟରେ  ଦେବଗଡ ଜିଲ୍ଲାରେ ସର୍ବାଧିକ ୪୭୪.୫   ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା   ତୁଳନାରେ ୪୨% ଅଧିକ ରହିଛି.

ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୯.୪   ମିମି ସହ  ସବୁଠାରୁ କମ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି  ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫% କମ ରହିଛି.

୧୭ ଜିଲ୍ଲାରେ ନିଅଣ୍ଟିଆ , ଗୋଟିଏ ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ, ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ.

ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୫.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ  ସ୍ୱାଭାବିକ ବର୍ଷା ୧୦.୮ ମିମି ତୁଳନାରେ ୫୩% କମ ରେକର୍ଡ ହୋଇଛି.୧୬ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି.

LEAVE A REPLY

Please enter your comment!
Please enter your name here