Pinnacle Air Pvt Ltd ରାଜ୍ୟ ସରକାରଙ୍କୁ 2019-2020ରେ Chartered Flight ଭଡ଼ାରେ ଦେଇ Rs 31,60,000 ଟଙ୍କା ନେଇଛି କିନ୍ତୁ ପରିବହନ ବିଭାଗ ଉକ୍ତ କମ୍ପାନୀ ସହିତ ହୋଇଥିବା Agreement ର ତଥ୍ୟ ଦେଇ ନାହିଁ- ପ୍ରଦୀପ ପ୍ରଧାନ

0
49

By Our Correspondent

BHUBANESWAR:   ରାଜ୍ୟରେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅଫିସରମାନେ  ସାଧାରଣତଥ୍ଃ ସେମାନଙ୍କର ଗସ୍ତ କାର୍ଯ୍ୟକ୍ରମ ପାଇଁ helicaptor ବ୍ୟବହାର କରିଥାନ୍ତି । ରାଜ୍ୟରେ ଚାଟାର୍ଡ ଫାଇଟ୍,(chartered flight) ବ୍ୟବହାର  ବିଶେଷଭାବେ ହୁଏ ନାହିଁ ।

ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ,  2020ମସିହାରେ  ଅର୍ଥାତ୍ କୋଭିଡ୍ ସମୟରେ ମନ୍ତ୍ରୀ , ଅଫିସରଙ୍କ ଦ୍ବାରା ଏହି chartered flight ର ବ୍ୟବହାର ଆରମ୍ଭ ହୋଇଛି । ସେଥିପାଇଁ ଦୁଇଟି କମ୍ପାନୀ  OSS Air Management (28.6.2021) ଓ Jet Serve Aviation Pvt.Ltd.(22.10.20)  ସହିତ ରାଜ୍ୟ ସରକାର agreement କରିଛନ୍ତି ଏହି chartered flight ଭଡ଼ାରେ ଆଣିବା ପାଇଁ।  କିନ୍ତୁ ଅନ୍ୟ ଏକ କମ୍ପାନୀ ଯଥା Pinnacle Air Pvt.Ltd. ରାଜ୍ୟ ସରକାରଙ୍କୁ 2019-2020ରେ  chartered flight ଭଡ଼ାରେ ଦେଇ 31,60,000 ଟଙ୍କା ନେଇଛି । କିନ୍ତୁ ଟ୍ରାନ୍ସପୋର୍ଟ Dept ଉକ୍ତ କମ୍ପାନୀ ସହିତ ହୋଇଥିବା agreement ର ତଥ୍ୟ ଦେଇ ନାହିଁ ।  ଏହା ସୂଚାଉଛି ଯେ , ପରିବହନ ବିଭାଗ ଏହି ତଥ୍ୟ ଲୁଚାଇଛି ବା ଦିଭାଗ agreement  କରିନାହିଁ । କିନ୍ତୁ 31 ଲକ୍ଷ 60 ହଜାର ଟଙ୍କାର chartered flight ଭଡା  ର ବିଲ ଦିଆଯାଇଛି । ପୁଣି ଆଶ୍ଚର୍ୟ୍ଯ ଜନକ ଭାବେ ସରକାରୀ ବିଭାଗ ବିଲର କପି ଦେଉନାହାନ୍ତି ।

ପୁଣି ଏହି chartered flight କିଏ ଓ କେଉଁ କାମରେ ବ୍ୟବହାର କରିଛି ଏହାର ତଥ୍ୟ କୁ ପରିବହନ ବିଭାଗ ଦେଉନାହିଁ ଖାଲି ସମୟ ଗଡାଉଛି । Chartered flight ର ବ୍ୟବହାର ଓ 50 କୋଟିର ବିଲ ଏବେବି ଓଡ଼ିଶା ଲୋକଙ୍କ ନିକଟରେ ପ୍ରହେଳିକା ମୟ ହୋଇ ରହିଛି ।

ତେଣୁ ମୁଁ ମୁଖ୍ୟ ଶାସନ ସଚିବ ଙ୍କୁ ଚିଠି ଲେଖି ଏହାର ସମସ୍ତ ତଥ୍ୟ ୱେବସାଇଟ ରେ ଦେବାକୁ ନିବେଦନ କରିଛି । ଯେହେତୁ ଓଡ଼ିଶାର ରାଜକୋଷରୁ ଉକ୍ତ ଅର୍ଥ ଖର୍ଚ୍ଚ ହୋଇଛି , ଏହାର ତଟି କନିକ ତଥ୍ୟ ଜାଣିବାର ଅଧିକାର ସମସ୍ତ ନାଗରିକଙ୍କର ଅଛି । ପ୍ରଦୀପ ପ୍ରଧାନ.

 

 

LEAVE A REPLY

Please enter your comment!
Please enter your name here