ରାଜ୍ୟ ମାନବାଧିକାର ସୁରକ୍ଷା ପ୍ରକୋଷ୍ଠ (HRPC) ରେ କାର୍ଯ୍ୟରତ ଥିବା ଡି.ଏସ.ପି ଶ୍ରୀମତୀ ଅଳାବତୀ ଆର୍ଶୁ ମାରାଣ୍ଡୀଙ୍କ ଅକାଳ ବିୟୋଗ , ରାଜ୍ୟ ମାନବାଧିକାର ସୁରକ୍ଷା ପ୍ରକୋଷ୍ଠ ପରିସରରେ ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ (HRPC) ଶ୍ରୀ ଲଳିତ ଦାସଙ୍କ ଅଧ୍ଯକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ

0
55

By Our Correspondent

BHUBANESWAR: ରାଜ୍ୟ ମାନବାଧିକାର ସୁରକ୍ଷା ପ୍ରକୋଷ୍ଠ (HRPC) ରେ କାର୍ଯ୍ୟରତ ଥିବା ଡି.ଏସ.ପି ଶ୍ରୀମତୀ  ଅଳାବତୀ ଆର୍ଶୁ ମାରାଣ୍ଡୀଙ୍କ ଅକାଳ ବିୟୋଗ ଘଟିଛି । ଦୀର୍ଘଦିନ ଧରି ସେ ଦୂରାରୋଗ୍ୟରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନରେ ତାଙ୍କର ଦେହାନ୍ତ ଘଟିଥିଲା।  ଏହି ଅବସରରେ ଆଜି ରାଜ୍ୟ ମାନବାଧିକାର ସୁରକ୍ଷା ପ୍ରକୋଷ୍ଠ ପରିସରରେ ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ (HRPC) ଶ୍ରୀ ଲଳିତ ଦାସଙ୍କ ଅଧ୍ଯକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟlଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଏହି ଶୋକ ସଭାରେ ଯୋଗଦେଇ ସ୍ଵର୍ଗତ ଶ୍ରୀମତୀ ମାରାଣ୍ଡିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ ।

ସ୍ଵର୍ଗତ  ଶ୍ରୀମତୀ ମାରାଣ୍ଡି ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ (HRPC) ଶ୍ରୀ ଲଳିତ ଦାସ ମତବ୍ୟକ୍ତ କରିଥିଲେ । ନିଜ ଚାକିରି କାର୍ଯ୍ୟକାଳ ସମୟରେ ବିଭିନ୍ନ ଜିଲ୍ଲାରେ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିଥିଲେ ବୋଲି ସେ କହିଥିଲେ । ଏହା ସହ ସ୍ଵର୍ଗତ ଶ୍ରୀମତୀ ମାରାଣ୍ଡିଙ୍କ  ପରିବାର ବର୍ଗଙ୍କ ପ୍ରତି ମଧ୍ୟ ସେ ସମବେଦନା ଜ୍ଞାପନ କରିଥିଲେ । ତାଙ୍କ ବିୟୋଗ ସମାଜ ତଥା ପୋଲିସ ବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ।

ଏହି ଶୋକସଭାରେ  ଏସ.ପି (ଏଚଆରପିସି)  ଶ୍ରୀ ଆର. କେ. ସେନାପତି ଙ୍କ ସମେତ ଅତିରିକ୍ତ ଏସପି , ଡିଏସପି ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

 

 

LEAVE A REPLY

Please enter your comment!
Please enter your name here