ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ ରୁ ୬ ଡ଼ିଗ୍ରୀ ଯାଇଁ ବୃଦ୍ଧି ହେବାର ସମ୍ଭାବନା, ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୪୧ ଡ଼ିଗ୍ରୀ ଅତିକ୍ରମ କଲା ଦିନର ତାତି

0
69

By Our Correspondent

BHUBANESWAR:   ବର୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି ତଥା ସୂର୍ଯ୍ୟ କିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ ରୁ ୬ ଡ଼ିଗ୍ରୀ ଯାଇଁ ବୃଦ୍ଧି ହେବାର ସମ୍ଭାବନା ରହିଛି |

ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ଡ଼ିଗ୍ରୀ ରେକର୍ଡ ହେବା ସହ ୧୭ ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ ରୁ ୪୫ଡ଼ିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି | ଏହି ପାଣିପାଗ ସ୍ତିତି କୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି |

ଦକ୍ଷିଣ-ପଶ୍ଚିମ  ମୌସୁମୀ ପାଇଁ  ଜାରିହୋଇଥିବା ଦୀର୍ଘ ଅବଧି ଆକଳନ ଅନୁଯାୟୀ, ୨୦୨୪ ମୌସୁମୀ ଋତୁରେ   ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ର ସମ୍ଭାବନା ଥିବାବେଳେ  ରାଜ୍ୟରେ ସ୍ୱାଭାବିକ କିମ୍ବା  କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ କମ ବର୍ଷା  ରହିବାର ସମ୍ଭାବନା ରହିଛି.

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଭୁବନେଶ୍ୱର: ୪୧.୨°C , ଚାନ୍ଦବାଲି: ୪୧.୧°C , ଝାରସୁଗୁଡା: ୪୧°C , ବାଲେଶ୍ୱର: ୪୦°C, ହୀରାକୁଦ: ୩୯.୫°C, ସମ୍ବଲପୁର: ୩୯.୪°C, ରାଉରକେଲା: ୩୯.୨°C, କେନ୍ଦୁଝର: ୩୮.୯°C , ଗୋପାଳପୁର: ୩୫.୫°C , ପାରାଦୀପ: ୩୫.୨°C , ପୁରୀ: ୩୫°C

ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ବାଲେଶ୍ୱର: ୩୯.୬°C, ଭୁବନେଶ୍ୱର: ୩୯.୨°C, ଚାନ୍ଦବାଲି: ୩୮.୭°C, ଝାରସୁଗୁଡା: ୩୮.୪°C, କେନ୍ଦୁଝର: ୩୮°C, ହୀରାକୁଦ: ୩୭.୫°C, ରାଉରକେଲା: ୩୭°C, ସମ୍ବଲପୁର: ୩୬.୮°C , ଗୋପାଳପୁର: ୩୫.୨°C, ପାରାଦୀପ: ୩୫°C , ପୁରୀ: ୩୪.୫°C

 

LEAVE A REPLY

Please enter your comment!
Please enter your name here