Chandrasekharpur PS Case No.-356, accused forwarded to Court

0
672
Biswadarshi aka Biswajit Das (42), S/o- Lt. Amiya Kumar Das of Atira, Bari, PS- Ramachandrapur, dist- Jajpur, At/pr- Flat.No- 301, Plot.No- 656, Badsaha Corner, Shree Vihar, Patia, PS- CS Pur, BBSR, Dist- Khordha

By Biswanath Dash

BHUBANESWAR:  Chandrasekharpur PS Case No.-356, dtd.29.07.2023, U/S-341/294/323/506/307/353 IPC.

PO: Flat.No- 301, Plot.No- 656, Badsaha Corner, Shree Vihar, Patia, PS- CS Pur, BBSR.

Gist of the Case:

ଚନ୍ଦ୍ରଶେଖରପୁର ଥାନା ପୁଲିସ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଉପରୋକ୍ତ ମାମଲାରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।  ସୂଚନାଯୋଗ୍ୟ ଯେ, ପୀଡ଼ିତା ଜଣେ ସହାୟିକା ଏବଂ ସେ ଅଭିଯୁକ୍ତଙ୍କ ଘରେ ସହାୟିକା ଭାବରେ କାର୍ଯ୍ୟ କରନ୍ତି । ଗତ କାଲି ସକାଳ ସମୟରେ ପୀଡ଼ିତା ଶ୍ରୀ ବିହାରରେ ଥିବା ଅଭିଯୁକ୍ତଙ୍କ ଘରକୁ କାମ କରିବା ପାଇଁ ଯାଇଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା କରିବା ଉଦେଶ୍ୟରେ ତାଙ୍କର ଗଳାକୁ ଚିପି ଧରିଥିଲେ । ଏହି ସମୟରେ ପୀଡ଼ିତା ଚିତ୍କାର କରିବାରୁ ଚିତ୍କାର ଶୁଣି ସ୍ଥାନୀୟ ପଡୋଶୀ କନ୍ଟ୍ରୋଲ ରୁମକୁ ଜଣାଇଥିଲେ ।

 ଏହି ସୂଚନା ପାଇବା ପରେ ଚନ୍ଦ୍ରଶେଖରପୁର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ପୁଲିସ ଟୀମ ପୀଡ଼ିତାଙ୍କୁ ପଟିଆ ଶ୍ରୀ ବିହାର ସ୍ଥିତ ଅଭିଯୁକ୍ତଙ୍କ ଘରୁ ଉଦ୍ଧାର କରିବା ପାଇଁ ଯାଇଥିଲେ । ପୁଲିସ ଟୀମ ଘଟଣା ସ୍ଥଳରେ ପହଞ୍ଚିବା ସମୟରେ ଅଭିଯୁକ୍ତ ହତ୍ୟା କରିବା ଉଦେଶ୍ୟରେ ପୀଡ଼ିତାଙ୍କ ଗଳାକୁ ଚିପି ଧରିଥିଲେ । ପୁଲିସ ଟୀମଙ୍କ ଅନୁରୋଧ ସତ୍ବେ ଅଭିଯୁକ୍ତ ଜଣକ ପିଡ଼ିତାଙ୍କୁ ଆକ୍ରମଣ କରୁଥିବାରୁ ପୁଲିସ ଅଭିଯୁକ୍ତଙ୍କୁ କାବୁ କରିବାକୁ ଚେଷ୍ଠା କରିଥିଲେ ।

ଏହି ସମୟରେ ଅଭିଯୁକ୍ତ ଜଣଙ୍କ ପୁଲିସ କର୍ମୀ ମାନଙ୍କୁ ମଧ୍ୟ ହତ୍ୟା କରିବା ଉଦେଶ୍ୟରେ ଗୋଟିଏ ପେଚକଶ ରେ ଆକ୍ରମଣ କରିଥିଲେ । ଏଥିରେ ପୁଲିସ କର୍ମଚାରୀ ଆହତ ହୋଇଥିଲେ ମଧ୍ୟ କୌଶଳ କ୍ରମେ ଅଭିଯୁକ୍ତଙ୍କ କବଳରୁ ପିଡ଼ିତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ଏନେଇ ମାମଲା ରୁଜୁ ହେବା ପରେ ଆଜି ବିଶେଷ ସୂତ୍ରରୁ ଖବର ପାଇ ସ୍ଥାନୀୟ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ପାଇଁ ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ ।  ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।

Name and Address of Accused Persons:

1.         Biswadarshi aka Biswajit Das (42), S/o- Lt. Amiya Kumar Das of Atira, Bari, PS- Ramachandrapur, dist- Jajpur, At/pr- Flat.No- 301, Plot.No- 656, Badsaha Corner, Shree Vihar, Patia, PS- CS Pur, BBSR, Dist- Khordha.

Seizure:

1.         One Screwdriver

.

LEAVE A REPLY

Please enter your comment!
Please enter your name here