Badagada PS Case No-76, two accused arrested , One Mobile Phone, One Apache M/C seized

0
178
Trilochan Bhoi aka Tilu (26), S/O- Tophan Bhoi, At- Durgapur Patna, Basuaghai, PS- Badagada, Bhubaneswar UPD and Bishnu Parida (20), S/- Antaryami Parida, At- Kamalpur, PS- Town, Dist- Jajpur, At/Pr- Tarini Basti, Tankapani Road, PS- Badagada, Bhubaneswar UPD

By Our Correspondent

BHUBANESWAR:   Badagada PS Case No-76, dtd.08.02.2024, U/S- 392/34 IPC.PO:Near DM Resort, PS- Badagada, BBSR UPD.

Gist of the FIR:

ବଡ଼ଗଡ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ତା.୦୮.୦୨.୨୦୨୪ ରିଖ ସନ୍ଧ୍ୟାରେ ଅଭିଯୋଗକାରିଣୀ ଜଣକ ଶୁଶାନ୍ତି ବିହାର ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ, ଡିଏମ ରିସୋର୍ଟ ନିକଟରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏକ ଆପାଚେ ମୋଟରସାଇକେଲରେ ପଛ ପାଖରୁ ଆସି ତାଙ୍କ ନିକଟରୁ ତାଙ୍କ ମୋବାଇଲ ଫୋନକୁ ବଳପୂର୍ବକ ଛଡାଇ ନେଇ ସାଇ ଆରକେ ମୋଟର୍ସ ଅଭିମୁଖେ ଖସି ପଳାଇ ଯାଇଥିଲେ ।

 ଏହି ଲୁଟ ଘଟଣା ପରେ ଅଭିଯୋଗକାରୀ ଜଣକ ଘରକୁ ଯାଇ ବାପାଙ୍କୁ ସାଙ୍ଗରେ ନେଇ ଅଭିଯୋଗ କରିବା ଲାଗି ଥାନାକୁ ଆସିବା ସମୟରେ, ବଡ଼ଗଡ ଅନ୍ତର୍ଗତ ଲେନ-୨ ରେ ଥିବା ସରସ୍ବତୀ ଶିଶୁ ମନ୍ଦିର ନିକଟରେ ସେହି ଦୁଇ ଅଭିଯୁକ୍ତ ଛିଡା ହୋଇଥିବା ଦେଖିଥିଲେ ଏବଂ ଉଭୟଙ୍କୁ ସେଠାରେ ଅଟକ ରଖି ଥାନାକୁ ସୂଚନା ଦେଇଥିଲେ ।

ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହିତ ଉଭୟ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲେ । ଏହି ଘଟଣାର ଲିଖିତ ଅଭିଯୋଗ ପରେ, ପୁଲିସ ତଦନ୍ତ କରି ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଉଭୟ ଅଭିଯୁକ୍ତଙ୍କ ନିକଟରୁ ଅଭିଯୋଗକାରିଣୀଙ୍କ ଲୁଟ ମୋବାଇଲ ଫୋନ ଏବଂ ଘଟଣାରେ ବ୍ଯବହୃତ ମୋଟରସାଇକେଲକୁ ଜବତ କରିଥିଲେ । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜ ଅପରାଧ ସ୍ଵୀକର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of accused persons: Trilochan Bhoi aka Tilu (26), S/O- Tophan Bhoi, At- Durgapur Patna, Basuaghai, PS- Badagada, Bhubaneswar UPD and Bishnu Parida (20), S/- Antaryami Parida, At- Kamalpur, PS- Town, Dist- Jajpur, At/Pr- Tarini Basti, Tankapani Road, PS- Badagada, Bhubaneswar UPD.

Article Seized: One Mobile Phone, One Apache M/C.

LEAVE A REPLY

Please enter your comment!
Please enter your name here