Shree Lingaraj PS Case No-22, accused arrested

0
149
1. Manu aka Mana Mohan Mahapatra (33), S/O- Late Brajabandhu, Shisupalgada, Khandayat Sahi, PS- Shree Lingaraj, Bhubaneswar UPD

By Our Correspondent

BHUBANESWAR:   Shree Lingaraj PS Case No-22, dtd.09.02.2024, U/S- 341/323/427/506/307/34 IPC. PO:Near Samantarapur Gate Chhaka, PS- Shree Lingaraj, BBSR UPD.

Gist of the FIR:

ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଜୀବନ ଜ୍ୟୋତି ଦାଶଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ସାମନ୍ତରାପୁରର ପିଏଚଡି କଲୋନୀରେ ରୁହନ୍ତି । ଗତ ତା.୦୮.୦୨.୨୦୨୪ ରିଖ ରାତିରେ ସେ ତାଙ୍କର ଜଣେ ବନ୍ଧୁଙ୍କ ସହିତ ମିଶି ଘରକୁ ଫେରୁଥିବା ବେଳେ ସାମନ୍ତରାପୁର ଗେଟ ଛକ ନିକଟରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ମାନେ ତାଙ୍କର ରାସ୍ତା ଓଗାଳିବା ସହିତ ଭିଡିଓ ସୁଟିଂ କରିଥିଲେ ଏବଂ ଅଶ୍ରାବ୍ୟ ଭାଷାରେ ଉଭୟଙ୍କୁ ଗାଳିଗୁଲଜ କରିଥିଲେ ।

ଅଭିଯୋଗକାରୀ ଜଣକ ଅଭିଯୁକ୍ତ ମାନଙ୍କର ଏହି କାର୍ଯ୍ୟକାଳପକୁ ବିରୋଧ କରିବାରୁ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ହଠାତ ଏକ ଲୁହା ଛଡ ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣ ଯୋଗୁଁ ଅଭିଯୋଗକାରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣାର ଲିଖିତ ଅଭିଯୋଗ ପରେ, ପୁଲିସ ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।

 ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ମନୁ ଓରଫ ମନମୋହନ ମହାପାତ୍ରଙ୍କ ନାମରେ ଶ୍ରୀ ଲିଙ୍ଗରାଜ ଥାନା ଓ ଧଉଳି ଥାନାରେ ୨ ଟି ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।   ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of accused persons-Manu aka Mana Mohan Mahapatra (33), S/O- Late Brajabandhu, Shisupalgada, Khandayat Sahi, PS- Shree Lingaraj, Bhubaneswar UPD.

LEAVE A REPLY

Please enter your comment!
Please enter your name here