AIFF President Kalyan Chaubey invites Dharmendra Pradhan to attend FIFA U-17 Women’s World Cup Match in Bhubaneswar

0
461

By Our Correspondent

BHUBANESWAR: ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ)ର ସଭାପତି କଲ୍ୟାଣ ଚୌବେ ଶନିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି । ଆସନ୍ତା ୧୧ ତାରିଖରେ ଭୁବନେଶ୍ୱରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ ଫିଫା ମହିଳା ଫୁଟବଲ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ସାମିଲ ହେବା ପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ।

ଶ୍ରୀ ପ୍ରଧାନ ଏଥିପାଇଁ ଖୁସିବ୍ୟକ୍ତ କରିବା ସହ ନିମନ୍ତ୍ରଣ ପାଇଁ ଏଆଇଏଫଏଫର ସଭାପତି ଶ୍ରୀ ଚୌବେଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ସବୁ ସ୍ତରରେ କ୍ରୀଡାକୁ ପ୍ରୋତ୍ସାହନ ଦେଉଛନ୍ତି । ଭାରତକୁ ଶ୍ରେଷ୍ଠ କ୍ରୀଡ଼ା ରାଷ୍ଟ୍ର ଭାବରେ ପରିଣତ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ।

ଦେଶରେ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଅନୁଷ୍ଠିତ ହେବା ଦ୍ୱାରା କ୍ରୀଡାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ । ତୃଣମୂଳ ସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ  । ଏହି ବିଶ୍ୱକପ ପ୍ରତିଯୋଗିତା ଦେଶରେ କ୍ରୀଡ଼ାର ପ୍ରୋତ୍ସାହନ ସହ କ୍ରୀଡ଼ା କ୍ଷେତ୍ରରେ ଯୁବବର୍ଗ ବିଶେଷ ଭାବରେ ମହିଳାଙ୍କୁ ଉତ୍ସାହିତ କରିବ । ଏହି ବିଶ୍ୱକପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାର ନୂତନ ପିଢିର କ୍ରୀଡ଼ାବିତଙ୍କୁ ଲମ୍ବା ସମୟ ଧରି ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here