ଗୋଟିଏ  ପ୍ରକଳ୍ପକୁ 3 ଥର ବିଲ୍ କରି, ଲୁଟ୍ ହୋଇଛି Rs- 33 କୋଟି ଟଙ୍କା

0
496

By Our Correspondent

BHUBANESWAR: Superintending Engineer Malkangiri R&B Division, Malkangiri କେବଳ ଗୋଟିଏ ବିଭାଗ, ବାହାର ରାଜ୍ୟର ୪ ଟା ଘରୋଇ ସଂସ୍ଥାକୁ ୧୫ ଗୋଟି ପ୍ରକଳ୍ପ ପାଇଁ Rs- 332 କୋଟି 82 ଲକ୍ଷ 49 ହଜାର 975 ଟଙ୍କା ଦେଇଛି ।

କିଭଳି ନିଦ୍ଧିଷ୍ଟ ସଂସ୍ଥା କୁ ବାରମ୍ବାର କୋଟି କୋଟି ଟଙ୍କାର ପ୍ରକଳ୍ପ ଦିଆଯାଇଛି ତାକୁ ନେଇ ସନ୍ଦେହ ଉପୁଜିଛି । ବାସ୍ତବରେ ଏହି ସଂସ୍ଥା ସବୁ କିପରି ଟେଣ୍ଟର ପାଇଲା? ନା ସଂସ୍ଥାକୁ ସୁହାଇଲା ଭଳି ଟେଣ୍ଟର କରାଯାଇଥିଲା? ନା ଟେଣ୍ଟର ପଛରେ କିଏ? ବାସ୍ତବରେ ଏହି ସବୁ ପ୍ରକଳ୍ପ ହୋଇଛି ନା କେବଳ କାଗଜ କଲମରେ ସବୁ ପ୍ରକଳ୍ପ ହୋଇଛି?  ଏନେଇ ମଧ୍ୟ ସନ୍ଦେହ ବଢ଼ିବାରେ ଲାଗିଛି ।

2018-19 ମସିହାରେ ଗୋଟିଏ ସମାନ ପ୍ରକଳ୍ପ ଓ ରକ୍ଷଣାବେକ୍ଷଣା ବାବଦରେ କୁ 3 ଥର ବିଲ କରାଯାଇଛି । ପ୍ରକଳ୍ପ ଓ ରକ୍ଷଣାବେକ୍ଷଣା ପାଇଁ Rs- 32 କୋଟି 32 ଲକ୍ଷ 55 ହଜାର 9 ଟଙ୍କା ଖର୍ଚ୍ଚ ହୋଇଛି । ଏହିଭଳି ଭାବେ  ମିଛ  (False) ବିଲ୍ କରି କୋଟି କୋଟି ଟଙ୍କା ଲୁଟ୍ ହୋଇଛି । ଏହାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ ଓ ଅନ୍ୟ କର୍ମୀ ଗଣ । ଏବଂ ପରବର୍ତ୍ତୀ ସମୟରେ କୋର୍ଟରେ କେସ୍ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here