ହାଇଟେକ ହସ୍ପିଟାଲ ପରିସରରେ ବିସ୍ପୋରଣ :ମୃତକଙ୍କ ଅସହାୟ ମା ଅହଲ୍ୟା ସାମନ୍ତରାୟଙ୍କୁ ୧ କୋଟି ଟଙ୍କାର କ୍ଷତିପୂରଣ ରାଶି ତୁରନ୍ତ ଦିଆଯାଉ- ମହିଳାମୋର୍ଚ୍ଚା

0
130
ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଏବଂ ଘରୋଇ ଡାକ୍ତରଖାନାକୁ ଅହେତୁକ ଅନୁକମ୍ପା କାରଣରୁ ତିନୋଟି ପରିବାର ସର୍ବସ୍ୱାନ୍ତ ହୋଇପଡିଛନ୍ତି । ଘଟଣାର ୧୪ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି । ପୋଲିସ ଏହାର ତଦନ୍ତ କରୁ । ଏଭଳି ଦାୟିତ୍ୱହୀନତା କାର୍ଯ୍ୟ ପାଇଁ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବା ସହ ହସ୍ପିଟାଲ ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । -ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ.

By Our Correspondent

BHUBANESWAR:  ଗତ ୨୯ ଡିସେମ୍ବର ୨୦୨୩ମସିହାରେ ହାଇଟେକ ହସ୍ପିଟାଲ ପରିସରରେ ବିସ୍ପୋରଣ ଘଟିଥିଲା । ଏହି ବିସ୍ପୋରଣରେ କାର୍ଯ୍ୟରତ ୪ଜଣ କର୍ମଚାରୀଙ୍କ ଦେହରେ ନିଆଁ ଲାଗିଯିବା ଫଳରେ ସେ ଗୁରୁତର ହୋଇ ହାଇଟେକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୩୦ତାରିଖ ଦିନ ହସ୍ପିଟାଲ କର୍ତୃପକ୍ଷ ଘୋଷଣା କରିଥିଲେ ଯେ, ଆହତ ବଅଙ୍ଗ ଅଂଚଳର ଦିଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଛି । ଏହାପରେ ମେଡିକାଲର ଔପଚାରିକତାକୁ ସମାପ୍ତ କରି ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ଏହି ଦୁଃଖଦ ଘଟଣାକୁ ତାଙ୍କ ସ୍ତ୍ରୀ ସୌମ୍ୟାଶ୍ରୀ ଜେନା ସହ୍ୟ କରିନପାରି ଆତ୍ମହତ୍ୟା କରିଥିଲେ, କିନ୍ତୁ ପୁନଃଶ୍ଚ ୪ଦିନ ପରେ ମେଡିକାଲ କର୍ତୃପକ୍ଷ ଘୋଷଣା କଲେ ଦିଲୀପ ସାମନ୍ତରାୟ ଜୀବିତ ।

ମେଡିକାଲର ଦାୟିତ୍ୱହୀନ ମନ୍ତବ୍ୟ ଯୋଗୁଁ ଜଣେ ୨୪ବର୍ଷିୟ ମହିଳା ଆତ୍ମହତ୍ୟା କରିଥିଲେ । ମହିଳାଙ୍କ ଆତ୍ମହତ୍ୟା ପାଇଁ ସମ୍ପୂର୍ଣ୍ଣଭାବେ ମେଡିକାଲ କର୍ତୃପକ୍ଷ ଦାୟୀ । ଗତକାଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଦିଲୀପ ସାମନ୍ତରାୟଙ୍କ ଶଶୁର ଘର ଓ ନିଜଘରକୁ ଯାଇ ତଦନ୍ତ କରିଛନ୍ତି । ତଦନ୍ତ ପରେ ସ୍ପଷ୍ଟ ଯେ, ଘରୋଇ ଡାକ୍ତରଖାନାର ଦାୟିତ୍ୱହୀନତା ଯୋଗୁଁ ସୌମ୍ୟାଶ୍ରୀ ଜେନାଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡା. ବିଶ୍ୱାଳ କହିଛନ୍ତି ଯେ, ଘରୋଇ ଡାକ୍ତରଖାନାର ଦାୟିତ୍ୱହୀନତା ଏବଂ ପୋଲିସ୍ ପ୍ରଶାସନର ନିଷ୍କ୍ରିୟତା କାରଣରୁ ଜଣଙ୍କ ମୃତ ଶରୀରକୁ ଅନ୍ୟ ଜଣଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି, ଯାହାକି ଏକ ଗର୍ହିତ ଓ ଅକ୍ଷମଣୀୟ ଅପରାଧ । ଅତୀତରେ ରାଜ୍ୟର ଗୋଟିଏ ଘରୋଇ ମେଡିକାଲରେ ନିଆଁ ଲାଗିବା ଘଟଣାରେ ମେଡିକାଲର ମାଲିକଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ହାଇଟେକ୍‌ରେ ମାଲିକ ବିଜେଡିର ହୋଇଥିବାରୁ ଏଯାଏଁ ଗିରଫ କରାଯାଇନାହିଁ ।

ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଉଭୟ ମେଡିକାଲ କଲେଜ କର୍ତୃପକ୍ଷ ଏବଂ ପୋଲିସ୍ ପ୍ରଶାସନ ବିରୁଦ୍ଧରେ ରାଜ୍ୟ ସରକାର ଫୌଜଦାରୀ ମାମଲା ରୁଜୁ କରିବା ଉଚିତ୍ । ମୃତ ଦିଲୀପ ସାମନ୍ତରାୟଙ୍କ ମାଆ ଦେଇଥିବା ଏତଲାକୁ କାହା ନିର୍ଦ୍ଦେଶରେ ଚାପ ପ୍ରୟୋଗ କରି ପ୍ରତ୍ୟାହାର କରିନିଆଯାଇଛି, ଏହି ଅଭିଯୁକ୍ତଙ୍କୁ ମଧ୍ୟ ସାମ୍ନାକୁ ଅଣାଯାଉ । ମୃତକଙ୍କ ଅସହାୟ ମା ଅହଲ୍ୟା ସାମନ୍ତରାୟଙ୍କୁ ୧ କୋଟି ଟଙ୍କାର କ୍ଷତିପୂରଣ ରାଶି ତୁରନ୍ତ ଦିଆଯାଉ । ଗୁରୁତର ଥିବା ଜ୍ୟୋତିରଞ୍ଜନ ମଲ୍ଲିକ ଜୀବିତ ନା ମୃତ ତାହା ହସ୍ପିଟାଲ ସ୍ପଷ୍ଟ କରନ୍ତୁ । ଯଦି ଶ୍ରୀ ମଲ୍ଲିକ ମୃତ ତେବେ ତାଙ୍କର ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଉ ।

ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଏବଂ ଘରୋଇ ଡାକ୍ତରଖାନାକୁ ଅହେତୁକ ଅନୁକମ୍ପା କାରଣରୁ ତିନୋଟି ପରିବାର ସର୍ବସ୍ୱାନ୍ତ ହୋଇପଡିଛନ୍ତି । ଘଟଣାର ୧୪ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି । ପୋଲିସ ଏହାର ତଦନ୍ତ କରୁ । ଏଭଳି ଦାୟିତ୍ୱହୀନତା କାର୍ଯ୍ୟ ପାଇଁ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବା ସହ ହସ୍ପିଟାଲ ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । -ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ.

LEAVE A REPLY

Please enter your comment!
Please enter your name here