ଓଡ଼ିଶାର ୧୯୨ଟି ଖଣି ଲିଜ୍ ମଧ୍ୟରୁ ୧୭୬ ଖଣି ଲିଜ୍ ଘଂଚ ଜଙ୍ଗଲ ଅଂଚଳରେ ଅବସ୍ଥିତ , ୯୮ଟି ଲିଜ୍ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଜଙ୍ଗଲ କ୍ଷେତ୍ରର ଅନୁମତି ପ୍ରଦାନ କରାଯାଇ ନାହିଁ ,  ୪୭ଟି ଖଣି ଜଙ୍ଗଲ ମଞ୍ଜୁରୀ ବିନା ଚାଲିଛି , ୫୫ଟି ଖଣି ନଦୀ, ଉପନଦୀ ନାଳ ଅଂଚଳରେ ପ୍ରଭାବିତ-ବିଜେପି

0
118
ମାଟି ତଳେ ଥିବା ସଂପତିର ମନଇଛା ଖୋଳା ଚାଲିଛି । ରାଜ୍ୟ ସରକାର ଖଣିଜ ଖନନ ପରିମାଣ ଉପରେ କୌଣସି ଅଙ୍କୁଶ ଲଗାଉନାହାନ୍ତି । ଅନ୍ୟ ପକ୍ଷରେ ଖଣିଜ ଖନନକୁ ଦେଖିଲେ ରାଜ୍ୟର ବିକାଶ କିନ୍ତୁ ବହୁ ପଛରେ ପଡିଛି । ଓଡ଼ିଶାରେ ୨୦୦୨-୨୦୧୪ ତଥା ୧୨ବର୍ଷରେ ୯ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଜ୍ଞାତସାରରେ ହୋଇଛି , ବିରୋଧୀ ଦଳ ନେତା Jayararayan Mishra said.

By Our Correspondent

BHUBANESWAR:  ମାଟି ତଳେ ଥିବା ସଂପତିର ମନଇଛା ଖୋଳା ଚାଲିଛି । ରାଜ୍ୟ ସରକାର ଖଣିଜ ଖନନ ପରିମାଣ ଉପରେ କୌଣସି ଅଙ୍କୁଶ ଲଗାଉନାହାନ୍ତି । ଅନ୍ୟ ପକ୍ଷରେ ଖଣିଜ ଖନନକୁ ଦେଖିଲେ ରାଜ୍ୟର ବିକାଶ କିନ୍ତୁ ବହୁ ପଛରେ ପଡିଛି । ଓଡ଼ିଶାରେ ୨୦୦୨-୨୦୧୪ ତଥା ୧୨ବର୍ଷରେ ୯ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଜ୍ଞାତସାରରେ ହୋଇଛି , ବିରୋଧୀ ଦଳ ନେତା Jayararayan Mishra said.

ରାଜ୍ୟ ସରକାର ଖଣି ଦୁର୍ନୀତି କରି ଓଡ଼ିଶାର ରାଜକୋଷକୁ ନଷ୍ଟ କରୁଛନ୍ତି । ଓଡ଼ିଶାର ୧୯୨ଟି ଖଣି ଲିଜ୍ ମଧ୍ୟରୁ ୧୭୬ ଖଣି ଲିଜ୍ ଘଂଚ ଜଙ୍ଗଲ ଅଂଚଳରେ ଅବସ୍ଥିତ । ୯୮ଟି ଲିଜ୍‌ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଜଙ୍ଗଲ କ୍ଷେତ୍ରର ଅନୁମତି ପ୍ରଦାନ କରାଯାଇ ନାହିଁ । ୪୭ଟି ଖଣି ଜଙ୍ଗଲ ମଞ୍ଜୁରୀ ବିନା ଚାଲିଛି । ୫୫ଟି ଖଣି ନଦୀ, ଉପନଦୀ ନାଳ ଅଂଚଳରେ ପ୍ରଭାବିତ ହୁଏ । ଖଣି ଦୁର୍ନୀତି ପ୍ରସଙ୍ଗ ବିଜେପିର ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି । ଯଥାଶୀଘ୍ର ଏହି ଖଣି ଦୁର୍ନୀତିର  ସିବିଆଇ ତଦନ୍ତ କରାଯାଉ।

ଖଣି ଅଂଚଳରେ ନଦୀ ପ୍ରଭାବିତ ହୋଇ ଜଳ ପ୍ରଦୂଷଣ କରୁଛି, କିନ୍ତୁ ଏଯାଏଁ ରାଜ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିନାହାନ୍ତି । ଫଳରେ ସେହି ପ୍ରଦୂଷିତ ଜଳକୁ ସ୍ଥାନୀୟ ଗ୍ରାମବାସୀ, ଆଦିବାସୀ, ବନ୍ୟଜନ୍ତୁ ବ୍ୟବହାର କରି ବିଭିନ୍ନ ରୋଗଗ୍ରସ୍ତ ହେଉଛନ୍ତି । ସେହିପରି ସୁନ୍ଦରଗଡ, କେନ୍ଦୁଝର ଜିଲ୍ଲାର ପ୍ରକଳ୍ପ ହାତୀ କରିଡର ସହ ୩୧ଟି ଖଣି ସଂଲଗ୍ନ ହୋଇଛି । ଏହା ଫଳରେ ହାତୀଙ୍କ ଦ୍ୱାରା ଧନଜୀବନ ହାନୀ ଓ ଫସଲ ଧ୍ୱଂସ ହେଉଛି । ସେହିପରି ଖଣି ଅଂଚଳର ଲୋକେ ମଧ୍ୟ ପ୍ରଦୂଷିତ ବାୟୁ ନିଶ୍ୱାସ ନେବା ଦ୍ୱାରା ରୋଗକାନ୍ତ ହେଉଛନ୍ତି ।

ସେହିପରି ୧୯୨ଖଣି ଲିଜ୍ ମଧ୍ୟରୁ ୯୪ଟି ବିନା ପରିବେଶ କ୍ଲିୟରାନ୍ସ, ୭୫ଖଣି ଲୁହାପଥର ଓ ମାଙ୍ଗାନିଜ ଖଣିରୁ ଅଧିକ ଉତୋଳନ କରିଥିଲେ । ଖଣି ଲିଜ୍ ଯାହା ଜଙ୍ଗଲ ଅଂଚଳରେ ଅବସ୍ଥିତ ଜଙ୍ଗଲ ମଞ୍ଜୁରୀ ବିନା ସେମାନଙ୍କୁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି, ଯାହାକି ସଂପୂର୍ଣ୍ଣ ଆଇନ ବିରୋଧୀ ଅଟେ । ଅନ୍ୟ ପଟେ ବେଆଇନ ଭାବେ ଚାଲିଥିବା ଖଣିରୁ ଆଦାୟ କରାଯାଉଥିବା ଜୋରିମାନା ଟଙ୍କା ବହୁତ୍ କମ୍ । ମୁଖ୍ୟମନ୍ତ୍ରୀ ନବୀନ ବାବୁ ସମସ୍ତ ନିୟମକୁ ଜଳାଞ୍ଜଳୀ ଦେଇ ନିଜର ଅଭିଳାସକୁ ଚରିତାର୍ଥ କରିବା ପାଇଁ ଖଣି ଚୋରମାନଙ୍କୁ  “ଲିଗାଲ କଭରେଜ୍‌” ଦେଇ ରାଜ୍ୟର ଖଣିଜ ସମ୍ପଦକୁ ଲୁଟ୍ କରିବାରେ ମାଫିଆଙ୍କୁ ସାହାଯ୍ୟ କରୁଛନ୍ତି ।

ଖଣିଜ ସମ୍ପଦ ଏକ ପ୍ରାକୃତିକ ସମ୍ପଦ ଯାହା କ୍ଷୟ ହେବା ପରେ ପୁନର୍ବାର ଆସିନଥାଏ । ଲୁହାପଥର ଦେଶର ମେରୁଦଣ୍ଡ । ଏହି ଖଣିଜ ସମ୍ପଦକୁ ନିଷ୍ଠୁରତା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଣି ମାଲିକମାନଙ୍କୁ ପ୍ରଶାସନିକ ଏବଂ ନ୍ୟାୟିକ ସୁରକ୍ଷା ଦେଇ ଚୋରୀ କରିବାରେ ସାହାଯ୍ୟ କରି ନିଜର ଅଭିଳାସକୁ ଚରିତାର୍ଥ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ପ୍ରବଚଂନା କରି ଖଣିଜ ସମ୍ପଦକୁୁ ମାଫିଆମାନଙ୍କ ହାତକୁ ଟେକି ଦେଉଛନ୍ତି ତାହାକୁ ଓଡିଶାବାସୀ କ୍ଷମା ଦେବେ ନାହିଁ । ଆଗାମୀ ନିର୍ବାଚନରେ ରାଜ୍ୟ ସରକାରଙ୍କୁ ଓଡ଼ିଶାବାସୀ ଉଚିତ ଜବାବ ଦେବେ । -ବିରୋଧୀ ଦଳ ନେତା Jayararayan Mishra.

LEAVE A REPLY

Please enter your comment!
Please enter your name here