“Victor Control Room, ERSS-112” ସେବା ମାଧ୍ୟମରେ ଗତବର୍ଷ ୨୦୨୩ ମସିହା ଡିସେମ୍ବର ମାସ ମଧ୍ୟରେ ବିଭିନ୍ନ ଅସୁବିଧାରେ ଥାଇ ସାହାଯ୍ୟ ଲୋଡୁଥିବା ମୋଟ ୫୩୮୯ଟି ଫୋନ କଲ ଗ୍ରହଣ

0
133
ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ ଜନସାଧାରଣଙ୍କୁ ତୁରନ୍ତ ସହାୟତା ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ “Victor Control Room, ERSS-112” ସେବା ମାଧ୍ୟମରେ ଗତବର୍ଷ ୨୦୨୩ ମସିହା ଡିସେମ୍ବର ମାସ ମଧ୍ୟରେ ବିଭିନ୍ନ ଅସୁବିଧାରେ ଥାଇ ସାହାଯ୍ୟ ଲୋଡୁଥିବା ମୋଟ ୫୩୮୯ଟି ଫୋନ କଲ ଗ୍ରହଣ କରି ସାହାଯ୍ୟ ଚାହୁଁଥିବା ବ୍ୟକ୍ତି ମାନଙ୍କ ନିକଟରେ ତୁରନ୍ତ ପହଞ୍ଚି ସେମାନଙ୍କୁ ଜରୁରୀ ସହାୟତା ପ୍ରଦାନ କରିଥିଲେ

By Our Correspondent

CUTTACK/BHUBANESWAR:  ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ ଜନସାଧାରଣଙ୍କୁ ତୁରନ୍ତ ସହାୟତା ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ “Victor Control Room, ERSS-112” ସେବା ମାଧ୍ୟମରେ ଗତବର୍ଷ ୨୦୨୩ ମସିହା ଡିସେମ୍ବର ମାସ ମଧ୍ୟରେ ବିଭିନ୍ନ ଅସୁବିଧାରେ ଥାଇ ସାହାଯ୍ୟ ଲୋଡୁଥିବା ମୋଟ ୫୩୮୯ଟି ଫୋନ କଲ ଗ୍ରହଣ କରି ସାହାଯ୍ୟ ଚାହୁଁଥିବା ବ୍ୟକ୍ତି ମାନଙ୍କ ନିକଟରେ ତୁରନ୍ତ ପହଞ୍ଚି ସେମାନଙ୍କୁ ଜରୁରୀ ସହାୟତା ପ୍ରଦାନ କରିଥିଲେ

। ସେହିପରି ଭୁବନେଶ୍ୱର ସହରର ବିଭିନ୍ନ ଥାନା ମାନଙ୍କରେ ଉପଲବ୍ଧ ପିସିଆର ଭ୍ୟାନ ଗୁଡିକରେ ନିୟୋଜିତ ଥିବା କର୍ମଚାରୀମାନେ ଗତ ଡିସେମ୍ବର ମାସ ମଧ୍ୟରେ ସମୁଦାୟ ୩୬୩୭ଟି ଘଟଣାରେ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ଅବିଳମ୍ବେ ପହଞ୍ଚି ଘଟିବାକୁ ଯାଉଥିବା ଅନେକ ଗଣ୍ଡଗୋଳର ପ୍ରାକ-ସମାଧାନ କରିବା ସହ ବିଭିନ୍ନ ଅପରାଧରେ ଲିପ୍ତ ଥିବା ଅପରାଧୀ ମାନଙ୍କର ସାହସର ସହିତ ପିଛା କରି ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇପାରିଛନ୍ତି

। ଏହିପରି ଭାବରେ “Victor Control Room” ଗତ ଡିସେମ୍ବର ମାସରେ ସର୍ବମୋଟ୍ ୯୦୨୬ଟି ଘଟଣାରେ ଭୁବନେଶ୍ଵରର ଜନସାଧାରଣଙ୍କୁ ଜରୁରୀ କାଳୀନ ସେବା ପ୍ରଦାନ କରିପାରିଛି ।

ଏହି ପରିପ୍ରେକ୍ଷୀରେ ଦୁର୍ଘଟଣାରେ ଶିକାର ପୀଡିତ ବ୍ୟକ୍ତି ମାନଙ୍କୁ ଆବଶ୍ୟକୀୟ ଡାକ୍ତରୀ ସେବା ପ୍ରଦାନ କରାଇବାର ସମସ୍ତ ବ୍ୟବସ୍ଥା କରାଯିବା ସହ ପିସିଆର୍ ଭ୍ୟାନରେ ନିୟୋଜିତ କର୍ମଚାରୀମାନେ ପୀଡ଼ିତ ବ୍ୟକ୍ତିଙ୍କୁ ତୁରନ୍ତ ସାହାଯ୍ୟ କରିବାର ଉଦ୍ୟମ ସର୍ବଦା ଜାରି ରଖିଛନ୍ତି ଓ ଏହି ଉଦ୍ୟମ ଆଗକୁ ମଧ୍ୟ ଜାରି ରହିବ ।

ଡିସେମ୍ବର ମାସର କିଛି ଗୁରୁତ୍ବପୂର୍ଣ୍ଣ ଘଟଣାବଳୀ :

୧. ଗତ ମାସ ତା.୦୭.୧୨.୨୦୨୩ ରିଖ ବିଳମ୍ବିତ ରାତିରେ ଏକ ଅର୍କେଷ୍ଟ୍ରା ଟିମ କାର୍ଯ୍ୟକ୍ରମ ସାରି ଗାଡି ଯୋଗେ ଘରକୁ ଫେରୁଥିବା ବେଳେ ଲକ୍ଷ୍ମୀସାଗର ଅନ୍ତର୍ଗତ ଝାରପଡା ଓଭର ବ୍ରିଜ ନିକଟରେ ଟାୟାର ପଂକଚର କାରଣରୁ ସେଠାରେ ଅଟକି ରହିଥିଲେ । ସୂଚନା ପାଇ ପିସିଆର-୯ ସେଠାରେ ପହଞ୍ଚିବା ସହିତ ପଂକଚର ଟାୟାର ସଜାଡିବାରେ ସହଯୋଗ କରିଥିଲେ, ଯାହାଫଳରେ ଅର୍କେଷ୍ଟ୍ରା ଟିମର ସମସ୍ତ ସଦସ୍ୟ ସୁରକ୍ଷିତ ଭାବେ ନିଜନିଜ ଘରକୁ ଫେରିପାରିଥିଲେ ।

୨. ତା.୨୨.୧୨.୨୦୨୩ ରିଖ ସନ୍ଧ୍ୟାରେ ଜଣେ ମାନସିକ ଚାପ ଗ୍ରସ୍ତ ଝିଅ ରାମେଶ୍ବର ପାଟଣା ଠାରେ ଆତ୍ମହତ୍ୟା କରିବା ନିମନ୍ତେ ଉଦ୍ୟମ କରୁଥିବା ନେଇ ସୂଚନା ପାଇବା ପରେ ପିସିଆର-୨ ର କର୍ମଚାରୀ ମାନେ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହିତ ତାଙ୍କୁ କ୍ୟାପିଟାଲ ଥାନା ଜିମା ଦେଇଥିଲେ ।

 ୩. ସେହିପରି ଗତ ତା.୨୬.୧୨.୨୦୨୩ ରିଖ ଦିନ ପ୍ରାୟ ୧୦.୧୪ ପୂର୍ବାହ୍ନରେ ଜଣେ ବ୍ୟକ୍ତି ଅବସାଦ ଗ୍ରସ୍ତ ମହିଳାଙ୍କୁ ପିସିଆର-୧୦ ମାଉସୀ ମା ଛକ ନିକଟରୁ ସୁରକ୍ଷିତ ଭାବେ ଉଦ୍ଧାର କରି ଡାକ୍ତରଙ୍କ ଉପଯୁକ୍ତ ପରାମର୍ଶ ପରେ ତାଙ୍କୁ ରାଜମହଲ ଛକ ନିକଟସ୍ଥ ବସ୍ତିରେ ତାଙ୍କ ଝିଅଙ୍କୁ ହସ୍ତାନ୍ତର କରିଥିଲେ ।

ଏତଦ୍ ବ୍ୟତୀତ, ବିଭିନ୍ନ ସମୟରେ ଆନ୍ଦୋଳନକାରୀ ମାନଙ୍କ ଦ୍ଵାରା ଦିଆଯାଉଥିବା ବନ୍ଦ ଡାକରା ଓ ଧାରଣା ଆଦି ବେଳେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ସହିତ ଟ୍ରାଫିକ ନିୟନ୍ତ୍ରଣ କରିବା, ନିରାଶ୍ରୟ ତଥା ଅସହାୟ ବ୍ୟକ୍ତିଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା, ତଥା ବିଭିନ୍ନ ସମୟରେ ଜନସାଧାରଣ ମାନଙ୍କୁ ସରକାରଙ୍କ ତରଫରୁ ଜାରି କରାଯାଉଥିବା ସତର୍କତା ମୂଳକ ସୂଚନା ପ୍ରଦାନ ଏବଂ ତତ୍-ସମ୍ବନ୍ଧୀୟ ନିୟମାବଳୀ ବିଷୟରେ ସଚେତନ କରିବାରେ ପିସିଆର ବ୍ୟବସ୍ଥା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ।

SERVICE RENDERED BY VICTOR CONTROL ROOM IN THE YEAR-2023

ଉଲ୍ଲେଖ ଯୋଗ୍ୟ ଯେ, ଗତ ବର୍ଷ-୨୦୨୩ ମସିହା ଜାନୁୟାରୀ ମାସରୁ ଡିସେମ୍ବର ମାସ ମଧ୍ୟରେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ “Victor Control Room, ERSS-112” ସେବା ମାଧ୍ୟମରେ ମୋଟ ୫୭୬୪୫ଟି ଫୋନ କଲ ଗ୍ରହଣ କରି ତଥା ଅନ୍ୟାନ୍ୟ ମାଧ୍ୟମରେ ସର୍ବମୋଟ୍ ୧,୦୩,୩୬୬ ଟି ବିଭିନ୍ନ ଘଟଣାରେ ସାହାଯ୍ୟ ଚାହୁଁଥିବା ବ୍ୟକ୍ତି ମାନଙ୍କ ନିକଟରେ ତୁରନ୍ତ ପିସିଆର ସେବା ପହଞ୍ଚି ସେମାନଙ୍କୁ ଜରୁରୀ ସହାୟତା ପ୍ରଦାନ କରିପାରିଛି । ସେଥିମଧ୍ୟରୁ ସହର ମଧ୍ୟରେ ଘଟୁଥିବା ବିଭିନ୍ନ ଦୁର୍ଘଟଣା ସ୍ଥଳରେ ତତକ୍ଷଣାତ ପହଞ୍ଚି ଉପୁଜିବାକୁଥିବା ଆଇନ ଶୃଙ୍ଖଳା ବିପର୍ଯୟକୁ ଆଖି ଆଗରେ ରଖି ମୋଟ ୪୯ ଜଣ ଆଂଶିକ ଓ ୬୪୦ ଜଣ ଗୁରୁତର ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଉଦ୍ଧାର କରି ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ।

 ସେହିପରି ପିସିଆର ସେବା ଗତ ବର୍ଷ ଜାନୁୟାରୀ ରୁ ଡିସେମ୍ବର ମାସ ମଧ୍ୟରେ ମୋଟ ୧୯୧୨ ଥର ବିଭିନ୍ନ ସ୍ଥାନରେ ହୋଇଥିବା ଟ୍ରାଫିକ ଜାମକୁ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ମୋଟ ୪୩୬ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ସହରର ବିଭିନ୍ନ ସ୍ଥାନରେ ସନ୍ଦେହଜନକ ଅବସ୍ଥାରେ ବୁଲାବୁଲି କରୁଥିବା ଅବସ୍ଥାରେ କାବୁ କରି ସଂପୃକ୍ତ ଥାନା ଜିମା ଦେଇଥିଲେ ଏବଂ ମୋଟ ୨୫୩ ଜଣ ଅଭିଯୁକ୍ତଙ୍କ ପିଛା କରି ତାଙ୍କୁ କାବୁ କରିବାରେ ସକଯମ ହୋଇଥିଲେ । ବିଭିନ୍ନ  ବ୍ୟକ୍ତିଗତ କାରଣ ଲାଗି ମାନସିକ ଦୁଶ୍ଚିନ୍ତାରେ ଥାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ମୋଟ ୨୬ ଜଣ ବ୍ୟକ୍ତି ବିଶେଷଙ୍କୁ ଘଟଣାସ୍ଥଳରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବାବେଳେ ୮୪ଜଣ ମଦ୍ୟପ ବ୍ୟକ୍ତିଙ୍କୁ ମଧ୍ୟ ଉଦ୍ଧାର କରି ସମ୍ପୃକ୍ତ ଥାନା ଜିମା ଦେଇଥିଲେ ।

ସେହିପରି ଭାବେ ୧୨୩ ଜଣ ଅସହାୟ ବ୍ଯକ୍ତିଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରି ସେମାନଙ୍କ ସମ୍ପର୍କୀୟ ତଥା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଥିବାବେଳେ, ମୋଟ ୧୮ଟି ଘଟଣାରେ, ନିଆଁ ଲାଗିଥିବା ବିଭିନ୍ନ ସ୍ଥାନରେ ପିସିଆର ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ସହଯୋଗ କରିବା ସହିତ ୩ଟି ପଶୁଜାତୀୟ ପ୍ରାଣୀଙ୍କୁ ମୃତ୍ୟ ମୁଖରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here