ସମ୍ବଲପୁରର ଅଇଁଠାପାଲିରେ ନୂଆ ଭୋଟରଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
57
ଗଣତନ୍ତ୍ରରେ ଜନମତ ସର୍ବାଗ୍ରେ । ସରକାର ଗଠନରେ ନୂଆ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ନିର୍ଣ୍ଣୟ କେବଳ ଶାସକ ନିର୍ଦ୍ଧାରଣ କରିବ ନାହିଁ ବରଂ ସମ୍ବଲପୁରକୁ ବଡ କରିବା ସହ ଆଗାମୀ ୨୫ ବର୍ଷର ବିକଶିତ ଭାରତର ସ୍ୱପ୍ନ ଓ ଆକାଂକ୍ଷା ପାଇଁ ଥିବା ମାର୍ଗ ପ୍ରଶସ୍ତ କରିବ ବୋଲି ଗୁରୁବାର ସମ୍ବଲପୁର ଅଇଁଠାପାଲିର ବଡ଼ପଡ଼ାରେ ନୂଆ ଭୋଟରଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

SAMBALPUR/BHUBANESWAR: ଗଣତନ୍ତ୍ରରେ ଜନମତ ସର୍ବାଗ୍ରେ । ସରକାର ଗଠନରେ ନୂଆ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ନିର୍ଣ୍ଣୟ କେବଳ ଶାସକ ନିର୍ଦ୍ଧାରଣ କରିବ ନାହିଁ ବରଂ ସମ୍ବଲପୁରକୁ ବଡ କରିବା ସହ ଆଗାମୀ ୨୫ ବର୍ଷର ବିକଶିତ ଭାରତର ସ୍ୱପ୍ନ ଓ ଆକାଂକ୍ଷା ପାଇଁ ଥିବା ମାର୍ଗ ପ୍ରଶସ୍ତ କରିବ ବୋଲି ଗୁରୁବାର ସମ୍ବଲପୁର ଅଇଁଠାପାଲିର ବଡ଼ପଡ଼ାରେ ନୂଆ ଭୋଟରଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନୂଆ ଭୋଟରଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି  ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ନେଇ ସେମାନଙ୍କ ମଧ୍ୟରେ ଥିବା ଉତ୍ସୁକତା ଦେଖି ବହୁତ ଖୁସି ଲାଗିଲା । ସେ କହିଛନ୍ତି ଆଜି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି । ମୋଦିଜୀଙ୍କ ସଫଳ ନେତୃତ୍ୱ କାରଣରୁ ସ୍ୱଦେଶୀ ଭ୍ୟାକସିନ ପ୍ରସ୍ତୁତ ସହ ଦେଶର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇଛି ।

ହାଇସ୍ପିଡ୍ ନେଟଓ୍ୱାର୍କର ସମ୍ପ୍ରସାରଣ ଶିକ୍ଷା, ଦକ୍ଷତା ବିକାଶ ଓ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ କରିଛି । ଏହି ସମ୍ଭାବନାର ଉପଯୋଗ କରି ସମ୍ବଲପୁରକୁ ବଡ କରିବା ପାଇଁ ଉଦ୍ୟମ କରିବା । ଯୋଗାଯୋଗ, ଅର୍ଥନୀତି କ୍ଷେତ୍ରରେ ସୁଦୃଢ କରିବା ସହ ଶିକ୍ଷା, ଦକ୍ଷତା ବିକାଶକୁ ଆଗକୁ ନେବା ସହ ସମ୍ବଲପୁର ସମ୍ମାନ ଓ ସ୍ୱାଭିମାନ ରଖିବା ପାଇଁ ଆମେ ସାମୂହିକ ଦାୟିତ୍ୱ ନେବାକୁ ସେ ଆହ୍ୱାନ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଇତିହାସ ପୃଷ୍ଠାରେ ଅନାଲୋଚିତ ଜନଜାତି ସଂଗ୍ରାମୀଙ୍କ ବୀରଗାଥା ଓ ସାହସକୁ ସମ୍ମାନ ଏବଂ ଶ୍ରଦ୍ଧାଞ୍ଜଳି ଦେବା ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ପ୍ରଥମ ଥର ପାଇଁ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଦେଶରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ସଠିକ୍ ଖେଳାଳୀ ମାନଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା କାରଣରୁ ଦେଶର ଯୁବକମାନେ ଆଗାମୀ ଅଲିମ୍ପିକ ପାଇଁ ନିଜକୁ ପ୍ରସ୍ତୁତ କରିପାରୁଛନ୍ତି ।

ଆଗାମୀ ଦିନରେ ସମ୍ବଲପୁର କ୍ରୀଡ଼ାର ଏକ ପେଣ୍ଠସ୍ଥଳୀ ହେବ । ୨୦୩୬ ଅଲିମ୍ପିକ ସୁଦ୍ଧା ଏହି ଅଞ୍ଚଳରୁ ବିଶେଷତଃ ଆଦିବାସୀ ଓ ପଛୁଆ ବର୍ଗର ପିଲାମାନେ କିପରି ଅଲିମ୍ପିକ ଖେଳିବା ସହ ମେଡାଲ ଆଣିବେ, ଏଥିପାଇଁ ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ । ଲକ୍ଷ୍ୟ ରଖିଲେ ହିଁ ସଫଳ ପ୍ରାପ୍ତି ହେବ । ଯୁବ ଭୋଟରଙ୍କ ସ୍ୱପ୍ନ, ଆକଂକ୍ଷା, ଅପେକ୍ଷାକୁ ପୂରଣ କରିବା ସହ ସମ୍ବଲପୁର ତଥା ଓଡ଼ିଶାର ବିକାଶ ପାଇଁ ଆଗଭର ହେବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here