ଭାରତ ଏବଂ ୟୁଏଇ ମଧ୍ୟରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ହେବ ସୁଦୃଢ଼, ଧର୍ମେନ୍ଦ୍ର ପ୍ରଧାନ

0
269
Union Minister meets Governor of Odisha Shri Raghubar Das Ji at Raj Bhawan

By Our Correspondent

BHUBANESWAR:   ଭାରତ ଏବଂ ୟୁଏଇ ମଧ୍ୟରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନଭେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ୟୁଏଇ ଗସ୍ତରେ ଯାଉଛନ୍ତି ।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ୟୁଏଇର ଅନେକ ପ୍ରମୁଖ ମନ୍ତ୍ରୀ, ଅଧିକାରୀ, ଶିକ୍ଷାବିତଙ୍କ ସମେତ ପ୍ରବାସୀ ଭାରତୀୟଙ୍କ ବିଶିଷ୍ଟ ପ୍ରତିନିଧି ଏବଂ ବ୍ୟବସାୟୀ ମୁଖ୍ୟମାନଙ୍କୁ ଭେଟିବା ସହ ଉଭୟ ଦେଶର ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ନଭେମ୍ବର ୧ରେ ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ୟୁଏଇର ଶିକ୍ଷା ମନ୍ତ୍ରୀ ଡ. ଅହମ୍ମଦ ବେଲହୋଲ ଅଲ୍ ଫଲାସୀ,  ପ୍ରାଥମିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ତଥା ଆବୁଧାବି ଶିକ୍ଷା ଓ ଜ୍ଞାନ ବିଭାଗ (ଏଡିଇକେ)ର ଅଧ୍ୟକ୍ଷା ସାରା ମୁସଲ୍ଲମ ଏବଂ ୟୁଏଇର ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାୟେଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଦିନ ଆଇଆଇଟି ଦିଲ୍ଲୀ-ଆବୁଧାବୀର କ୍ୟାମ୍ପସ ପରିଦର୍ଶନ କରିବା ସହ ୪୨ ଆବୁଧାବୀ, ସ୍କୁଲ ଫର୍ ପ୍ରୋଗ୍ରେସିଭ୍ ଲର୍ଣ୍ଣିଂ ଅନୁଷ୍ଠାନକୁ ପରିଦର୍ଶନ କରିବେ ଶ୍ରୀ ପ୍ରଧାନ । ଏହାବ୍ୟତିତ ଭାରତୀୟ ଦୂତାବାସ ଅଡିଟୋରିୟମରେ ୟୁଏଇର ଓଡ଼ିଆ ସମୁଦାୟଙ୍କୁ ଭେଟିବାର କାର୍ଯ୍ୟସୂଚି ରହିଛି ।

ନଭେମ୍ବର ୨ ରେ ଶ୍ରୀ ପ୍ରଧାନ ଆବୁଧାବୀର ଗ୍ଲୋବାଲ ଟେକ୍ ଇକୋସିଷ୍ଟମ୍ ହବ୍ ୭୧ ପରିଦର୍ଶନ କରିବା ପରେ ବିଏପିଏସ୍ ମନ୍ଦିର ଦର୍ଶନ କରିବେ । ଦୁବାଇରେ ମ୍ୟାନେଜମେଣ୍ଟ କମ୍ପାନୀ ଇଏଫଏସ ପରିଦର୍ଶନ ସହ କମ୍ପାନୀର ପ୍ରଶିକ୍ଷଣ କେନ୍ଦ୍ର ବୁଲି ଦେଖିବେ । ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାବିନେଟ୍ ସଦସ୍ୟ ତଥା କ୍ୟାବିନେଟ୍ ବ୍ୟାପାର ମନ୍ତ୍ରୀ ମହମ୍ମଦ ଅବଦୁଲ୍ଲା ଅଲ୍ ଗେର୍ଗାଓ୍ୱିଙ୍କୁ ସାକ୍ଷାତ୍ କରିବେ । କେନ୍ଦ୍ରମନ୍ତ୍ରୀ ସିବିଏସଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସହ  ଆଇଆଇଟି/ଆଇଆଇଏମ୍ ଆଲୁମିନି ଏବଂ ଦୁବାଇରେ ଥିବା ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିବେ ।

ଶେଷ ଦିନରେ ଶ୍ରୀ ପ୍ରଧାନ ଡିପି ଓ୍ୱାର୍ଲଡର ଅଧ୍ୟକ୍ଷ ଏବଂ ସିଇଓ ଏବଂ ଭିଏଫଏସର ପ୍ରତିନିଧି ମଣ୍ଡଳୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here