ସମ୍ର ପ୍ରଫେସର ମୈତ୍ରେୟୀ ପଣ୍ଡା ଶିଶୁ ଚର୍ମରୋଗ ସଂଘର ଜାତୀୟ ସମ୍ପାଦିକା ମନୋନୀତ

0
537
ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଚର୍ମ ଓ ଯୌନ ରୋଗ ବିଭାଗର ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା ଭାରତୀୟ ଶିଶୁ ଚର୍ମରୋଗ ସଂଘ (ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡିଆଟ୍ରିକ ଡର୍ମାଟୋଲୋଜି)ର ଜାତୀୟ ସଂପାଦିକା ଭାବେ ମନୋନୀତ ହୋଇଛନ୍ତି । ନିକଟରେ ଅନ୍ଲାଇନ୍ରେ ଅନୁଷ୍ଠିତ ଭାରତୀୟ ଶିଶୁ ଚର୍ମ ରୋଗ ସଂଘର ବାର୍ଷିକ ସାଧାରଣ ସଭାରେ ଡାକ୍ତର ମୈତ୍ରେୟୀ ପଣ୍ଡାଙ୍କୁ ଜାତୀୟ ସ୍ତରରେ ଏହି ପଦ ନିମନ୍ତେ ମନୋନୀତ କରାଯାଇଛି ।

By Our Correspondent

BHUBANESWAR:  ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଚର୍ମ ଓ ଯୌନ ରୋଗ ବିଭାଗର ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା ଭାରତୀୟ ଶିଶୁ ଚର୍ମରୋଗ ସଂଘ (ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡିଆଟ୍ରିକ ଡର୍ମାଟୋଲୋଜି)ର ଜାତୀୟ ସଂପାଦିକା ଭାବେ ମନୋନୀତ ହୋଇଛନ୍ତି । ନିକଟରେ ଅନ୍‌ଲାଇନ୍‌ରେ ଅନୁଷ୍ଠିତ ଭାରତୀୟ ଶିଶୁ ଚର୍ମ ରୋଗ ସଂଘର ବାର୍ଷିକ ସାଧାରଣ ସଭାରେ ଡାକ୍ତର ମୈତ୍ରେୟୀ ପଣ୍ଡାଙ୍କୁ ଜାତୀୟ ସ୍ତରରେ ଏହି ପଦ ନିମନ୍ତେ ମନୋନୀତ କରାଯାଇଛି ।

ପ୍ରଥମ ଥର ପାଇଁ ଓଡିଶାରୁ କେହି ଏହି ପଦବୀ ନିମନ୍ତେ ମନୋନୀତ ହୋଇଛନ୍ତି । ପ୍ରଫେସର ପଣ୍ଡାଙ୍କୁ ମିଳିଥିବା ଏହି ସମ୍ମାନ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଓଡ଼ିଶା ଚର୍ମ ଓ ଯୌନ ରୋଗ ସଂଘ ନିମନ୍ତେ ଏକ  ଗୌରବର ବିଷୟ ।

ପ୍ରଫେସର ପଣ୍ଡା ଏକାଧାରରେ ଜଣେ ଦକ୍ଷ ଓ ଅଭିଜ୍ଞ ଡାକ୍ତର, ଶିକ୍ଷାବିତ୍ ଓ ଚିକିତ୍ସା ଓ ସେବା କ୍ଷେତ୍ରରେ ଜଣେ  ସଫଳ ଦିଗଦର୍ଶକ । ରାଜ୍ୟ, ଦେଶ ଓ ଆନ୍ତର୍ଜାତୀୟ ସ୍ତରରେ ଚିକିତ୍ସା ଓ ସେବା କ୍ଷେତ୍ରରେ ତାଙ୍କର ଅବଦାନ ତଥା ତାଙ୍କ ଦ୍ୱାରା ପ୍ରସ୍ତୁତ ଶତାଧିକ ଲିଖିତ ପ୍ରକାଶନ (ପ୍ରେଜେଂଟେସନ୍‌ସ ଆଣ୍ଡ ପବ୍ଲିକେସନ୍ସ) ପ୍ରଶଂସିତ ଓ ପୁରସ୍କୃତ ହୋଇଛି ।

ପ୍ରଫେସର ପଣ୍ଡା ଏହା ପୂର୍ବରୁ ଜାତୀୟ ଚର୍ମ ଓ ଯୌନ ରୋଗ ସଂଘର ଏସ୍‌ଆଇଜି କନ୍‌ଭେନର ଭାବରେ ଓ ରାଜ୍ୟରେ ସଂପୃକ୍ତ ସଂଘର କର୍ମକର୍ତା ରହି ସଫଳ ଭାବେ କାର୍ଯ୍ୟଭାର ତୁଲାଇଥିବା ବେଳେ ପୂର୍ବରୁ ଏମ୍‌ସ ଭୁବନେଶ୍ୱରଠାରେ ଚର୍ମ ଓ ଯୌନ ବିଭାଗରେ ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here