‘ମହାତ୍ମା ଗାନ୍ଧୀ ଜାତୀୟ ଫେଲୋସିପ’ର ସମାବର୍ତ୍ତନ ସମାରୋହ

0
261
ସ୍କିଲକୁ ଜୀବନରେ ମିଶନ ଭାବରେ ଗ୍ରହଣ କରିବା କରିବା ଦରକାର । ଏହି ମିଶନ ସୀମିତ ସମୟ ପାଇଁ ନୁହେଁ ବରଂ ଜୀବନବ୍ୟାପୀ ଗ୍ରହଣ କରିବା ଦରକାର ବୋଲି ଆଜି ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ‘ମହାତ୍ମା ଗାନ୍ଧୀ ଜାତୀୟ ଫେଲୋସିପର ସମାବର୍ତ୍ତନ ସମାରୋହ’ରେ ଭୁବନେଶ୍ୱରରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଯୋଡି ହୋଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

BHUBANESWAR:   ସ୍କିଲକୁ ଜୀବନରେ ମିଶନ ଭାବରେ ଗ୍ରହଣ କରିବା କରିବା ଦରକାର । ଏହି ମିଶନ ସୀମିତ ସମୟ ପାଇଁ ନୁହେଁ ବରଂ ଜୀବନବ୍ୟାପୀ ଗ୍ରହଣ କରିବା ଦରକାର ବୋଲି ଆଜି ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ‘ମହାତ୍ମା ଗାନ୍ଧୀ ଜାତୀୟ ଫେଲୋସିପର ସମାବର୍ତ୍ତନ ସମାରୋହ’ରେ ଭୁବନେଶ୍ୱରରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଯୋଡି ହୋଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିରେ ସ୍କିଲିଂ ଇକୋସିଷ୍ଟମରେ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ମ୍ୟାପିଂ କରାଯିବାର ବ୍ୟବସ୍ଥା ହୋଇଛି । ସାର୍ଟିଫିକେଟରେ ଅନୁଭବ ଓ ପ୍ରଦର୍ଶନ ଅନୁସାରେ କ୍ରେଡିଟ୍ ଦିଆଯାଇଛି । ଏହା ଦେଶର ପ୍ରଥମ କ୍ରେଡିଟ୍ ଆଓ୍ୱାର୍ଡିଂ ମେକାନିଜିମ । ତେଣୁ  ସମସ୍ତେ ଜୀବନରେ ସ୍କିଲକୁ ମିଶନ କରିବା ଦରକାର ।  ଆଜି ଦେଶରେ ବାତାବରଣ ପରିବର୍ତ୍ତନ ହେଉଛି ।୨୦୧୭-୧୮ରେ ଦେଶରେ ୬% ବେରୋଜଗାରୀ ତୁଳନାରେ ୨୦୨୨-୨୩ରେ ଏହା ହ୍ରାସ ପାଇ ୩.୨%ରେ ପହଞ୍ଚିଛି । କର୍ମକ୍ଷେତ୍ରରେ ଶ୍ରମବଳ ଓ ମହିଳା ଭାଗିଦାରୀ ବୃଦ୍ଧି ପାଉଛି ।  ଏହି ଶ୍ରମବଳକୁ ସ୍କିଲିଂ, ରି- ସ୍କିଲିଂ ଏବଂ ଅପ ସ୍କିଲିଂ କରାଇବା ପାଇଁ ହେବ ।   

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜି-୨୦ରେ ପ୍ରଧାନମନ୍ତ୍ରୀ ଗ୍ଲୋବାଲ ସ୍କିଲ୍ ଗ୍ୟାପର ମ୍ୟାପିଂ କଳ୍ପନା କରିଛନ୍ତି । ଭାରତ ବିଶ୍ୱର ଦକ୍ଷତା ମାନବ ସମ୍ବଳର ପେଣ୍ଠସ୍ଥଳୀ ହେଉ, ଏହା ଆମର କଳ୍ପନା ରହିଛି । ଦେଶରେ ଡିଜିଟାଲ ଭିତ୍ତିଭୂମି, ଷ୍ଟାର୍ଟଅପ୍ ନୂଆ ନୂଆ ରୂପ ନେଉଛି । ଉର୍ଜା ବ୍ୟବହାରରେ ଭାରତ ବିଶ୍ୱରେ ତୃତୀୟ ସର୍ବବୃହତ ରାଷ୍ଟ୍ର । ଦେଶରେ ଅକ୍ଷୟ ଉର୍ଜା ସଗ ବିକଳ୍ପ ଉର୍ଜା ଆସୁଥିବା ବେଳେ ଗ୍ଲୋବାଲ୍ ବାୟୋ-ଫୁଏଲ ଆଲାଏନ୍ସର କଳ୍ପନା ହୋଇଛି । ଓ୍ୱାଷ୍ଟ ଟୁ ଓ୍ୱେଲଥ୍ ଏକ ପ୍ରକାର ମଡେଲ ହୋଇଛି । ସ୍କିଲିଂ କ୍ଷେତ୍ରରେ କୌଳିକ ବୃତ୍ତିଧାରୀଙ୍କୁ ସ୍କିଲଡ୍ କରିବା ପାଇଁ ପିଏମ ବିଶ୍ୱକର୍ମା ଭଳି ଯୋଜନା ଆରମ୍ଭ ହୋଇଛି । 

ପରମ୍ପରାଗତ ସ୍କିଲିଂ ଠାରୁ ଏକବିଂଶ ଶତାବ୍ଦୀ ସହ ଭବିଷ୍ୟତ ସ୍କିଲିଂକୁ ମ୍ୟାପି କରିବା ଦରକାର । ସମସ୍ୟାକୁ ବୁଝିଲେ ହିଁ ସମାଧାନ ହୁଏ । ଜାତୀୟ ଶିକ୍ଷା ନୀତିରେ ପାଠପଢା ସହ ରୋଜଗାରକୁ ଗୁରୁତ୍ୱ ଦିଆଯାଇଛି । ଜୀବନରେ ଡିଗ୍ରୀ ଅପେକ୍ଷା ଦକ୍ଷତା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦକ୍ଷତା ଜୀବନ ସହ ଯୋଡି ହୋଇ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ୟୁପିଆଇ ବ୍ୟବହାର ଠାରୁ ସହଜ ଥିବା  ସ୍କିଲ ଇଣ୍ଡିଆ ଡିଜିଟାଲର ପୋର୍ଟାଲରେ ଯୋଡିହେବାକୁ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

LEAVE A REPLY

Please enter your comment!
Please enter your name here