ବିଷମକଟକ ଓ ଗୁଣୁପୁରର ସଭାରେ ଲୋକଙ୍କ ଉତ୍ସାହ ବିରୋଧୀଙ୍କ ନିଦ ହଜାଇ ଦେଇଛି- ପାଣ୍ଡିଆନ

0
45

By Our Correspondent

GUNUPUR/BHUBANESWAR:   ବିଷମକଟକ ଓ ଗୁଣୁପୁରର ସଭାରେ ଲୋକଙ୍କ ଉତ୍ସାହ ବିରୋଧୀଙ୍କ ନିଦ ହଜାଇ ଦେଇଛି। ସେମାନେ ଓଡ଼ିଶା ପାଇଁ ଗୋଟିଏ ବି କାମ କରି ନାହାନ୍ତି। ନିର୍ବାଚନ ସରିଗଲେ ଖୋଜିଲେ ବି ମିଳିବେ ନାହିଁ। ହେଲେ ନିର୍ବାଚନ ସରିଲେ ମୁଁ କିନ୍ତୁ ଆପଣମାନଙ୍କ ପାଖକୁ ଧନ୍ୟବାଦ ଦେବାକୁ ଆସିବି ବୋଲି ଜନସାଧାରଣଙ୍କୁ 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସମ୍ବୋଧନ କରିଛନ୍ତି।

ଜନଜାତି ଭାଇଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି। ଆପଣମାନଙ୍କ ପାଇଁ ସେ ଦିନରାତି କାମ କରୁଛନ୍ତି। ଜନଜାତି କଳା ଓ ସଂସ୍କୃତିର ପ୍ରସାର ପାଇଁ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଏଥିରେ ଜନଜାତିଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ କରାଯାଉଛି। କେଉଁ ରାଜ୍ୟରେ ବି ଏଭଳି ପଦକ୍ଷେପ ନିଆଯାଇନାହିଁ ବୋଲି ବିଷମକଟକ ଓ ଗୁଣୁପୁରର ସଭାରେ 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here