କେଉଁ ଆଧାରରେ ବିଜେଡିର ସାମାନ୍ୟ ସଦସ୍ୟ ଭିକେ ପାଣ୍ଡିଆନଙ୍କୁ ପୋଲିସ ଛାଉଣିରେ ରଖିବା ସହ ତାଙ୍କ ପାଇଁ ସ୍ୱତନ୍ତ୍ର ହେଲିପ୍ୟାଡ ନିର୍ମାଣ କରାଯାଉଛି, ଏତେ ମାତ୍ରାରେ ଜେଡ୍ କାଟେଗୋରୀର ସୁରକ୍ଷା ଦିଆଯାଉଛି ? ଭାରତୀୟ ଜନତା ପାର୍ଟି

0
49
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ସାଂସ୍କୃତିକ ପ୍ରକୋଷ୍ଠ ସଂଯୋଜିକା ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

By Our Correspondent

BHUBANESWAR:   କୌଣସି ସାମ୍ବିଧାନିକ ପଦ ପଦବୀରେ ନାହାନ୍ତି, ନା ସେ ସାଂସଦ, ନା ବିଧାୟକ । ଦଳୀୟ ନେତା ବି ନୁହନ୍ତି । ସେ ବିଜେଡିର ସାମାନ୍ୟ ସଦସ୍ୟ । ଶାସକ ବିଜେଡିର ସାମାନ୍ୟ ସଦସ୍ୟ ଭିକେ ପାଣ୍ଡିଆନଙ୍କୁ ପୋଲିସ ଛାଉଣିରେ ରଖିବା ସହ ତାଙ୍କ ପାଇଁ ସ୍ୱତନ୍ତ୍ର ହେଲିପ୍ୟାଡ ନିର୍ମାଣ କରାଯାଉଛି । କେଉଁ ଆଧାରରେ ପାଣ୍ଡିଆନଙ୍କୁ ଏତେ ମାତ୍ରାରେ ଜେଡ୍ କାଟେଗୋରୀର ସୁରକ୍ଷା ଦିଆଯାଉଛି ?

ରାଜ୍ୟର ମୁଖ୍ୟ ଶାସନ ସଚ୍ଚିବ ଓ ଗୃହ ସଚ୍ଚିବ କାହିଁକି ଓ କାହା ନିର୍ଦ୍ଦେଶରେ ଜେଡ୍ କାଟେଗୋରୀ ସୁରକ୍ଷା ଦେଇଛନ୍ତି ? ନେତାଗିରି କରୁଥିବା ପାଣ୍ଡିଆନଙ୍କର ଲୋକଙ୍କୁ ଏତେ ଭୟ କାହିଁକି ? ବିଜେଡିର ସାମାନ୍ୟ କର୍ମୀ ପାଣ୍ଡିଆନଙ୍କୁ ଏଭଳି ସୁରକ୍ଷା ଯୋଗାଇ ଦେବା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । ଶ୍ରୀ ପାଣ୍ଡିଆନଙ୍କଠାରୁ ତୁରନ୍ତ ସୁରକ୍ଷା ପ୍ରତ୍ୟାହାର କରାଯିବା ଉଚିତ୍ । ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରି ବିହୀତ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦାବୀ କରିଛନ୍ତି ।

ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଦୃଶ୍ୟ ହୋଇଯାଇଛନ୍ତି । ଭିଡିଓ କଲ୍ ଜରିଆରେ ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ସାଜିଥିବା ଭିକେ ପାଣ୍ଡିଆନ ରିମୋର୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପରିଚାଳିତ କରୁଛନ୍ତି । ଶ୍ରୀ ପାଣ୍ଡିଆନଙ୍କ କାର୍ଯ୍ୟକଳାପ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଛି ।

“ଶାସକ ବିଜେଡିକୁ ଭୋଟ ନଦେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହିଙ୍କ ଭଳି ଦୁର୍ଦ୍ଦଶା ଭୋଗିବ । ମିଥ୍ୟା କେସରେ ଜେଲ ପଠାଯିବ ।” ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଶେରଗଡ ଥାନା ଏଏସ୍‌ଆଇ ଶ୍ରୀ କୃଷ୍ଣଚନ୍ଦ୍ର ଦାସ ଫୋନ କରି ସ୍ଥାନୀୟ ସରପଂଚ, ଜିଲ୍ଲା ପରିଷଦ ସଦସ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ଏଭଳି ଧମକ ଦେଉଛନ୍ତି । ଏଭଳି ହୀନ ଓ ଅଗଣତାନ୍ତ୍ରିକ ଘଟଣା ସଂପର୍କରେ ରାଜ୍ୟ ନିର୍ବାଚନ ଅଧିକାରିଙ୍କୁ ତଥ୍ୟ ସହ ଅଭିଯୋଗ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।

ଭାରତୀୟ ଜନତା ପାର୍ଟି ସର୍ବଦା ମୁକ୍ତ ଓ ଅବାଦ୍ଧ ନିର୍ବାଚନ ଚାହେଁ କିନ୍ତୁ ବିଜେଡିର ମୁଷ୍ଟିମେୟ ଅଧିକାରୀମାନେ ସରକାରୀ କଳ, ବଳ ପ୍ରୟୋଗ କରିବା ସହ ଲୋକଙ୍କୁ ଧମକାଇ ଭୋଟ ହାତେଇବାକୁ ଚାହାନ୍ତି । ବିଜେଡି ଏଭଳି ହୀନ କାର୍ଯ୍ୟରୁ ନିବୃତ ରହୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ସାଂସ୍କୃତିକ ପ୍ରକୋଷ୍ଠ ସଂଯୋଜିକା ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here