ମୋଦୀଙ୍କ ଯୋଜନାକୁ ହାଇଯାକ୍ କରୁଛି ବିଜେଡି। ସତ ଜାଣିଲେଣି ଓଡ଼ିଶାବାସୀ, ଏଥର ଜବାବ ଦେବେ ଜନତା , ଆମକୁ ୪୦୦ ପାର୍ କରିବାକୁ ହେବ , ଓଡ଼ିଶାରେ ୨୦ ରୁ ଅଧିକ ସିଟ୍ରେ ଜିତିବାକୁ ହେବ- କେନ୍ଦ୍ର ଗୃହମନ୍ତ୍ରୀ

0
50
ଓଡ଼ିଶାର ବଲାଙ୍ଗୀର ଲୋକସଭା କ୍ଷେତ୍ର ସୋନପୁର ଜିଲ୍ଲା ସ୍ଥିତ ରାମେଶ୍ଵର ଷ୍ଟାଡିୟମ ଠାରେ ଆୟୋଜିତ "ବିଜୟ ସଂକଳ୍ପ ସମାବେଶ"କୁ ମାନନୀୟ କେନ୍ଦ୍ର ଗୃହମନ୍ତ୍ରୀ ଙ୍କ ଉଦବୋଧନ ।

By Our Correspondent

SONEPUR/BHUBANESWAR:   ମୋଦୀଙ୍କ ଯୋଜନାକୁ ହାଇଯାକ୍ କରୁଛି ବିଜେଡି। ସତ ଜାଣିଲେଣି ଓଡ଼ିଶାବାସୀ, ଏଥର ଜବାବ ଦେବେ ଜନତା .କେନ୍ଦ୍ର ଯୋଜନାରେ ରିବ୍ରାଣ୍ଡିଙ୍ଗ କରି, କେନ୍ଦ୍ର ଦେଉଥିବା ପାଣ୍ଠିର ଉପଯୋଗ ନକରି ଓ଼ଡିଶାବାସୀଙ୍କୁ ଧୋକା ଦେଉଛି ନବୀନ ସରକାର, ବିଜେପି ଆସିଲେ ମିଳିବ ବିକାଶର ଗ୍ୟାରେଣ୍ଟି, କେନ୍ଦ୍ର ଗୃହମନ୍ତ୍ରୀ Amit Shah said.

ଓଡ଼ିଶାର ବଲାଙ୍ଗୀର ଲୋକସଭା କ୍ଷେତ୍ର ସୋନପୁର ଜିଲ୍ଲା ସ୍ଥିତ ରାମେଶ୍ଵର ଷ୍ଟାଡିୟମ ଠାରେ ଆୟୋଜିତ “ବିଜୟ ସଂକଳ୍ପ ସମାବେଶ”କୁ ମାନନୀୟ କେନ୍ଦ୍ର ଗୃହମନ୍ତ୍ରୀ ଙ୍କ ଉଦବୋଧନ ।

ଆମକୁ ୪୦୦ ପାର୍‌ କରିବାକୁ ହେବ । ଓଡ଼ିଶାରେ ୨୦ ରୁ ଅଧିକ ସିଟ୍‌ରେ ଜିତିବାକୁ ହେବ । ଓଡ଼ିଶାରେ ପୂର୍ଣ୍ଣ ବହୁମତରେ ବିଜେପି ସରକାର କରିବ ।  ଓଡ଼ିଶା ଭାଷା, ସଂସ୍କୃତି ଗୌରବରୁ ବଞ୍ଚିତ ରଖିଛି ଓଡ଼ିଶା ସରକାର । -କେନ୍ଦ୍ର ଗୃହମନ୍ତ୍ରୀ.

ଗତ ୧୦ ବର୍ଷ ମଧ୍ୟରେ ମୋଦୀଜିଙ୍କ ନେତୃତ୍ୱରେ ଦେଶ, ବିଶେଷକରି ଡବଲ୍ ଇଞ୍ଜିନ୍ ସରକାର ଥିବା ରାଜ୍ୟମାନେ ବହୁତ ବିକାଶ କରିଛନ୍ତି। ଓଡିଶା ଖଣିଜ ପଦାର୍ଥରେ ପରିପୂର୍ଣ୍ଣ ରହିଛି ତଥାପି ଏହାର ସମୃଦ୍ଧିର ଅଭାବ ରହିଛି ।

ଓଡ଼ିଶାର ଯୁବକମାନେ ଜୀବିକା ନିର୍ବାହ ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ; ଯଦି ବିଜେପି କ୍ଷମତାକୁ ଆସେ ତେବେ ଓଡିଶାରେ କାମ ପାଇଁ କାହାକୁ ବାହାରକୁ ଯିବାକୁ ପଡିବ ନାହିଁ। ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି ।

ନିଜ ଶାସନ କାଳ ଭିତରେ ଓଡ଼ିଶାର ସର୍ବନାଶ କରିଛି ବିଜେଡି । ବିଜେଡି ଓଡିଶାକୁ କେବଳ ବିକାଶରୁ ବଞ୍ଚିତ ରଖିନି ବରଂ ଅଫିସରଙ୍କୁ ବ୍ୟବହାର କରି ଯାବତୀୟ ଭ୍ରଷ୍ଟାଚାର କରିଛି । ଓଡ଼ିଶାର ବିକାଶ ଓ ଉନ୍ନତି ପାଇଁ ଏ ଭ୍ରଷ୍ଟାଚାରୀ ସରକାରକୁ ଓପାଡି ଫୋପାଡ଼ିଦେବାର ଅବଶ୍ୟକତା ଅଛି ।

ଓଡ଼ିଶାରେ ବିଜେପି ସରକାର ଆସିଲେ ହେବ ସମୁନ୍ନତ ବିକାଶ, ସୃଷ୍ଟି ହେବ ରୋଜଗାର, ହେବ ଆଦିବାସୀଙ୍କର ଉନ୍ନତି , ଓଡ଼ିଶାରେ ବହିବ ବିକାଶର ଗଙ୍ଗା ।

LEAVE A REPLY

Please enter your comment!
Please enter your name here