ବଳିଦାନ ଓ ଆଧ୍ୟାତ୍ମିକତା ଭୂମିରୁ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ‘ମୋଦୀ ବିଜୟ ପ୍ରଚାର’ ଅଭିଯାନ ଆରମ୍ଭ ହେଲା – ଧର୍ମେନ୍ଦ୍ର ପ୍ରଧାନ

0
62
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ବଳିଦାନ ଓ ଆଧ୍ୟାତ୍ମିକତା ଭୂମି ଅନୁଗୋଳ ଜିଲ୍ଲାର ପୁରୁଣାଗଡରେ ପ୍ରଭୁ ଶ୍ରୀ ମଦନମୋହନ ଜୀଉଙ୍କ ଆଶୀର୍ବାଦ ନେଇ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ‘ମୋଦୀ ବିଜୟ ପ୍ରଚାର’ ଅଭିଯାନ ଆରମ୍ଭ କରିଛନ୍ତି ।

By Our Correspondent

ATHAMALLIK/BHUBANESWAR:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ବଳିଦାନ ଓ ଆଧ୍ୟାତ୍ମିକତା ଭୂମି ଅନୁଗୋଳ ଜିଲ୍ଲାର ପୁରୁଣାଗଡରେ ପ୍ରଭୁ ଶ୍ରୀ ମଦନମୋହନ ଜୀଉଙ୍କ ଆଶୀର୍ବାଦ ନେଇ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ‘ମୋଦୀ ବିଜୟ ପ୍ରଚାର’ ଅଭିଯାନ ଆରମ୍ଭ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ପୁରୁଣାଗଡ ସ୍ୱାଭିମାନ, ବଳିଦାନ, ସମର୍ପଣ ଓ ଆଧ୍ୟାତ୍ମିକତାର ପବିତ୍ର ଭୂମି । ଅନୁଗୋଳ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ତ୍ୟାଗ ଓ ବଳିଦାନର ଭୂମି । ଏଠାରେ ରାଜା ସୋମନାଥ ଇଂରେଜ ଶାସନର ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିଥିଲେ ।

ତାଙ୍କର ବଳିଦାନ ଆଗାମୀ ଶତାବ୍ଦୀ ଶତବ୍ଦୀ ଧରି ସ୍ମରଣୀୟ ହୋଇ ରହିବ । ଏଭଳି କ୍ଷେତ୍ରରେ ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀ ମଦନମୋହନ ଜୀଉ ମନ୍ଦିରରେ ଦର୍ଶନ କରିବା ମୋର ସୌଭାଗ୍ୟ । ଏହି ବଳିଦାନ ଓ ସଂଗ୍ରାମୀ ଭୂମିରୁ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ‘ମୋଦୀ ବିଜୟ ପ୍ରଚାର’ ଅଭିଯାନ ଆରମ୍ଭ କରିବା ଗୌରବର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here