ବୀର ସୁରେନ୍ଦ୍ର ସାଏଙ୍କ ଅନୁଯାୟୀ ରମେଶ ସାଏ ବିଜେପିରେ ଯୋଗଦେଇ ଓଡ଼ିଆ ଅସ୍ମିତା ସାଙ୍ଗରେ ଯିବାର ନିଷ୍ପତି ନେଇଛନ୍ତି

0
70
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଆଠମଲ୍ଲିକର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଭେଟି ନିର୍ବାଚନୀ ପ୍ରଚାର ଉପରେ ବିଚାରବିମର୍ଶ କରିବା ସହ ଆୟୋଜିତ ମଶ୍ରଣ ପର୍ବରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ସମେତ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ କରିଛନ୍ତି ।

By Our Correspondent

ATHAMALLIK/BHUBANESWAR:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଆଠମଲ୍ଲିକର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଭେଟି ନିର୍ବାଚନୀ ପ୍ରଚାର ଉପରେ ବିଚାରବିମର୍ଶ କରିବା ସହ ଆୟୋଜିତ ମଶ୍ରଣ ପର୍ବରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ସମେତ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ କରିଛନ୍ତି ।

ସେ କହିଛନ୍ତି ଯେ ସଂଘର୍ଷ ଓ ତ୍ୟାଗର ଭୂମିରେ ବୀର ସୁରେନ୍ଦ୍ର ସାଏଙ୍କ ଅନୁଯାୟୀ ରମେଶ ସାଏ ବିଜେପିରେ ଯୋଗଦେଇ ଓଡ଼ିଆ ଅସ୍ମିତା ସାଙ୍ଗରେ ଯିବା ପାଇଁ ନିଷ୍ପତି ସ୍ୱାଗତଯୋଗ୍ୟ  । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ ନେତୃତ୍ୱ ଓ ରାଜନୈତିକ ଇଚ୍ଛାଶକ୍ତିକୁ ସ୍ୱୀକାର କରି ଦଳରେ ଯୋଗଦେଇଥିବାରୁ ଧନ୍ୟବାଦ । ଆଠମଲ୍ଲିକ ଓ ଅନୁଗୋଳ ସମେତ ଓଡ଼ିଶା ତଥା ଦେଶର କୋଣ ଅନୁକୋଣରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଜନତାଙ୍କ ଆସ୍ଥା ବଢ଼ିଛି । ଆଜିର ଯୋଗଦାନ ଆଠମଲ୍ଲିକ, ଅନୁଗୋଳ ସମେତ ଓଡ଼ିଶାରେ ବିଜେପିର ସାଂଗଠନିକ ସ୍ଥିତିକୁ ଅଧିକ ମଜଭୂତ୍ କରିବ । ଓଡ଼ିଶାରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର କରିବା ପାଇଁ ଆମର ସଂକଳ୍ପ ସଶକ୍ତ ହେବ ।

ଏହି ଅବସରରେ ଶ୍ରୀ ପ୍ରଧାନ ଅଇଡା, ମାଧପୁର, ନାକଚି, ଠାକୁରଗଡ, ବୋଇଣ୍ଡା, ଆଠମଲ୍ଲିକ ଏନଏସି କିଶୋରନଗର ଓ ସାତକୋଶିଆ ମଣ୍ଡଳର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ଓଡ଼ିଶାରେ ଡବଲ ଇଞ୍ଜିନର ସରକାର କରିବା ପାଇଁ ମୋଦୀଙ୍କ ଅନୁଯାୟୀ ଭାବେ ଅକଥନୀୟ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଆଠମଲ୍ଲିକ ସ୍ୱାଭିମାନ, ଗଡଜାତ ଓ ଚଷାଚାଷୀର ଅଞ୍ଚଳ । ଆଠମଲ୍ଲିକ ଓଡ଼ିଆ ଅସ୍ମିତାର ପ୍ରୟୋଗଶାଳା ହୋଇଛି । ଏଠାରେ ୫ ଜଣଙ୍କ ପକେଟ୍ ଗରମ କରିବା ପାଇଁ ନୁହେଁ ବରଂ ଆଞ୍ଚଳିକ ବିକାଶ  ନିର୍ବାଚନର ପ୍ରସଙ୍ଗ ହୋଇଛି । ଠିକାଦାରରାଜ ନୁହେଁ ବରଂ ଲୋକରାଜ କରିବା ବିଜେପିର ସଂକଳ୍ପ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶର ବିକାଶ ଚରମ ସୀମାକୁ ଯାଇଛି । ଗରିବରୁ ସମାଜର ଅନ୍ତିମ ଶ୍ରେଣୀର ଲୋକମାନେ ମୋଦୀଙ୍କ କଲ୍ୟାଣକାରୀ ଯୋଜନାର ଲାଭ ପାଉଛନ୍ତି ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଲକ୍ଷପତି ଦିଦି ଯୋଜନା ସମସ୍ତଙ୍କୁ ସଶକ୍ତ କରୁଛି । ମୋଦିଜୀ ଶାସନ ନୁହେଁ ସେବା କରିବାକୁ ଆସିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ଦୀର୍ଘ ୨୫ ବର୍ଷ ଶାସନରେ ପାଣି ସମସ୍ୟା ଦେଖାଯାଇଛି । ହସ୍ପିଟାଲରେ ଡାକ୍ତର ନାହାନ୍ତି । ସ୍କୁଲରେ ଶିକ୍ଷକ ନାହାନ୍ତି । ଓଡ଼ିଆ ପିଲାର ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଛି । ରୋଜଗାର ଆଶାରେ ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଓଡ଼ିଶାରେ ପରିବର୍ତ୍ତନ ଆଣିବା ଜରୁରୀ । ଏହା କେବଳ ଭାବିଲେ ହେବ ନାହିଁ ବରଂ କାମ କରିବା ପାଇଁ ପଡିବ । ଆସନ୍ତାକାଲି ବିଜେପିର ପ୍ରତିଷ୍ଠା ଦିବସକୁ ଘରେ ଘରେ ବିଜେପି ପତକା ଲଗାଇ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here