ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ‘ମାଛକୁଣ୍ଡ ନଦୀ’ ନ ଥିବା ଖବର- ଭୌଗୋଳିକ ସ୍ଥାନ ଓ ସୀମାନ୍ତ ପ୍ରସଙ୍ଗ ଗୁଡିକର ସମ୍ବେଦନଶୀଳତାକୁ ଓଡ଼ିଶା ସରକାର ବୁଝି ନ ପାରିବା ଚିନ୍ତାଜନକ

0
69
CM Naveen Patnaik-file

By Our Correspondent

BHUBANESWAR:  ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଥିବା ମାଛକୁଣ୍ଡ ନଦୀ ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ନ ଥିବା ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଥିବା ମାଛକୁଣ୍ଡ ନଦୀ କୋରାପୁଟର ଜୀବନରେଖା ଓ ଆମର ଅସ୍ମିତା । ଏହା ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ମାଛକୁଣ୍ଡ ନଦୀର ଗୁରୁତ୍ୱ ଅଧିକ ଓ ବେଶ୍ ପ୍ରାସଙ୍ଗିକ । ତେବେ ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ଏହି ନଦୀ ନ ଥିବା ଖବରକାଗଜରୁ ଜାଣି ମୁଁ ଚିନ୍ତିତ, ଯାହା ଓଡ଼ିଆଙ୍କ ପାଇଁ ଗମ୍ଭୀର ବିଷୟ ।

ପଡୋଶୀ ରାଜ୍ୟ ତରଫରୁ ଓଡ଼ିଶାରେ ଅନୁପ୍ରବେଶ ଲାଗି ରହିଥିବାବେଳେ ଏପରି ଖବର ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି । ପୂର୍ବରୁ ମାଛକୁଣ୍ଡ ନଦୀର ଅନତି ଦୂରରେ ନିର୍ମିତ ‘ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପ’କୁ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ହାତକୁ ଟେକି ଦେଇଥିବା ଖବର ଆସିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀ ବହିରେ ମାଛକୁଣ୍ଡ ଜଳ ପ୍ରକଳ୍ପ ଆନ୍ଧ୍ରର ବୋଲି ଉଲ୍ଲେଖ କରାଯାଇଥିବା ଭଳି ପୂର୍ବରୁ ଏକ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଥିଲା ।

ଆମର ଭୌଗୋଳିକ ସ୍ଥାନ ଗୁଡିକ ଓ ସୀମାନ୍ତ ଅଞ୍ଚଳର ପ୍ରସଙ୍ଗ ଗୁଡିକୁ ରାଜ୍ୟ ସରକାର ସମ୍ବେଦନଶୀଳତାର ସହ ଗୁରୁତ୍ୱ ଦେଇ ସମାଧାନର ରାସ୍ତା ବାହାର ନକରିବା ଚିନ୍ତାର ବିଷୟ । ଏହା କ’ଣ ଦୀର୍ଘ ୨୫ ବର୍ଷ ଶାସନର ରୂପାନ୍ତରଣ ? ସାଢେ ୪ କୋଟି ଓଡ଼ିଆଙ୍କ ପାଇଁ ଏହା ଅସ୍ମିତା ଓ ରାଜ୍ୟ ସ୍ୱାର୍ଥର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here