ଅଟଳଜୀଙ୍କ ସହ ଥରେ ଲୋକସଭାର ସଦସ୍ୟ ରହିବା ମୋର ସୌଭାଗ୍ୟ, ତାଙ୍କ ବିଚାରରେ ମୁଁ ବିଶେଷ ପ୍ରଭାବିତ– ଧର୍ମେନ୍ଦ୍ର ପ୍ରଧାନ

0
157
୨୦୦୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସହ ଥରେ ଲୋକସଭାର ସଦସ୍ୟ ରହିବା ମୋ ପାଇଁ ସୌଭାଗ୍ୟର ବିଷୟ । ତାଙ୍କୁ ମୁଁ ଅତି ନିକଟରୁ ଦେଖିବା ସହ ବିଚାରରେ ବେଶ୍ ପ୍ରଭାବିତ ହୋଇଥିଲି ବୋଲି ତାଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

BHUBANESWAR: ୨୦୦୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସହ ଥରେ ଲୋକସଭାର ସଦସ୍ୟ ରହିବା ମୋ ପାଇଁ ସୌଭାଗ୍ୟର ବିଷୟ । ତାଙ୍କୁ ମୁଁ  ଅତି ନିକଟରୁ ଦେଖିବା ସହ ବିଚାରରେ ବେଶ୍ ପ୍ରଭାବିତ ହୋଇଥିଲି ବୋଲି ତାଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଧୁନିକ ଭାରତର ପ୍ରଭାବଶାଳୀ ନେତୃତ୍ୱ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଦେଶ ପାଇଁ ସମର୍ପିତ ଥିଲା । ଜନତା ଓ ତୃଣମୂଳ ସ୍ତର ସହ ଜଡ଼ିତ ଜନନେତା ଅଟଳଜୀ ନିଜର ଆଦର୍ଶ, ମୂଲ୍ୟବୋଧ ଓ ନୀତି ବଳରେ ଭାରତୀୟ ରାଜନୀତିରେ ଏକ ଅବିସ୍ମରଣୀୟ ଛାପ ଛାଡ଼ି ଯାଇଛନ୍ତି ।

ସେ ଭାରତରେ ଶିକ୍ଷା, ବିକାଶ, ସୁଶାସନ ଏବଂ ଗରିବଙ୍କ କଲ୍ୟାଣର ଏକ ନୂତନ ଯୁଗ ଆରମ୍ଭ କରିଥିଲେ । ଦେଶ ପାଇଁ ଉତ୍ସର୍ଗୀକୃତ ତାଙ୍କର ଜୀବନ ଏବଂ କର୍ତ୍ତବ୍ୟ ପ୍ରତି ତାଙ୍କର ନିଷ୍ଠା ଆମ ସମସ୍ତଙ୍କ ପାଇଁ ଅନନ୍ତ ପ୍ରେରଣାର ଉତ୍ସ । ମୂଲ୍ୟବୋଧ, ଉତ୍ତରଦାୟିତ୍ୱ, ପାରଦର୍ଶୀତା ଓ ସୁଶାସନର ପ୍ରତୀକ ଶ୍ରଦ୍ଧେୟ ଅଟଳଜୀ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦି ଲୋକକଲ୍ୟାଣ ଓ ବିକାଶର ରାଜନୀତି ମାଧ୍ୟମରେ ଅଟଳଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଅଙ୍ଗୀକାରବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here