ସମ୍ବଲପୁରରେ ଶିଖ୍ ସମାଜର ନାଗରିକଙ୍କୁ ଦଳରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
210

By Our Correspondent

SAMBALPUR/BHUBANESWAR: ସ୍ୱାଧୀନତା ସଂଗ୍ରାମରେ ଏବଂ ସ୍ୱାଧୀନତା ପରେ ଶିଖ୍‌ ସମାଜର ଦେଶ ପାଇଁ ଅନେକ ଯୋଗଦାନ ରହିଛି । ଦେଶରେ ସୈନିକ ତିଆରି କରିବା ହେଉ କିମ୍ବା ବ୍ୟବସାୟକୁ ଆଗକୁ ନେବାରେ, ଶିଖ୍ ସମାଜର ବଡ ଯୋଗଦାନ ରହିଛି ବୋଲି ରବିବାର ସମ୍ବଲପୁରରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ମିଶ୍ରଣ ପର୍ବରେ ଶିଖ୍ ସମାଜର ଅନେକ ନାଗରିକମାନଙ୍କୁ ଦଳରେ ସ୍ୱାଗତ କରି ସେ କହିଛନ୍ତି  ଅନେକ ସମୟରେ ଗୁରୁଦ୍ୱାରକୁ ଦର୍ଶନ ପାଇଁ ଯିବା ଏବଂ ସେବାରେ ସମୟ ଅତିବାହିତ କରିବା ମୋର ସୌଭାଗ୍ୟର ବିଷୟ । ସବୁ ଗୁରୁଦ୍ୱାରର ଭିନ୍ନ ଭିନ୍ନ କାହାଣୀ ଓ ଇତିହାସ ଅଛି । ଶିଖ୍‌ ସମାଜର ସାଥୀମାନଙ୍କୁ ଭେଟି ମୁଁ ଗର୍ବ ଅନୁଭବ କରିଥାଏ ।  ଆମର ଗୁରୁମାନେ ସାହସ ଏବଂ ସେବା ପାଇଁ ଶିକ୍ଷାଦାନ କରିଛନ୍ତି ।

ମାତୃଭୂମି ପ୍ରତି ସର୍ବଦା ସମର୍ପିତ ରହିବାର ବାର୍ତ୍ତା ଦେଉଥିବାର ସମାଜ ହେଉଛି ଶିଖ୍ ସମାଜ । ଭାଇଚାରାରେ ବିଶ୍ୱାସ ରଖୁଥିବାର ଏହି ସମାଜର ବିଚାରଧାରା ବିଶ୍ୱକୁ ଦିଗଦର୍ଶନ ଦେଇଛି । ଗୁରୁ ନାନକ ଦେବଜୀ ସମଗ୍ର ରାଷ୍ଟ୍ରର ଚେତନାକୁ ଜାଗ୍ରତ କରିଥିଲେ । ଆମର ସମସ୍ତ ଦଶ ଗୁରୁ ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲେ । ରାଷ୍ଟ୍ରକୁ ଅନ୍ଧକାରରୁ ବାହାର କରି ପ୍ରକାଶର ମାର୍ଗ ପ୍ରଦର୍ଶନ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ଓ ଜନକଲ୍ୟାଣକାରୀ କାର୍ଯ୍ୟରେ ପ୍ରଭାବିତ ହୋଇ ଦଳରେ ମିଶିଥିବାରୁ ଶ୍ରୀ ପ୍ରଧାନ ଶିଖ ସମାଜର ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଶିଖ୍ ସମୁଦାୟର ବନ୍ଧୁମାନଙ୍କ ଦଳରେ ଯୋଗଦାନ ବିଜେପିର ସଂଗଠନକୁ ଅଧିକ ସୁଦୃଢ କରିବ ବୋଲି କହିବା ସହ ସମ୍ବଲପୁରରେ ଶିଖ ସମାଜର ଦାବି କ୍ରମେ ସ୍ମାରକୀ ସ୍ଥାପନା ଏବଂ ଓଡ଼ିଶାରେ ଶିଖ୍ ସମାଜର ପୁରାତନ ସମ୍ବନ୍ଧ ଉପରେ ପୁସ୍ତକ ପ୍ରସ୍ତୁତ  ଉପରେ ଯୋଜନା କରିବା ନେଇ ସେ ମତପ୍ରକାଶ କରିଥିଲେ ।

 

LEAVE A REPLY

Please enter your comment!
Please enter your name here