ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୩୨ ତମ ଦିବସ-କରତୀ ସେବକ ମାନେ ନନ୍ଦିଘୋଷ ରଥର ୪୦ ଫୁଟିଆ ପୋଲ ଗୟଳ ର ଉଭୟ ପାର୍ଶ୍ବ ଚିତା କାର୍ଯ୍ୟ ଶେଷ ପରେ ଚିରଟ କାର୍ଯ୍ୟ ଶେଷ କରିଛନ୍ତି

0
233

By Our Correspondent

PURI/BHUBANESWAR:ଆଜି ରଥ ନିର୍ମାଣର ୩୨ ତମ ଦିବସରେ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

 ଗତକାଲି ସୁଦ୍ଧା ତିନିରଥ ର ପାଞ୍ଚ ଦଣ୍ଡା ଚଉପଟ ସହ ଦଣ୍ଡା ଗୁଡ଼ିକର ଉଭୟ  ମୁଖ ସାଲ ହୋଇ ମୁହାଁଟ ସଂଯୋଗ ସହ ପାର୍ଶ୍ଵ ଦଣ୍ଡା ଗୁଡ଼ିକର ଚଉପଟ କାର୍ଯ୍ୟ ଜାରୀ ରହିଥିଲା.ତିନି ରଥର ଚେଚିସ୍ ବା ଦଣ୍ଡା ଫ୍ରେମ୍ ନିର୍ମାଣ ପ୍ରସ୍ତୁତି ଶେଷ.
  ଆଜି ତିନି ରଥର ପାଞ୍ଚ ଦଣ୍ଡା ରେ ମୁହାଁଟ ସଂଯୋଗ ପରେ ଆଗ ଏବଂ ପଛ ନିରାଡ଼ି ଉଠି ପାର୍ଶ୍ଵ ଦଣ୍ଡାରେ କୁଡୁକା ଲାଗି ହୋଇ ପାର୍ଶ୍ଵ ନୀରାଡି ପଡ଼ିଛି। ଏହାର ଆଗ ଆଣି ମୁହାଁଟ ରେ ପାଞ୍ଚୋଟି ସାଲଗୁଜ ଏବଂ ପଛ ଆଣି ମୁହାଁଟ ରେ ତିନୋଟି ଜଳଯନ୍ତ୍ର ଏବଂ ଦୁଇ ପାର୍ଶ୍ଵରେ ଗୋଟିଏ ଗୋଟିଏ କୋଣ ଗୁଜ ଉଠି ସେହି ଗୁଜ ଉପରେ ନିରାଡ଼ି ସଂଯୋଗ ହୋଇ ଦଣ୍ଡା ଫ୍ରେମ ପ୍ରସ୍ତୁତି ଶେଷ ହୋଇଛି। ଏହି ଦଣ୍ଡା ପ୍ରେଂମ ପ୍ରସ୍ତୁତି କାର୍ଯ୍ୟ ମୁଖ୍ୟ ମହାରଣା ମାନଙ୍କ ତତ୍ତ୍ଵାବଧାନରେ ସହଯୋଗୀ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ଦ୍ଵାରା ସମ୍ପନ୍ନ ହୋଇଛି।
ଏଥିସହ ତିନି ରଥର ଚରି ଗୋଟି ଲେଖାଏଁ ଧ୍ଵଜ ବତା ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। କରତୀ ସେବକ ମାନେ ନନ୍ଦିଘୋଷ ରଥର ୪୦ ଫୁଟିଆ ପୋଲ ଗୟଳ ର ଉଭୟ ପାର୍ଶ୍ବ ଚିତା କାର୍ଯ୍ୟ ଶେଷ ପରେ ଚିରଟ କାର୍ଯ୍ୟ ଶେଷ କରିଛନ୍ତି।
ରୂପକାର ସେବକ ମାନେ ତିନିରଥ ର ବେଦୀ ସିଂହାସନ ମୁହାଁଟ ରେ କୁମ୍ଭ, ଡାଳି ଲତା ଇତ୍ୟାଦି ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି।
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥ ଦଣ୍ଡା ପାଇଁ ଦଣ୍ଡା ବିଡିଆ କଣ୍ଟା, ଗୟଳ କଣ୍ଟା ସହ ଗରଗରା କଣ୍ଟା ସହ ଧ୍ଵଜ ବତା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି। ପାହି ମହାରଣା ମାନେ ଦୋଳ ବେଦୀ ଠାରେ ରଥରେ ପୂଜାର୍ଚ୍ଚନା ପାଇଁ ବେଶ ଘୋଡ଼ିଆ ଏବଂ ଫୁଲ ଚାଙ୍ଗଡ଼ା ଫ୍ରେମ ପ୍ରସ୍ତୁତି କାର୍ଯ୍ୟ ଜାରୀ ରଖିଛନ୍ତି।

 

ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ -୭୮
ତିନିରଥ ର ଭୋଇ ସେବକ     -୭୭
ତିନିରଥ ର କରତୀ ସେବକ   –   ୪
ତିନିରଥ ଓଝା କମାର ସେବକ – ୨୦
ତିନିରଥ ରୂପକାର ସେବକ     – ୨୧
 ତୁମ୍ବ ବିନ୍ଧ କାରୀଗର             –   ୨
  ପାହି ମହାରଣା                    –   ୩
  ରଥଖଳା ସହାୟକ(ପାଣି ବାଲା) ୧
         ମୋଟ – ୨୦୬ ଜଣ

 

 

 

LEAVE A REPLY

Please enter your comment!
Please enter your name here