ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାମ୍ବାଦିକଗଣ, ସର୍ବଜନ କଲ୍ୟାଣକାରୀ ବଜେଟ୍ ପାଇଁ ଅଭିନନ୍ଦନ ଜଣାଇଲେ

0
549

By Our Correspondent

BHUBANESWAR:   ଆଜି ବିଧାନ ସଭାରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ପ୍ରକୋଷ୍ଠରେ ସାମ୍ବାଦିକମାନେ ଭେଟିଛନ୍ତି। ରାଜ୍ୟବାସୀଙ୍କ ପାଇଁ ଏକ ଉତ୍ତମ, ବିକାଶ ଅଭିମୁଖୀ ଓ ସର୍ବଜନ କଲ୍ୟାଣକାରୀ ବଜେଟ୍ ଉପସ୍ଥାପିତ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହା ସହିତ ସାମ୍ବାଦିକମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଏସବୁ ବିଷୟରେ ଅବଗତ ଅଛନ୍ତି।

ସାମ୍ବାଦିକମାନଙ୍କର ଯାହା ସମସ୍ୟା ରହିଛି ସେସବୁ ସରକାର ଅନୁଧ୍ୟାନ କରି ଉଚିତ୍ ପଦକ୍ଷେପ ନେବେ।

LEAVE A REPLY

Please enter your comment!
Please enter your name here