SOA Stall at 17th FICCI- Higher Education Conference -2022 fascinates Foreign Visitors

0
431

By Our Correspondent

BHUBANESWAR: ୧୭ ତମ  ତିନିଦିନିଆ ‘ଫିକି’ଉଚ୍ଚଶିକ୍ଷା ଶିଖର ସମ୍ମିଳନୀ -୨୦୨୨ ସ୍ଥାନୀୟ ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମ୍‌ରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ।  ଏହି ସମ୍ମିଳନୀରେ ଅନୁଷ୍ଠିତ ପ୍ରଦର୍ଶନୀରେ ସୋଆ ସମେତ ଦେଶର ବିଭିନ୍ନ ରାଜ୍ୟରୁ ୪୦ଟି ବିଶ୍ୱବିଦ୍ୟାଳୟ  ଭାଗ ନେଇଛନ୍ତି । ଉଚ୍ଚଶିକ୍ଷା ପାଇଁ ବିଶ୍ୱର ଆକର୍ଷଣରେ ଭାରତର ସ୍ଥାନ ଅଗ୍ରଣୀ  ଶୀର୍ଷକ ଆଲୋଚନା ଏହି ସମ୍ମିଳନୀର ମୁଖ୍ୟ ବିଷୟ ବସ୍ତୁ ରହିଛି ।

 ପ୍ରଥମ ଦିନର ଆରମ୍ଭରେ ଫିକି ର ଅଧ୍ୟକ୍ଷ ସଞ୍ଜିବ ମେହେତା ସ୍ୱାଗତ ଭାଷଣ ଦେଇଥିଲେ । ଭାରତ ସରକାରଙ୍କ ଶିକ୍ଷା ରାଜ୍ୟମନ୍ତ୍ରୀ ସୁବାସ ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅଭିଭାଷଣରେ ଶିକ୍ଷା କ୍ଷେତ୍ରରେ ଭାରତର ଭୂମିକାକୁ ବିଶେଷ ଭାବେ ଉପସ୍ଥାପନ କରିଥିଲେ । ସେ କହିଥିଲେ, ଯେ ଭାରତ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱର ଆକର୍ଷଣ ହୋଇଛି । ବିଦେଶରୁ ବହୁ ଛାତ୍ରଛାତ୍ରୀ ଭାରତର ବିଶ୍ୱବିଦ୍ୟାଳୟ ମାନଙ୍କରେ ପାଠ ପଢିବା ପାଇଁ ଆସୁଛନ୍ତି । ଭାରତର ବିଶ୍ୱବିଦ୍ୟାଳୟ ମାନଙ୍କ ଶିକ୍ଷାର ମାନ ମଧ୍ୟ ବଢିବାରେ ଲାଗିଛି । ସେ ଆଶା କରିଥିଲେ ଯେ ଆଗାମୀ ଦିନରେ ଭାରତ ଉଚ୍ଚଶିକ୍ଷାର ହବ୍ ରେ ପରିଣତ ହେବ ।

ଏହି ଶିଖର ସମ୍ମିଳନୀ ଓ ପ୍ରଦର୍ଶନୀରେ ଭାଗନେଇଥିବା  ବିଶ୍ୱବିଦ୍ୟାଳୟମାନେ ସେମାନଙ୍କ ପାଠ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେବା ପାଇଁ ଷ୍ଟଲ ଲଗାଇଛନ୍ତି । ଏଥିରେ ସୋଆର ଷ୍ଟଲ୍ ମଧ୍ୟ ସ୍ଥାନ ପାଇଛି ।

ପ୍ରଥମ ଦିନରେ ଋଷିଆ, ତାଜକିସ୍ଥାନ,ଉଗାଣ୍ଡା, ନେପାଳ, କେନିଆ, ଇଣ୍ଡୋନେସିଆ, ଘାନା, ମାଲେସିଆ, ନାଇରୋବି ଓ ତାଇୱାନର ପ୍ରତିନିଧିମାନେ ସୋଆ ଷ୍ଟଲ୍‌କୁ ଆସି ଏହାର ବିଭିନ୍ନ ପାଠ୍ୟକ୍ରମ ପ୍ରସଙ୍ଗରେ ସୂଚନା ପ୍ରାପ୍ତ କରିଥିଲେ ।

ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ୍ ବାନାର୍ଜୀ, ପ୍ରଫେସର ନଚିକେତା ଶର୍ମା, ପ୍ରଫେସର ସୌମ୍ୟା ମିଶ୍ରା ସେମାନଙ୍କୁ ବିଭିନ୍ନ ପାଠ୍ୟକ୍ରମ ପ୍ରସଙ୍ଗରେ ସୂଚନା ଦେଇଥିଲେ । ସେମାନଙ୍କୁ ମଧ୍ୟ ସୋଆର ବିଭିନ୍ନ ପାଠ୍ୟକ୍ରମ ନେଇ ଏକ ପୁସ୍ତିକା ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ରାଜଧାନୀ ଦିଲ୍ଲୀରେ ସୋଆ ସଂସ୍ଥାପକଙ୍କ ଓଏସ୍‌ଡି ପ୍ରୀତମ ନାୟକ ମଧ୍ୟ ବିଭିନ୍ନ ପ୍ରତିନିଧି ମଣ୍ଡଳୀଙ୍କ ସହ ଆଲୋଚନା କରିଥିଲେ । ସୋଆର ଅଫିସ୍‌ର ଅଧିକାରୀ ସୁନୀଲ ନଉଟିୟାଲ୍ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here