Odisha Parba – 2023 held in New Delhi, know what Union Minister Dharmendra Pradhan said

0
402

By Our Correspondent

NEW DELHI/BHUBANESWAR: ରାଷ୍ଟ୍ରୀୟ ରାଜଧାନୀରେ ଓଡ଼ିଶାର କଳା ସଂସ୍କୃତି ସହ ଓଡିଆ ଖାଦ୍ୟ ପ୍ରଦର୍ଶିତ ହେବା ଖୁସିର ବିଷୟ ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା ପର୍ବ – ୨୦୨୩’ର ଉଦଘାଟନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଏହି ପର୍ବର ଆୟୋଜକ ଓଡିଆ ସମାଜକୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋଭିଡ୍ ମହାମାରୀ କାରଣରୁ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଓଡ଼ିଶା ପର୍ବ ଆୟୋଜନ ହେବା ଆନନ୍ଦର ବିଷୟ । ପୂର୍ବ ଭଳି ଏହାକୁ ଦେଖିବା ନେଇ ଲୋକ ମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି ଓ ଭିଡ ମଧ୍ୟ ହେଉଛି । ଓଡ଼ିଆ ସମାଜ ଏହି ପର୍ବ ମାଧ୍ୟମରେ ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟ, ପରମ୍ପରା, ନୃତ୍ୟ, କଳା କାରିଗରୀ, ସାହିତ୍ୟ, ଗୌରବମୟ ଇତିହାସ ଓ ସ୍ଵାଧୀନତା ସଂଗ୍ରାମର ପରାକାଷ୍ଠା ଏବଂ ପାରମ୍ପରିକ ଖାଦ୍ୟକୁ ନିଆରା ଢଙ୍ଗରେ ଉପସ୍ଥାପନ କରୁଛି । ଏଠାରେ ପିପିଲିର ଚାନ୍ଦୁଆ, ରଘୁରାଜପୁରର  ପଟ୍ଟଚିତ୍ରକୁ ଜାଣିବା ସହ ମୟୂରଭଞ୍ଜର ପ୍ରସିଦ୍ଧ ମୁଢିମାଂସକୁ ଖାଇ ରାଜଧାନୀବାସୀ ଆନନ୍ଦ ନେଉଛନ୍ତି । 

ଏହି ସମାରୋହରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡୀ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ କିରଣ ରିଜିଜୁଙ୍କ ସହ ଯୋଗ ଦେଇଥିଲେ । ଶ୍ରୀ ପ୍ରଧାନ ଦୁଇ ମନ୍ତ୍ରୀଙ୍କୁ ଛେନାପୋଡ ଓ ରସଗୋଲା, ମୁଢି ମାଂସ ଓ ଆଳିସା ପିଠା ଖୁଆଇବା ସହ ଓଡ଼ିଶାର କଳା, ହସ୍ତତନ୍ତ, ବୟନଶିଳ୍ପ ସାମଗ୍ରୀ ପ୍ରସ୍ତୁତି ଉପରେ ବୁଝାଇଥିଲେ ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅପରାହ୍ଣରେ ଓଡିଶା ପର୍ବରେ ଯୋଗ ଦେଇଥିବା ଓଡ଼ିଆ ବନ୍ଧୁ, ଭାଇ ଭଉଣୀ ଓ ଯୁବସାଥୀ ମାନଙ୍କୁ ଭେଟିବା ସହ ବିଭିନ୍ନ ବର୍ଗରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

LEAVE A REPLY

Please enter your comment!
Please enter your name here