କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ସାମନ୍ତବାଦୀ ମାନସିକତାର ପ୍ରତିଫଳନ , ଧର୍ମେନ୍ଦ୍ର ପ୍ରଧାନ

0
255

By Our Correspondent

NEW DELHI/BHUBANESWAR: କଂଗ୍ରେସ ଦଳ ବିଶେଷ ଭାବେ ରାହୁଲ ଗାନ୍ଧୀଙ୍କ ପରିବାର ସ୍ୱତନ୍ତ୍ର ଆଇପିସି ଓ ନ୍ୟାୟପାଳିକା ଚାହୁଁଛନ୍ତି । ପଛୁଆ ବର୍ଗଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବା ଏବଂ ବଞ୍ଚିତ ବର୍ଗଙ୍କୁ ନୀଚ୍ଚା ଦେଖିବା କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ସାମନ୍ତବାଦୀ ମାନସିକତାର ପ୍ରତିଫଳନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ ଠାରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାର୍ବଜନୀନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆକୁ ନେଇ ଅପଶବ୍ଦ ପ୍ରୟୋଗ କଲେ । ଜାତିଆଣ ଆକ୍ଷେପ କରିବା ସହ ଖରାପ ଭାଷା ବ୍ୟବହାର କଲେ । ଏହାକୁ ନେଇ ତାଙ୍କ ବିରୋଧରେ ଦାୟର ହୋଇଥିବା ମାନହାନୀ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି କଂଗ୍ରେସ ନେତାଙ୍କ ବିରୋଧରେ ସୁରତ କୋର୍ଟ ଯେଉଁ ନିଷ୍ପତି ନେଇଛନ୍ତି, ଏଥରୁ ସତ୍ୟାସତ୍ୟ ହେଉଛି ଯେ ଦେଶର ଆଇନବ୍ୟବସ୍ଥା ଏବଂ ଗଣତାନ୍ତ୍ରିକ ପଦ୍ଧତିରୁ ଉର୍ଦ୍ଦ୍ୱରେ କେହି ନୁହଁନ୍ତି ।

ଭାରତର ଜନପ୍ରତିନିଧି ଆଇନ- ୧୯୫୧ ଅନୁସାରେ କୌଣସି ସଦସ୍ୟଙ୍କୁ ଦଣ୍ଡ ହେଲେ ତାଙ୍କର ସଦସ୍ୟତା ଚାଲିଯାଏ । ଏହା ପ୍ରଥମ ଥର ପାଇଁ ନୁହେଁ ବରଂ ଅନେକ ଜନପ୍ରତିନିଧିଙ୍କ ସଦସ୍ୟତା ଯାଇଛି । ୨୦୧୩ରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହି ଆଇନକୁ ସଂଶୋଧନ କରିବା ପାଇଁ ସେ ନିଷ୍ପତି ନେଇଥିଲେ । ମାତ୍ର ସେହି ଅଧ୍ୟାଦେଶକୁ ନନସେନ୍ସ କହି ଚିରିଥିବା ଲୋକମାନେ ଉକ୍ତ ଆଇନ ପରିଧିରେ ଆସିବା ପରେ ସେମାନଙ୍କୁ କଷ୍ଟ ହେଉଛି । ଯଦି ତାଙ୍କ ପାର୍ଟି ସଦସ୍ୟତା ହରାଇବା ନେଇ କଂଗ୍ରେସ ଚିନ୍ତିତ ଥିଲା ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସେ କାହିଁକି ଉପର କୋର୍ଟକୁ ଗଲେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କହିଛନ୍ତି ।

ଓବିସି ଓ ଜନଜାତି ସମାଜ ପ୍ରଧାନମନ୍ତ୍ରୀଙ୍କ ସହ ସବୁବେଳେ ଅଛନ୍ତି । ମାତ୍ର ବିଭିନ୍ନ ସମୟରେ କଂଗ୍ରେସ ନେତା ମାନେ ଏହି ବର୍ଗଙ୍କ ପ୍ରତି କଟ୍ଟୁ ମନ୍ତବ୍ୟ ପ୍ରୟୋଗ କରିବା ସହ ସମାଜକୁ ନୀଚ୍ଚା ଦେଖାଇବା ଭଳି କାମ କରୁଛନ୍ତି । ସେମାନେ ବୁଝିବା ପାଇଁ ଅସମର୍ଥ ଯେ ଗଣତନ୍ତ୍ରରେ ଆଇନ ସମସ୍ତଙ୍କ ପାଇଁ ସମାନ । ଆମେ ଗୋଟିଏ ପରିବାରରୁ ଆସିଛୁ ଓ ଆମେ ଆଇନରୁ ଉର୍ଦ୍ଧ୍ୱରେ ମାନସିକତା ରଖୁଥିବା କଂଗ୍ରେସ ନେତାଙ୍କୁ ଜାତିଆଣ ଆକ୍ଷେପ ମନ୍ତବ୍ୟକୁ ଦଳ ନିନ୍ଦା କରୁଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here