New Office Bearers of Delhi Odisha Media Association elected

0
513

By Our Correspondent

NEW DELHI: ଆଜି ଦିଲ୍ଲୀ ଓଡ଼ିଶା ମିଡିଆ ଆସୋସିଏସନ୍ ର ନୂତନ କର୍ମକର୍ତ୍ତା କମିଟି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦିଲ୍ଲୀର ପ୍ରେସ କ୍ଲବ ଅଫ ଇଣ୍ଡିଆ ଠାରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନବନିର୍ବାଚିତ କମିଟି ଆଗାମୀ 3 ବର୍ଷ ପାଇଁ କାର୍ଯ୍ୟ କରିବ।

ବରିଷ୍ଠ ସାମ୍ବାଦିକ ସଞ୍ଜୀବ ଆଚାର୍ଯ୍ୟ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ, ବରିଷ୍ଠ ସାମ୍ବାଦିକ ସୌମିତ୍ର ମିଶ୍ର ଓ ପ୍ରଭାତୀ ନାୟକ ମିଶ୍ର ଉପସଭାପତି, ଶକ୍ତି ପ୍ରସାଦ ନାୟକ ସାଧାରଣ ସମ୍ପାଦକ, ସନ୍ତୋଷ କୁମାର ମହାପାତ୍ର ଓ ଶବନମ ଆଦେନି ଯୁଗ୍ମ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ଭାବେ ସନ୍ତୋଷ କୁମାର ପ୍ରଧାନ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି।

୧୫ ଜଣିଆ କାର୍ଯ୍ୟକାରିଣୀ କମିଟିରେ ଗଗନ ବିଶ୍ଵାଳ, ବିଭୁଦତ୍ତ ପ୍ରଧାନ, ମୁକ୍ତିକାନ୍ତ ବେହେରା, ସୁଚିତ୍ର କଲ୍ୟାଣ ମହାନ୍ତି, ଅରୁଣ ଦାସ, ପ୍ରତୀକ ପରିଜା, ଦୀପକ ଦାସ, ଶିବାନନ୍ଦ ରାଉତ, ଶାଶ୍ଵତ ପାଣିଗ୍ରାହୀ, ରମେଶ ପାଲ, ବିଦ୍ୟାଧର ବାରିକ, ସଦାଶିବ ଶତପଥୀ, ଆଦିତ୍ୟ ପ୍ରସାଦ ପଣ୍ଡା ଏବଂ ଗୋପାଳ ପ୍ରସାଦ ବର୍ମା ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି।

ଦିଲ୍ଲୀ ଓଡ଼ିଶା ମିଡିଆ ଆସୋସିଏସନର ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଛୟାକାନ୍ତ ନାୟକ ଏବଂ ବରିଷ୍ଠ ସାମ୍ବାଦିକ ମୋହନ ରାଓ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here