Jatni PS case No- 417, one drug peddler arrested

0
287
Aswinee Kumar Das (30), S/O- Prafulla Kumar Das of Vill- Kudiary, In front of Indian Petrol Pump, PS- Jatni, Bhubaneswar UPD

By Biswanath Dash

BHUBANESWAR:   Jatni PS case No- 417, Dt.06.12.2023, U/s- 21(b) NDPS Act.PO: In front of Khandual Temple, near Centurion University, PS- Jatni, BBSR UPD.

Gist of the FIR:

ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ଏକ ସୂଚନା ଆଧାରରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟୀମ ଥାନା ଅନ୍ତର୍ଗତ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ନିକଟସ୍ଥ ଖଣ୍ଡୁଆଳ ମନ୍ଦିର ନିକଟରେ ଅତର୍କିତ ଚଢଉ କରିବା ସହିତ ସାଧାରଣ ଲୋକଙ୍କୁ ବେଆଇନ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଅଭିଯୁକ୍ତଙ୍କର ତଲାସି ବେଳେ ତାଙ୍କ ନିକଟରୁ ମୋଟ ୦୬.୫୦ ଗ୍ରାମ ଓଜନର ବ୍ରାଉନ ସୁଗାର ଓ ୧୨୫୦ ଟଙ୍କା ଜବତ କରାଯାଇଥିଲା ।

ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିବା ବେଳେ ଏହି ବ୍ରାଉନ ସୁଗାରକୁ ସେ ଜଳେଶ୍ବର ଅଞ୍ଚଳରୁ ସଂଗ୍ରହ କରି ଆଣିଥିବା ଦର୍ଶାଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ଜନସାଧାରଣମାନେ ବେଆଇନ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name & Address of Accused person: Aswinee Kumar Das (30), S/O- Prafulla Kumar Das of Vill- Kudiary, In front of Indian Petrol Pump, PS- Jatni, Bhubaneswar UPD.

Article Seized:06.50grams of Contraband Brown Sugar.

Cash of Rs.1250/-

LEAVE A REPLY

Please enter your comment!
Please enter your name here