Interactive session on E-Shram portal for Unorganized workers held at NALCO

0
573

By Our Correspondent

BHUBANESWAR: ଭାରତ ସରକାରଙ୍କ ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ଏକ ପଦକ୍ଷେପ ସ୍ୱରୂପ, ଗତ ନଭେମ୍ବର 13 ତାରିଖରେ ଭୁବନେଶ୍ୱରସ୍ଥିତ ନାଲକୋ ଏଚ୍.ଆର୍.ଡି. ସେଣ୍ଟର୍ ଅଫ୍ ଏକ୍ସଲେନ୍ସଠାରେ ଏକ ପାରସ୍ପରିକ ସୂଚନା ବିନିମୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନକୁ ମୁଖ୍ୟ ଶ୍ରମ କମିଶନର (କେନ୍ଦ୍ରୀୟ) ଶ୍ରୀ ଡି.ପି.ଏସ୍ ନେଗି ଏବଂ ଉପ-ମୁଖ୍ୟ ଶ୍ରମ କମିଶନର (କେନ୍ଦ୍ରୀୟ) ଶ୍ରୀମତୀ ଶକୁନ୍ତଳା ପଟ୍ଟନାୟକ, ନାଲକୋର ନିର୍ଦ୍ଦେଶକ (ପ୍ରକଳ୍ପ ଏବଂ ବୈଷୟିକ) ଏବଂ ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ମନସା ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ଉଦବୋଧନ ଦେଇଥିଲେ।

ଉକ୍ତ ଅଧିବେଶନର ଉଦ୍ଦେଶ୍ୟ ଥିଲା ‘ଇ-ଶ୍ରମ କାର୍ଡ’ ଏବଂ ଇ-ଶ୍ରମ ପୋର୍ଟାଲ ଜରିଆରେ ଅସଂଗଠିତ ଶ୍ରମିକମାନଙ୍କର ଜାତୀୟ ଡାଟାବେସ୍ ଉପରେ ସଚେତନତା ସୃଷ୍ଟି କରିବା | ଅଧିବେଶନ ସମୟରେ ଅଂଶଗ୍ରହଣକାରୀମାନଙ୍କୁ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣର ବିଭିନ୍ନ ସୁବିଧା ଏବଂ ପୋର୍ଟାଲରେ ପଞ୍ଜୀକରଣ ପ୍ରକ୍ରିୟା ବିଷୟରେ ଅବଗତ କରାଯାଇଥିଲା। ନାଲକୋ, ଆଇଓସିଏଲ୍, ପାୱାରଗ୍ରିଡ୍, ଏସବିଆଇ., ଟିଏଫ୍ଏଲ, ଓଆଇଏଲ୍, ବିପିସିଏଲ୍, ଓଏମସି, ଏନଟିପିସି, ଏମସିଏଲ, ଗେଲ୍, ଏଚପିସିଏଲ୍, ଏଏଆଇ, ନାବାର୍ଡ୍, ଏଚପିସିଏଲ୍, ଏମ୍ସ୍ ପରି ବିଭିନ୍ନ ସଂଗଠନର ପ୍ରାୟ 40 ପ୍ରତିନିଧିଙ୍କ ସହିତ ବିଭିନ୍ନ ଶ୍ରମିକ ସଂଗଠନମାନଙ୍କର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ

ଶ୍ରୀ ଡିପିଏସ୍ ନେଗି, ଏଚଆର ପ୍ରତିନିଧି ତଥା ଶ୍ରମିକ ସଂଗଠନମାନଙ୍କୁ ସଚେତନ କରାଇବା ସହ ଅଣସଂଗଠିତ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷାର ବଳୟ ମଧ୍ୟରେ ରଖି ସୁରକ୍ଷା ପ୍ରଦାନ ନିମନ୍ତେ ସମସ୍ତ ଶ୍ରମିକମାନଙ୍କୁ ଅନ୍ତର୍ଭୁକ୍ତ କରିବା ଏବଂ ଆବଶ୍ୟକସ୍ଥଳେ ଉପ-ମୁଖ୍ୟ ଶ୍ରମ କମିଶନର (କେନ୍ଦ୍ରୀୟ) ଙ୍କ ସହାୟତା ନେବା ପାଇଁ ସଚେତନ କରାଇଥିଲେ।

ଏହି ଅଧିବେଶନଟି ନାଲକୋର ମାନବ ସମ୍ବଳ ବିଭାଗ ଦ୍ୱାରା ସଂଯୋଜନା କରଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇ-ଶ୍ରମ ପୋର୍ଟାଲ ଚଳିତ ବର୍ଷ ଅଗଷ୍ଟ ମାସରେ ଭାରତ ସରକାରଙ୍କ ଦ୍ୱାରା ଲଞ୍ଚ୍ କରାଯାଇଥିଲା। ନିର୍ମାଣ, ବସ୍ତ୍ର, ଉତ୍ପାଦନ, ମତ୍ସ୍ୟଚାଷ, ଗିଗ୍ ଏବଂ ପ୍ଲାଟଫର୍ମ କାର୍ଯ୍ୟ, ରାସ୍ତାକଡ଼ ଉଠାଦୋକାନ, ଘରୋଇ କାର୍ଯ୍ୟ, କୃଷି ଓ ଆନୁସଙ୍ଗିକ, ପରିବହନ ଭଳି ବିଭିନ୍ନ କ୍ଷେତ୍ରରୁ ଅସଂଗଠିତ ଶ୍ରମିକଙ୍କ ପାଇଁ ଏକ ବିସ୍ତୃତ ଡାଟାବେସ୍ ସୃଷ୍ଟି କରିବା ପାଇଁ ଏହା ଏକ ବଳିଷ୍ଠ ପଦକ୍ଷେପ ।

LEAVE A REPLY

Please enter your comment!
Please enter your name here