IMFA Sponsored Community Centre Inaugurated at Chaudwar

0
664

By Our Correspondent

CHAUDWAR/CUTTACK: ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦ୍ଵାୟିତ୍ଵବୋଧ ଶାଖା ‘ବଂଶିଧର ଇଲା ପଣ୍ଡା ଫାଉଣ୍ଡେସନ’ ଦ୍ଵାରା ଚୌଦ୍ବାର ମୁନିସିପ୍ଯାଲିଟି ସ୍ଥିତ ୯ ନମ୍ବର ୱାର୍ଡ ଅନ୍ତର୍ଗତ ତେଲୁଗୁ ସାହି ମଧ୍ୟରେ ଏକ ସାମୁହିକ ଉନ୍ନୟନ ଗୋଷ୍ଠି କେନ୍ଦ୍ର ଉଦଘାଟିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମଟିକୁ ଚୌଦ୍ବାର- କଟକର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ଵାଳ ଉଦଘାଟନ କରିଥିବାବେଳେ ଇମ୍ଫାର ଉପ-ସଭାପତି ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିନୟ ଅଗ୍ରୱାଲା ସମ୍ମାନୀୟ ଅତିଥି ରୂପରେ ଓ ବରିଷ୍ଠ କାଉନସିଲର, ଚୌଦ୍ବାର ବିଜେଡି ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀ କରୁଣାକର ସାହୁ   ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିଲେ

। କାର୍ଯ୍ୟକ୍ରମ ସମୟରେ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ଯଥା   ଶ୍ରୀ ଶୁଭେନ୍ଦୁ ସାମଲ , ବିଜେଡି ଜିଲ୍ଲା ସମ୍ପାଦକ, ଶ୍ରୀ ବିଷ୍ଣୁ ଚରଣ ପରିଡା, ବିଜେଡି ନଗର ସଭାପତି, ଶ୍ରୀ ଅର୍ଜୁନ ପଣ୍ଡା , ବିଜେଡି ଯୁବ ସଭାପତି, ଶ୍ରୀ ଭରତ ସାହୁ, ଶ୍ରୀ ଅଶୋକ କୁମାର ମହାନ୍ତି, ରାଜ   କିଶୋର ସାମନ୍ତରାୟ , ଶ୍ରୀ ଗିରିଧାରୀ ଦଲାଇ, ଶ୍ରୀପ୍ରଶାନ୍ତ ଦାସ, ଶ୍ରୀ ସରୋଜ ମଲିକ, ଶ୍ରୀ ଜେ. ତ୍ରିନାଥ , ଶ୍ରୀ ମୁରଲୀଧର ନାୟକ, ଶ୍ରୀମତୀ ରିନା ନାୟକ, ଜେ . ଉମା, ପି. ଚନ୍ଦ୍ରମା ଆଦି ଉପସ୍ଥିତ ରହି ଇମ୍ଫାର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଇମ୍ଫାର ଅଧିକାରୀ ମାନଙ୍କ ମଧ୍ୟରେ ଶ୍ରୀ ସାରଦା ପ୍ରସାଦ ରାଓ, ଶ୍ରୀ ମାନସ ପ୍ରଧାନ, ଶ୍ରୀ ଆଶିଷ ଦାସ, ଶ୍ରୀ ଜି॰ ଭି॰ ରାକେଶ , ଶ୍ରୀ ଧୀରେନ କୁମାର ନାଥ , ଶ୍ରୀ କେ॰ସି ଦାସ, ଶ୍ରୀ ଦେବାଶିଷ ତ୍ରିପାଠୀ, ଶ୍ରୀ ଅଜୟ କୁମାର ସାହୁ, ଶ୍ରୀ ପି॰ ଦିଲୀପ ପାତ୍ର, ଶ୍ରୀ ରବୀନ୍ଦ୍ର କୁମାର ବେହେରା, ଶ୍ରୀ ବିଷ୍ଣୁ ଚରଣ ସାହୁ , ଓ ଶ୍ରୀ ଶୁଶାନ୍ତ କୁମାର ନାୟକ, ଶ୍ରୀ ଅଭିଷେକ ଘୋଷ   ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗକୁ ବଢାଇବାରେ ସାହାଯ୍ୟ କରିଥିଲେ।

 ବିଧାୟକ ଶ୍ରୀ ବିଶ୍ଵାଳ ଇମ୍ଫାର ଏହି କାର୍ଯ୍ୟକ୍ରମକୁ ଭୂରିୟସୀ ପ୍ରସଂଶା କରିବା ସହ ଇମ୍ଫା ଚୌଦ୍ବାର ଅଞ୍ଚଳରେ ଏହିଭଳି ଜନହିତକାରୀ କାମ ସବୁ ଆଞ୍ଚଳରେ କରିଆସୁଅଛି ବୋଲି ମକ୍ତ୍ୟବ୍ୟ ପ୍ରଦାନ କରିଥିଲେ । ଇମ୍ଫାର ଉପ-ସଭାପତି ଶ୍ରୀ ଅଗ୍ରୱାଲା ଏହିଭଳି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ କିପରି ଆଗକୁ ତ୍ବରାନିତ ହେବା ବିଷୟରେ ଆଲୋଚନା କରିବାସହ, ଆମେ ଆଞ୍ଚଳବାସୀ ସହ ସଦା ଅଛୁବୋଲି କହିଥିଲେ । ଇମ୍ଫା ତରଫରୁ ଲୋକସମ୍ପର୍କ ଅଧିକାରୀ ଧ୍ରୁବ ଚରଣ ରାଉତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here