Droupadi Murmu inaugurates Kaushal Bhawan in New Delhi

0
116
The President of India, Smt Droupadi Murmu inaugurates Kaushal Bhawan - a new building of the Ministry of Skill Development and Entrepreneurship, in New Delhi on January 24, 2024.

By Our Correspondent

NEW DELHI/BHUBANESWAR:  ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ‘ନୂତନ କୌଶଳ ଭବନ’ର ଉଦଘାଟନ କରିଛନ୍ତି । ଏହି ଅବସରରେ ମାନ୍ୟବର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ, ସଂକଳ୍ପ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭଳି ସରକାରଙ୍କ ବିଭିନ୍ନ ମହିଳା ଲାଭାର୍ଥୀଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରଦର୍ଶନୀ ଷ୍ଟଲକୁ ବୁଲିବା ସହ ଲାଭାର୍ଥୀଙ୍କ ସହ କଥା ହୋଇଥିଲେ ।   

କୌଶଳ ଭବନର ଉଦଘାଟନ ପାଇଁ ମାନ୍ୟବର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଅତ୍ୟାଧୁନିକ କୌଶଳ ଭବନ ଦକ୍ଷତା ପରିସଂସ୍ଥାନ ସହ ସମନ୍ୱୟକୁ ଅଧିକ ସୁଗମ କରିବ । ଦକ୍ଷତା ବିକାଶକୁ ନୂଆ ଶିଖରରେ ପହଞ୍ଚାଇବ । ସ୍କିଲକୁ ଲୋକ ସଶକ୍ତିକରଣ ତଥା ବିକଶିତ ଭାରତର ସାରଥୀ ହେବା ଦିଗରେ ଆମ ସମସ୍ତଙ୍କୁ ପ୍ରେରଣା ଦେବ । 

ଏହି ଭବନର ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେବଗଡ଼ର ପିଏମ୍ ଜନମନ ଯୋଜନାର ଲାଭାର୍ଥୀ ଶ୍ରୀମତୀ ରୁପାଲି ଦେହୁରୀଙ୍କୁ ଭେଟି ତାଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସେ ଟ୍ୱିଟ୍ କରି କହିଛନ୍ତି ଯେ ଶ୍ରୀମତୀ ଦେହୁରୀ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ମହିଳା ଆଧାରିତ ବିକାଶର ଉଦାହରଣ । ପିଏମ୍ ଜନମନରେ ଦକ୍ଷତା ତାଲିମ ନେଇ ନିଜ ଜୀବିକା ଯାତ୍ରାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।  ମୋଦି ସରକାରଙ୍କ ଯୋଜନା ଏବଂ ମୋଦି ଗ୍ୟାରେଣ୍ଟି ତୃଣମୂଳ ସ୍ତରରେ ଲୋକଙ୍କ ଜୀବନଜୀବିକାକୁ ପରିବର୍ତ୍ତନ କରିଛି ।

ଉଲ୍ଲେଖନୀୟ ଯେ, ୨୦୧୯ ମାର୍ଚ୍ଚରେ କୌଶଳ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଏହି ଭବନ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସମେତ ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ, ବ୍ୟବସାୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ପାଇଁ ରାଷ୍ଟ୍ରୀୟ ପରିଷଦ ତଥା ରାଷ୍ଟ୍ରୀୟ କୌଶଳ ବିକାଶ ନିଗମ ପାଇଁ କାର୍ଯ୍ୟାଳୟର କାମ କରାଯିବ ।

LEAVE A REPLY

Please enter your comment!
Please enter your name here