ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ତରଫରୁ କର୍ତ୍ତବ୍ୟବୋଧ ଦିବସ ପାଳିତ

0
126

By Our Correspondent

BHUBANESWAR:  କର୍ତ୍ତବ୍ୟବୋଧ ଦିବସ ଉପଲକ୍ଷେ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ତରଫରୁ ସୋମବାର ସନ୍ଧ୍ୟାରେ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସମାବେଶର ଆୟୋଜନ କରାଯାଇଥିଲା।

 ଅଧ୍ୟକ୍ଷ ଡକ୍ଟର ପବିତ୍ର କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍‌ ଡକ୍ଟର ନାରାୟଣ ମହାନ୍ତି ମୁଖ୍ୟ ଅତିଥି ଓ ପ୍ରଫେସର ମହେଶ୍ୱର ସାହୁ ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିଲେ।

ଶିକ୍ଷକମାନେ ସୁଚାରୁରୂପେ କର୍ତ୍ତବ୍ୟ ସମ୍ପାଦନ କଲେ ସମାଜ ସେମାନଙ୍କ ହିତ ସାଧନ ପାଇଁ ଆଗେଇ ଆସିବ ବୋଲି ମୁଖ୍ୟ ଅତିଥି ଡକ୍ଟର ମହାନ୍ତି କହିଥିଲେ। ମୁଖ୍ୟ ବକ୍ତା ପ୍ରଫେସର ସାହୁ କହିଲେ ଯେ, ଉଭୟ ଅଧିକାର ସାବ୍ୟସ୍ତ ଓ କର୍ତ୍ତବ୍ୟ ସମ୍ପାଦନ ଉପରେ ଶିକ୍ଷକସମାଜ ସମାନ ଭାବରେ ଗୁରୁତ୍ୱ ଦେବା ଉଚିତ।

 ଛାତ୍ରମାନଙ୍କର ସର୍ବାଙ୍ଗୀଣ ବିକାଶ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ସମବେତ ଶିକ୍ଷକବୃନ୍ଦ ଶପଥପାଠ କରିଥିଲେ। ପ୍ରଥମେ ଅଧ୍ୟାପକ ବିଜୟରାମ ଜେନା ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ଶେଷରେ ଅଧ୍ୟାପିକା ସୁଜାତା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here