Dharmendra Pradhan travels to Dhenkanal and Angul by Vande Bharat Express train from Bhubaneswar

0
400
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱରରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରନର ଶୁଭାରମ୍ଭ ପରେ ସେହି ଟ୍ରେନରେ ଢେଙ୍କାନାଳ ଓ ଅନୁଗୋଳ ଗସ୍ତ କରିଛନ୍ତି ।

By Our Correspondent

ANGUL/DHENKANAL/BHUBANESWAR:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱରରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରନର ଶୁଭାରମ୍ଭ ପରେ ସେହି ଟ୍ରେନରେ ଢେଙ୍କାନାଳ ଓ ଅନୁଗୋଳ ଗସ୍ତ କରିଛନ୍ତି ।

ଏହି ଅବସରରେ ଢେଙ୍କାନାଳ, ଅନୁଗୋଳ ଓ ତାଳଚେରରେ ମାତୃଶକ୍ତିଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ଅଞ୍ଚଳ ପାଇଁ ଆନନ୍ଦର ମୁହୂର୍ତ୍ତ । ଏହା ଦ୍ୱାରା ଅନୁଗୋଳ, ତାଳଚେର, ଢେଙ୍କାନାଳ ଓ ସମ୍ବଲପୁର ଲୋକମାନେ ସୁବିଧା ପାଇବେ ।

 ପୂର୍ବରୁ ଗତ ମଇ ମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମେ ପୁରୀ-ହାଓ୍ୱଡ଼ା ବନ୍ଦେ ଭାରତ ଟ୍ରେନର ଲୋକାର୍ପଣ ହୋଇଥିଲା । ଆଜି ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଶୁଭାରମ୍ଭ ହୋଇଛି । ମୋଦି ସରକାର ଓଡ଼ିଶାକୁ ଆସିବା ପରେ ରେଳ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ହେଉଛି । ଏ ସହୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଓଡ଼ିଶାକୁ ଦର୍ଶାଉଛି ।

ଅପରପକ୍ଷରେ ବିଶ୍ୱକର୍ମା ପୂଜା ଅବସରରେ ପିଏମ ବିଶ୍ୱକର୍ମା ଯୋଜନା ଆରମ୍ଭ ହୋଇଛି । ସମାଜର ବଞ୍ଚିତ ବର୍ଗରୁ ପ୍ରତିନିଧିତ୍ୱ କରୁଥିବା ଲୋକମାନେ ବିଶେଷ ଭାବରେ ଶିଳ୍ପୀ, କାରିଗର, କମାର, ବଣିଆ, କୁମ୍ଭାର, ମୂର୍ତ୍ତିକାର, ମୋଚି, ରାଜମିସ୍ତ୍ରୀ, ଧୋବା ଭଳି ପାରମ୍ପରିକ ବୃତ୍ତିରେ ନିୟୋଜିତ ଲୋକମାନଙ୍କୁ ପରିଚୟ ପତ୍ର ସହ ପ୍ରଶିକ୍ଷଣ ଦିଆଯିବ । ୧୫ ହଜାର ଟଙ୍କା କିଟ୍ ଓ ଅନ୍ୟ ଆର୍ଥିକ ସହଯୋଗ ମିଳିବ । ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ କମ୍ ସୁଧରେ ଋଣ ମିଳିବ । ଏହା ଦ୍ୱାରା ନୂଆ ଉଦ୍ୟମୀ ତିଆରି ହେବେ, ସେମାନଙ୍କର ଆତ୍ମବିଶ୍ୱାସ ବଢିବ, ବଞ୍ଚିତ ବର୍ଗର ସାମାଜିକ ସଶକ୍ତିକରଣ ହେବ ।

ସେହିପରି ସଦ୍ୟ ସମାପ୍ତ ନୂଆ ସଂସଦ ଭବନରେ ଐତିହାସିକ ମହିଳା ସଂରକ୍ଷଣ ସମ୍ବିଧାନ ସଂଶୋଧନ ବିଲ୍ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି । ଦେଶରେ ପ୍ରାୟ ୫୦ ଭାଗ ତଥା ୭୦ କୋଟି ମହିଳା ଜନସଂଖ୍ୟା ଥିବା ବେଳେ ସେମାନଙ୍କୁ ବିଧାନସଭା ଓ ଲୋକସଭା ଆସନରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବିଲ୍ ଆଗତ କଲେ, ଯାହା ଉଭୟ ଗୃହରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ମୋଦି ସରକାର ଏପରି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’, ପିଏମ ବିଶ୍ୱକର୍ମା ଯୋଜନା ଓ ଅନୁଗୋଳ, ତାଳଚେର ଏବଂ ଢେଙ୍କାନାଳରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here