ଭୁବନେଶ୍ୱର ଷ୍ଟେସନରେ ପ୍ରଧାନମନ୍ତ୍ରୀଙ୍କ ୧୦୫ତମ ‘ମନ୍ କି ବାତ୍’,  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ରାଜନେତା  ‘ମନ୍ କି ବାତ୍ ଶୁଣିଲେ

0
287
ଭୁବନେଶ୍ୱର ଷ୍ଟେସନରେ ପ୍ରଧାନମନ୍ତ୍ରୀଙ୍କ ୧୦୫ତମ ‘ମନ୍ କି ବାତ୍’, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ରାଜନେତା ‘ମନ୍ କି ବାତ୍ ଶୁଣିଲେ

By Our Correspondent

BHUBANESWAR:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପୁରୀ- ଭୁବନେଶ୍ୱର- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ଅନେକ ନେତୃବୃନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତର ୧୦୫ତମ ଅଧ୍ୟାୟକୁ ଶୁଣିଛନ୍ତି ।

ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ମନ୍ କି ବାତ୍ କାର୍ଯ୍ୟକ୍ରମରୁ ସବୁବେଳେ ନୂଆ ଶିଖିବାକୁ ମିଳିଥାଏ ।  ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଇଚ୍ଛାଶକ୍ତି ବଢାଇବା ଓ ପ୍ରେରଣା ଦେବା ଭଳି ବିଷୟର କଥା କହିଛନ୍ତି । ହାଇଦ୍ରାବାଦର ସପ୍ତମ ଶ୍ରେଣୀରେ ପଢୁଥିବା ୧୧ ବର୍ଷୀୟ ଆକର୍ଷଣା ସତୀଶ ୭ଟି ଲାଇବ୍ରେରୀ ଚଲାଉଛନ୍ତି । କମ୍ ବୟସରେ ଗରିବ ପିଲାଙ୍କ ଭବିଷ୍ୟତ ଗଢ଼ିବା ଭଳି ମହାନ କାର୍ଯ୍ୟ କରୁଥିବା ଆକର୍ଷଣ ସମାଜ ପାଇଁ ଏକ ଆଦର୍ଶ ।

 ସେହିପରି ଉତ୍ତରାଖଣ୍ଡର ନେନିତାଲ ଜିଲ୍ଲାରେ ଯୁବ ବନ୍ଧୁ ମାନଙ୍କ ଦ୍ୱାରା ଅଭିନବ ଘୋଡ଼ା ଲାଇବ୍ରେରୀ ଉପରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା ସମସ୍ତଙ୍କୁ ବିଶେଷ ଭାବରେ ଯୁବଶକ୍ତିଙ୍କୁ କିଛି ନୂଆ କରିବା ପାଇଁ ପ୍ରେରଣା ଦେଇଛି । ଏହି ଡିଜିଟାଲ ଯୁଗରେ ବହିର ଭୂମିକା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିଛନ୍ତି । ସେ କହିଛନ୍ତି, ଏହି ପୁସ୍ତକ ଆମ ଜୀବନରେ ଜଣେ ଭଲ ବନ୍ଧୁର ଭୂମିକା ନିର୍ବାହ କରେ । ମୋଦିଜୀଙ୍କ ଆହ୍ୱାନକୁ ଆଗକୁ ବଢାଇବା ନେଇ ପିଲାମାନଙ୍କୁ ବହି ପଢିବା ପାଇଁ ପ୍ରେରିତ କରନ୍ତୁ ।

ଭାରତର ଜି -୨୦ ଅଧ୍ୟକ୍ଷତାରେ ଆମର ବିଶ୍ୱବିଦ୍ୟାଳୟ ଏବଂ ଯୁବକଙ୍କ ଜନ ଭାଗିଦାରୀ ଉପରେ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିଛନ୍ତି ।  ଦେଶର ସବୁ ବର୍ଗ ଜି୨୦ କାର୍ଯ୍ୟକ୍ରମରେ ଯୋଡିହୋଇ ଜନତାଙ୍କ ପ୍ରେସିଡେନ୍ସି ରୂପରେ ସ୍ଥାପିତ କରିଛନ୍ତି । ଜି ୨୦ ବିଶ୍ୱବିଦ୍ୟାଳୟ ଯୋଗାଯୋଗ କାର୍ଯ୍ୟକ୍ରମ ଏହି ଶୃଙ୍ଖଳାର ଆଗାମୀ ପଦକ୍ଷେପ । ଏହି କାର୍ୟ୍ୟ କ୍ରମ ମାଧ୍ୟମରେ ବିଶ୍ୱବିଦ୍ୟାଳୟରେ ପଢୁଥିବା ଦେଶର ଲକ୍ଷ ଲକ୍ଷ ଯୁବକ ପରସ୍ପର ସହ ଯୋଡ଼ି ହୋଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

ଡିସେମ୍ବର ୨୬ରେ ଏହି ଅଭୂତପୂର୍ବ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଏହାବ୍ୟତିତ ଏହି ପାର୍ବଣ ଋତୁରେ ସମସ୍ତେ ମେକ୍ ଇନ୍ ଇଣ୍ଡିଆ ଏବଂ ଭୋକାଲ୍ ଫର୍ ଲୋକାଲକୁ ପ୍ରୋତ୍ସାହନ ଦେବା ପାଇଁ ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here