Dharmendra Pradhan demands White Paper on status of Recruitment in Health-Education Sector in Odisha

0
338

By Our Correspondent

BHUBANESWAR: ରାଜ୍ୟ ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତିର ସ୍ଥିତି ଉପରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ । ଦୁଇଟି ବିଭାଗରେ କେତେ ପଦବୀ ଖାଲି ପଡିଛି ଓ କେତେ ନିଯୁକ୍ତି ଦିଆଯିବ, ତାହାର ଶ୍ୱେତପତ୍ର ପ୍ରକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏ ସମ୍ପର୍କୀତ ଘୋଷଣା ଦ୍ୱନ୍ଦ ସୃଷ୍ଟି କରିଛି । କିଛି ବର୍ଷ ପୂର୍ବେ ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କୁ ଚାକିରି କରିବା ସମୟରେ ସମୟ ପିରିଅଡ ଆଧାରରେ ସ୍ୱାଭାବିକ ଭାବେ ସ୍ଥାୟୀ ନିଯୁକ୍ତି ଦିଆଯିବା ନେଇ ନିଯୁକ୍ତି ପତ୍ରରେ ଲେଖା ଯାଇଥିଲା । କିଏ କେତେ ଦିନ ପରେ ସ୍ଥାୟୀ ହେବେ, ତାହା ନିଯୁକ୍ତି ପତ୍ରରେ କୁହାଯାଇଥିଲା । ତେବେ ଏହି ଘୋଷଣାରେ ନୂଆ କ’ଣ ହେଲା ? ପ୍ରାରମ୍ଭରୁ ଖାଲି ପଡ଼ିଥିବା ପଦବୀରେ କାହିଁକି ସ୍ଥାୟୀ ନିଯୁକ୍ତି ଦିଆଗଲା ନାହିଁ । ଏପ୍ରକାର ଅସାମଞ୍ଜସ୍ୟ ତିଆରି କରିବାର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟାରେ ବିଶେଷ ଭାବରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ନିରାଶ ହୋଇଛି । ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି । ମାତ୍ର ସେହି ସବୁ ପଦବୀ ଗୁଡ଼ିକରେ ଯୋଗ୍ୟ ଉଚ୍ଚଶିକ୍ଷିତ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉନାହିଁ । ସେହିଭଳି ସ୍ୱାସ୍ଥ୍ୟ ବିଭାଗରେ ଅନେକ ପଦବୀ ଖାଲି ପଡ଼ିଥିବା ପରେ ମଧ୍ୟ ନୂଆ ନିଯୁକ୍ତି କରାଯାଉନାହିଁ । ମୂଳ ବିଷୟ ଏହା ଯେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକରେ ନୂଆ ନିଯୁକ୍ତି ଦେବା । ଭାରତ ସରକାରଙ୍କ ପରି ଆରମ୍ଭରୁ ରାଜ୍ୟରେ କାହିଁକି ସ୍ଥାୟୀ ନିଯୁକ୍ତି ଦିଆଯିବ ନାହିଁ? ଏହା ଦ୍ୱାରା ଓଡ଼ିଆ ଯୁବକ ଓ ଓଡ଼ିଆ ଲୋକଙ୍କୁ ନ୍ୟାୟ ମିଳିପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here