Appointment Letters to newly inducted Appointees handed over in Bhubaneswar during Rozgar Mela

0
384

By Our Correspondent

BHUBANESWAR: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନତେରସ ଭଳି ପବିତ୍ର ଦିନରେ ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ୧୦ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇ ଦେବା ଲକ୍ଷ୍ୟରେ ‘ରୋଜଗାର ମେଳା’ର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶର ୭୫,୦୦୦ ନୂତନ ନିଯୁକ୍ତିଧାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଏହି ପଦକ୍ଷେପ ଦେଶରେ ନିଯୁକ୍ତି  ଦୃଶ୍ୟପଟ୍ଟକୁ ମଜବୁତ୍ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ‘ରୋଜଗାର ମେଳା’ର ଶୁଭରମ୍ଭ ଅବସରରେ ଭୁବନେଶ୍ୱର ସ୍ଥିତ ରେଳ ଅଡ଼ିଟୋରିୟମ ଠାରେ ଉପସ୍ଥିତ ରହି ରାଜ୍ୟର ୨୩୯ ଜଣ ନୂତନ ନିଯୁକ୍ତିଧାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଡାକ, ଶିକ୍ଷା, ଅର୍ଥ, ଗୃହ, ଜଳ ସମ୍ପଦ, ଖଣି ଓ ଶ୍ରମ ବିଭାଗରେ ନିଯୁକ୍ତିଧାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ଡାକ ବିଭାଗରେ ୮୯, ଆଇଆଇଟି ଭୁବନେଶ୍ୱରରେ ୬୧, ଆୟକର ବିଭାଗରେ ୧୫,  ଇଏସଆଇସିରେ ୨୭, ବ୍ୟାଙ୍କିଂରେ ୨୧, ସିଆରପିଏଫରେ ୫, ସିଡବ୍ଲୁସିରେ ୩ ଏବଂ ବିଏସଏଫ, ସିଜିଡବ୍ଲୁବି ଓ ଭୂତତ୍ତ୍ୱ ବିଭାଗରେ ଜଣେ ଲେଖାଏଁ ନିଯୁକ୍ତିଧାରୀଙ୍କୁ ନିଯୁକ୍ତ ପତ୍ର ବଣ୍ଟନ କରାଯାଇଛି । ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଏହି ସବୁ ସ୍ଥାୟୀ ନିଯୁକ୍ତି ପାଇଥିବା ନିଯୁକ୍ତିଧାରୀଙ୍କୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇବା ସହ ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜଣାଇଛନ୍ତି । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶର ୫୦ଟି ସ୍ଥାନରେ ୭୫,୦୦୦ ଯୁବପିଢିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ପରବର୍ତ୍ତୀ ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଏଭଳି  ୭୫,୦୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ । ଏଭଳି  ମୋଟ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ । ପୂର୍ବରୁ ମୋଦି ସରକାରର ଆଠ ବର୍ଷରେ ଲକ୍ଷାଧିକ ନିଯୁକ୍ତି ଦିଆଯାଇଛି ।  ଯୁବକମାନଙ୍କୁ ଚାକିରି ସୁଯୋଗ ଦେବା ଦିଗରେ ପ୍ରଧାନମନ୍ତ୍ରୀ ପଦକ୍ଷେପ ଦେଶରେ ନିଯୁକ୍ତି ଦୃଶ୍ୟପଟ୍ଟକୁ ମଜବୁତ୍ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ସକରାତ୍ମକ ଭାବନା ଜାଗ୍ରତ କରିବ । ଆଗାମୀ ଦିନ ମାନଙ୍କରେ ରୋଜଗାର ମେଳା ଉତ୍ତମ ଭବିଷ୍ୟତ ପାଇଁ ଯୁବସମାଜକୁ ସମର୍ଥ କରିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ଯୁବପିଢିଙ୍କୁ ରୋଜଗାର ଦେଇ ଆତ୍ମନିର୍ଭର କରିବାର ନୂଆ ଯୁଗ ଆରମ୍ଭ ହୋଇଛି ।  ୨୦୧୪ରେ ଦେଶର ଅର୍ଥନୀତି ଏକ ଘଡ଼ିସନ୍ଧି ମୂହୂର୍ତ୍ତ ଦେଇ ଗତି କରୁଥିବା ବେଳେ ଯୁବକ ଯୁବତୀ ମାନଙ୍କୁ ରୋଜଗାର ଦେବା ପ୍ରମୁଖ ପ୍ରସଙ୍ଗ ଥିଲା । ମାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏବେ ଯୁବପିଢିଙ୍କୁ ରୋଜଗାର ଦେଇ ସେମାନଙ୍କୁ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭର କରିବା ଦିଗରେ ନୂଆ ଯୁଗ ଆରମ୍ଭ ହୋଇଛି । ଦେଶରେ କଳାବାଦଲର ଅନ୍ଧକାର ଦୂର ହୋଇଛି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ସମାଜକୁ ସମ୍ପନ୍ନ ଓ ଆତ୍ମନିର୍ଭର କରିବା, ଜନଧନ ଯୋଜନାରେ ବ୍ୟାଙ୍କ ଖାତା ଖୋଲିବା, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ରୋଜଗାର ଦେଇ ଲୋକଙ୍କ ଜୀବନଶୈଳିକୁ ପରିବର୍ତ୍ତନ କରିବା ମୋଦି ସରକାରଙ୍କ ଗୁରୁ ଦାୟିତ୍ୱ ହୋଇଛି । ଆତ୍ମନିର୍ଭର ପ୍ୟାକେଜ ମାଧ୍ୟମରେ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହନ, ଦେଶରେ ଟେକ୍ନୋଲୋଜିକୁ  ଗୁରୁତ୍ୱ, ୫ଜି ସେବା ଆରମ୍ଭ, ଡିଜିଟାଲ କାରବାର ,ସିଧାସଳଖ ବ୍ୟାଙ୍କ୍ ଆକାଉଣ୍ଟକୁ ଟଙ୍କା ହସ୍ତାନ୍ତରଣ ଦେଶର ଅର୍ଥନୀତିକୁ ଗତିଶୀଳ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସ୍ୱଦେଶୀ କୋଭିଡ୍ ଟିକା ଉତ୍ପାଦାନ କରି ଦେଶ ଆତ୍ମନିର୍ଭର ହୋଇଛି । 

ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ବଳରେ ଭାରତର ସାମରିକ ଶକ୍ତି ସଶକ୍ତ ହେବା ସହ ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଛି । ଦେଶବାସୀକୁ ସ୍ୱାବଲମ୍ବୀ କରିବାରେ ମୋଦି ସରକାର ନିରନ୍ତର କଠିନ ପରିଶ୍ରମ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସମାଜର ଅନ୍ତିମ ଶ୍ରେଣୀରେ ଥିବା ନାଗରିକଙ୍କ ଜୀବନରେ ମୌଳିକ ପରିବର୍ତ୍ତନ ଆଣିବା ପାଇଁ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି । ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା, ମୂଲ୍ୟବୋଧ ଓ ଜୀବନ ପ୍ରବାହ ବିଶ୍ୱରେ ସର୍ବାଗ୍ରେ ରହିଛି । ଭାରତୀୟ ମଡେଲକୁ ସାରା ବିଶ୍ୱ ଆଜି ଅନୁସରଣ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here