Cyber Crime and Economic Offence PS Case No-100: Accused arrested for unauthorised Bank Transaction over Rs 35 Lakhs , 3 mobiles, Rs 6 lakhs, 2 each Pass Books and ATM Cards seized

0
321
Santosh Sahoo (26), S/o- Gourang Sahoo, At- Pokhariapada, PS- Pattamundai, Dist- Kendrapada At/Pr- S & H Residency, Patrapada, PS- Khandagiri, Bhubaneswar, Dist- Khordha

By Biswanath Dash

BHUBANESWAR:  Cyber Crime and Economic Offence P.S. Case No-100 Dt. 19.10.2023, U/S 419/420 IPC.turned to U/s- 419/420 IPC r.w Sec. 66(D) IT Act.

Gist of the FIR:

ସାଇବର କ୍ରାଇମ ଏବଂ ଅର୍ଥନୈତିକ ଅପରାଧଥାନା ପୁଲିସ ଅଭିଯୋଗକାରୀ ଶ୍ରୀ କିଶୋର ଚନ୍ଦ୍ର ଗନ୍ତାୟତଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ଜୁନ ୨୦୨୩ ରୁ ସେପ୍ଟେମ୍ବର ୨୦୨୩ ରିଖ ମଧ୍ୟରେ ଅଭିଯୋଗକାରୀଙ୍କ ବିଭିନ୍ନ ବ୍ଯାଙ୍କଏକାଉନ୍ଟ ରେ ଆଇଏମପିଏସ, ୟୁପିଆଇ, ଓ ଆଇଏନବି ମାଧ୍ୟମରେ ୩୫ଲକ୍ଷ ତାଙ୍କର ଅନଧିକୃତ ଦେଣନେଣ ହୋଇଥିବାରୁ ସେ ଏନେଇ ସାଇବର କ୍ରାଇମ ଏବଂ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ସାଇବର କ୍ରାଇମ ଏବଂ ଅର୍ଥନୈତିକ ଅପରାଧ ଥାନା ପୁଲିସ ମାମଲାର ତଦନ୍ତ କରିବା ସମୟରେ ଜାଣିବାକୁ ପାଇଥିଲେ ଯେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ସହିତ ଭଲ ଭାବରେ ପରିଚିତ । ଅଭିଯୋଗକାରୀ ଗତ ଜୁଲାଇ ମାସରେ କୌଣସି କାମରେ ଏମ୍ସ ହସ୍ପିଟାଲକୁ ଯାଇଥିବା ବେଳେ ସେଠାରେ ନିମ୍ନୋକ୍ତ ଅଭିଯୁକ୍ତଙ୍କ ସହିତ ତାଙ୍କର ଦେଖା ସାକ୍ଷାତ ହୋଇଥିଲା ଓ ସେମାନଙ୍କ ମଧ୍ୟରେ ବନ୍ଧୁତ୍ଵ ବଢିଥିଲା ।

ଅଭିଯୋଗକାରୀ ଅନଲାଇନ ରେ ଗେମ ଖେଳିବାକୁ ପସନ୍ଦ କରୁଥିବାରୁ ସେ ଅନେକ ସମୟରେ ଗେମ ରେ ଟଙ୍କା ହରିଥିଲେ । ଅଭିଯୁକ୍ତ ଜଣକ ଡାଟା ସାଇନ୍ସରେ ଡିପ୍ଲୋମା ଗ୍ରାଜୁଏଟ କରିଥିବାରୁ ଅଭିଯୋଗକାରୀ ଅନଲାଇନ ଗେମ ରେ ଟଙ୍କା ହାରିବା ନେଇ ତାଙ୍କୁ ଜଣାଇଥିଲେ।

ଅଭିଯୁକ୍ତ ଜଣକ ଟଙ୍କା ଫେରାଇ ଆଣିବାର ପ୍ରତିସୂତି ଦେଇଥିଲେ ଏବଂ ଅଭିଯୋଗକାରୀଙ୍କର ମୋବାଇଲ ବ୍ୟବହାର କରି ଅନଲାଇନ ଗେମରୁ କିଛି ଟଙ୍କା ଅଭିଯୋଗକାରୀଙ୍କ ଏକାଉନ୍ଟକୁ ମଧ୍ୟ ଫେରସ୍ତ ଆଣିଥିଲେ । ଏହି କାରଣ ନେଇ ଅଭିଯୋଗକାରୀଙ୍କର ବିଶ୍ବାସ ଜନ୍ମିବାରୁ ଅନଲାଇନ ଗେମ ରେ ହରିଥିବା ବଳକା ଟଙ୍କା କୁ ପାଇବା ପାଇଁ ସେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ତାଙ୍କର ବ୍ଯାଙ୍କର ସମସ୍ତ ବିବରଣୀ ଦେଇଥିଲେ ।

 ଅଭିଯୁକ୍ତ ଜଣକ ଅଭିଯୋଗକାରିଙ୍କୁ ଠକିବା ଉଦେଶ୍ୟ ରଖି ତାଙ୍କର ବ୍ଯାଙ୍କ ଏକାଉନ୍ଟ କୁ ଅନଧିକୃତ ଭାବରେ ବ୍ୟବହାର କରି ତାଙ୍କର ୨ଟି ଏକାଉନ୍ଟ ଯଥା ବାଙ୍ଗାଲୋର ଓ ଆସାମ ରେ ଥିବା ଏକାଉନ୍ଟ କୁ ଟ୍ରାନ୍ସଫର କରିଥିଲେ । ପରିବର୍ତୀ ସମୟରେ ଅଭିଯୁକ୍ତ ଜଣକ ଉକ୍ତ ୨ଟି ଏକାଉନ୍ଟ ରୁ ନିଜର ଅନ୍ୟ ୨ ଟି ଏକାଉନ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ । ଏହି ତଥ୍ୟ ଆଧାରେ ପୁଲିସ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ଏବଂ ତାଙ୍କର ହେପାଜତରୁ ୬ଲକ୍ଷ ଟଙ୍କା, ୩ ଟି ମୋବାଇଲ ଫୋନ, ୨ଟି ପାସ୍ବୂକ, ଓ ୨ଟି ଏଟିଏମ କାର୍ଡ ଜବତ କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ବି.ଦ୍ର :-  ଭୁବନେଶ୍ବର ସହରାଞ୍ଚଳ ପୁଲିସ ତରଫରୁ ଜନସାଧାରଣ ମାନଙ୍କୁ ନିବେଦନ କରାଯାଉଅଛି କି, ଆପଣମାନେ କୌଣସି ବ୍ୟକ୍ତିଙ୍କ ସହିତ ନିଜର ବ୍ଯାଙ୍କର ବିବରଣୀ ପ୍ରଦାନ କରନ୍ତୁ ନାହି, କିମ୍ବା କୌଣସି ଅଜଣା ଲିଙ୍କ ରେ ନିଜର ବ୍ୟକ୍ତିଗତ ତଥ୍ୟ ଯଥା  ବ୍ଯାଙ୍କ ସହ ଜଡ଼ିତ ବିବରଣୀ, ଆଧାର କାର୍ଡ, ପ୍ୟାନ କାର୍ଡ ଆଦିର ବିବରଣୀ ପ୍ରଦାନ କରନ୍ତୁ ନହିଁ। ଏହାଦ୍ବାରା ଆପଣମାନେ ଠକାମିର ଶିକାର ହୋଇପାରନ୍ତି ।

Name & Address of Accused persons:

1.         Santosh Sahoo (26), S/o- Gourang Sahoo, At- Pokhariapada, PS- Pattamundai, Dist- Kendrapada At/Pr- S & H Residency, Patrapada, PS- Khandagiri, Bhubaneswar, Dist- Khordha.

Article Seized:

1.         Three mobiles,

2.         Cash of Rs. 6 lakhs,

3.         Two pass book, and

4.         Two ATM cards.

LEAVE A REPLY

Please enter your comment!
Please enter your name here