ସକ୍ରିୟ ଅବପାତ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କୋହୋଲା ପାଗ ସହ ବର୍ଷା, ଆଜି ଦିନ ୨ ଟା ୩୦ ସୁଦ୍ଧା ପାରାଦ୍ୱୀପ ରେ ସର୍ବାଧିକ ୪୮.୭ ମିମି ବର୍ଷା ରେକର୍ଡ

0
664

By Our Correspondent

BHUBANESWAR:  ସକ୍ରିୟ ଅବପାତ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କୋହୋଲା ପାଗ ସହ ବର୍ଷା.

ଆଜି ଦିନ ୨ ଟା ୩୦ ସୁଦ୍ଧା ପାରାଦ୍ୱୀପ ରେ ସର୍ବାଧିକ ୪୮.୭ ମିମି ବର୍ଷା ରେକର୍ଡ,  ଚାନ୍ଦବାଲି ୧୦.୮ ମିମି ଏବଂ ବାଲେଶ୍ୱର ରେ ୨.୮ ମିମି ବର୍ଷା ରେକର୍ଡ.

ଆଗାମୀ ୬ ଘଣ୍ଟାରେ  ବଙ୍ଗୋପସାଗର ରେ ବାତ୍ୟା .ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା,  ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି  ବେଗ ୧୩ କିମି ବେଗରେ ଉତ୍ତର-ପୂର୍ବ ଦିଗରେ ଅଗ୍ରସର ହେଉଛି  ଗଭୀର ଅବପାତ, ଏହା ବର୍ତମାନ ପାରାଦ୍ୱୀପ ଠାରୁ ଦକ୍ଷିଣ ଦିଗରେ ୩୬୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି.

ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପୁରୀ (ସିଗ୍ନାଲ ପୋର୍ଟ), ପାରାଦ୍ୱୀପ ଏବଂ ଧାମରା ପାଇଁ ବିପଦ ସଂକେତ ୩- ଜାରି କରାଯାଇଛି.

LEAVE A REPLY

Please enter your comment!
Please enter your name here