Crime File: Kharvelnagar PS Case No-136, accused arrested

0
381
Chintu @Rakesh Kumar Rath (35), S/o-Lt Kashinath Rath ,At- Tolagopinathpur , Jalarpur PS –Niali , Dist-Cuttack, At/pre- Staying at Tarini Basti, PS-Khandagiri, Bhubaneswar UPD

By Biswanath Dash

BHUBANESWAR: Kharvelnagar PS Case No-136, dtd.27.03.2023, U/S-420 IPC.PO: Qtr No-2RLF 1/2, CO-housing Colony, Unit-3, PS- Kharvelnagar, Bhubaneswar UPD.

Gist of the FIR:

କ୍ୟାପିଟାଲ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତ ଜଣେ ଡ୍ରାଇଭର ଅଟନ୍ତି । ଅଭିଯୋଗକାରୀ ତାଙ୍କୁ ନିଜର ଓଲା କ୍ୟାବ ଚଳାଇବା ନିମନ୍ତେ ମାସିକ ୧୫,୦୦୦ଟଙ୍କା ବେତନରେ ନିଯୁକ୍ତି ଦେଇଥିବା ବେଳେ ଅନଲାଇନ କାର୍ଯ୍ୟ ଲାଗି ଏକ ମୋବାଇଲ ଫୋନ ମଧ୍ୟ ଦେଇଥିଲେ । କାର୍ଯ୍ୟରେ ଯୋଗଦାନ କରିବା ପୂର୍ବରୁ ଅଭିଯୁକ୍ତ ଜଣକ ତା.୧୫.୦୩.୨୦୨୩ ରିଖରେ ଝିଅର ଦେହ ଖରାପ ଥିବା ଦର୍ଶାଇ ୧୫,୦୦୦ଟଙ୍କା ଅଗ୍ରୀମ ନେଇଯାଇଥିଲେ, କିନ୍ତୁ ଆଉ କାର୍ଯ୍ୟରେ ଯୋଗ ଦେଇନଥିଲେ । ପରେ ତା.୨୩.୦୩.୨୦୨୩ ରିଖଦିନ ଅଭିଯୁକ୍ତଙ୍କୁ ଯୋଗାଯୋଗ କରିବା ପରେ ଜଣା ପଡିଥିଲା  ଯେ, ତାଙ୍କ ମୋବାଇଲ ଫୋନଟି ସ୍ବିଚଅଫ ଅଛି । ଅଭିଯୋଗକାରୀ ଜଣକ ବହୁ ଖୋଜା ଖୋଜି କରିବା ପରେ ଅଭିଯୁକ୍ତ ଚଳାଉ ଥିବା ସମ୍ପୃକ୍ତ କାରଟି ୟୁନିଟ-୯ ଅନ୍ତର୍ଗତ ରୋଡ଼ ନମ୍ବର-୫ ରେ ଥିବା ସର୍ଭିସ ସପ ନିକଟରେ ପାର୍କିଂ ହୋଇଥିବା ଏବଂ ସେଥିରେ ଚାବି ମଧ୍ୟ ଲାଗିଥିବା ଜାଣିବାକୁ ପାଇଥିଲେ । ଅଭିଯୋଗକାରୀ ଜଣକ ଅଭିଯୁକ୍ତଙ୍କୁ ଯୋଗାଯୋଗ କରିବାରେ ବିଫଳ ହୋଇଥିବା ବେଳେ ଠକାମୀର ଶିକାର ହୋଇଥିବା ଜାଣିପାରି ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତି କରି ଖାରବେଳନଗର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ତାରିଣୀ ବସ୍ତିରେ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଛାନଭିନ ସମୟରେ ଅଭିଯୁକ୍ତଙ୍କ ନିକଟରୁ ଏକ ମୋବାଇଲ ଫୋନ ଜବତ କରାଯାଇଥିଲା । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିବା ବେଳେ ଅଭିଯୋଗକାରୀଙ୍କ ନିକଟରୁ ଠକିକରି ଆଣିଥିବା ଅଗ୍ରୀମ ଟଙ୍କାକୁ ମଦ ପିଇବାରେ ଖର୍ଚ୍ଚ କରିଦେଇଥିବା କଥା ମଧ୍ୟ ସ୍ଵୀକାର କରିଥିଲେ । 

ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି  ।

Name & Address of Accused person:

1.         Chintu @Rakesh Kumar Rath (35), S/o-Lt Kashinath Rath ,At- Tolagopinathpur , Jalarpur PS –Niali , Dist-Cuttack, At/pre- Staying at Tarini Basti, PS-Khandagiri, Bhubaneswar UPD.

Article Seized:

1.         One Mobile Phone.

LEAVE A REPLY

Please enter your comment!
Please enter your name here